ଉମରକୋଟ ରେ ଗରିବ ଙ୍କ ପେଟ ମାରୁଛି ପ୍ରଶାସନ…..
ଉମରକୋଟ:- ଆଜିର ଏହି ଦୁନିଆ ରେ ଗରିବ ଘରେ ଜନ୍ମ ହେବା ମହାପାପ ବୋଧେ!କେନ୍ଦ୍ର ସରକାର ଠୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ଗରିବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା, ସୁବିଧା ଯଥା ଭିନ୍ନକ୍ଷମ ଭତ୍ତା, ବିଧବା ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ ଗୃହ, ଇତ୍ୟାଦି!କିନ୍ତୁ ଏସବୁ ସାଧାରଣତଃ ଗରିବ ଲୋକଙ୍କ ପାଇଁ ସାତ ସପନ!ଯାହା ପାଖରେ ସବୁକିଛି ଅଛି ସେମାନଙ୍କୁ ଏହି ସବୁ ସୁବିଧା ମିଳୁଥିବା ଦେଖିବାକୁ ମିଳିଛି କିନ୍ତୁ ଗୋଟିଏ ଗରିବ ପରିବାର କିମ୍ବା ଭିନ୍ନକ୍ଷମ କୁ କେବଳ ପ୍ରତିଶୃତି!ଯଦି ସେହି ଗରିବ ପରିବାର କିମ୍ବା ଭିନ୍ନକ୍ଷମ କୁ କିଛି ମିଳେ ତାହାହେଲେ କିଛି ଦିନ ପାଇଁ!ପରେ ପ୍ରଶାସନ କିଛି ବାହାନା ଦେଖାଇ ସେମାନଙ୍କୁ ସେହି ସୁବିଧାରୁ ବଞ୍ଚିତ କରିଦିଅନ୍ତି!ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବୁର୍ଜା ପଂଚାୟତ ଅଧୀନରେ ଥିବା ଖୋଲେବେଡା ଗ୍ରାମରେ!ଉକ୍ତ ଗ୍ରାମରେ ସୁକୁରି ଗୌଡ଼ ସ୍ୱାମୀ ଙ୍କ ମୃତ୍ୟୁ ପରେ କୁଲି ମଜୁରୀ କରି ନିଜ ପରିବାର ପୋଷଣ କରୁଛନ୍ତି!ତାଙ୍କର 30 ବର୍ଷୀୟ ଭିନ୍ନକ୍ଷମ ପୁଅ ବୈଚନ୍ଦ ଗୌଡ଼ ଯାହାର ହାତ, ଗୋଡ଼, କିଛି କାମ କରୁନଥିବା ଦେଖିବାକୁ ମିଳିଛି!ଏପରିକି ତାଙ୍କୁ ତାଙ୍କ ମାଁ ସୁକୁରି ନିଜ ହାତରେ ଖୁଆଇ ଦିଅନ୍ତି ଏବଂ ତାଙ୍କ ସବୁ ନିତ୍ୟ କର୍ମ କରିଦିଅନ୍ତି!ବୈଚନ୍ଦ ଘୋଷାଡ଼ି ଘୋଷାଡ଼ି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଆନ୍ତି!ଯଦି ତାଙ୍କୁ ଶୋଷ ଲାଗେ ତେବେ ଗୋଟିଏ ପଶୁ କିମ୍ବା ପକ୍ଷୀ ଭଳି ନିଜ ମୁହଁ ପାଣି ପାତ୍ରରେ ମାରି ନିଜ ଶୋଷ ମେଣ୍ଟାଉଛନ୍ତି! ୨୦୨୧ମସିହାରେ ବୈଚନ୍ଦ ଗୌଡ଼ ଙ୍କ ଭିନ୍ନକ୍ଷମ ଉପରେ ଖବର ପ୍ରସାରଣ କରାଯାଇଥିଲା ଏବଂ ତୁରନ୍ତ ବ୍ଲକ ପ୍ରଶାସନ ସେହି ଗ୍ରାମକୁ ଯାଇ ବୈଚନ୍ଦ ପାଇଁ ଗୋଟିଏ ହ୍ଵିଲ ଚେୟାର ଦେବା ସହ ଭିନ୍ନକ୍ଷମ ଭତ୍ତା ମାସିକ ୭୦୦ଟଙ୍କା ଦେବା ପାଇଁ ପ୍ରତିଶୃତି ଦେଇଥିଲେ ଏବଂ ପ୍ରତିଶୃତି ପୂରଣ ମଧ୍ୟ ହୋଇଥିଲା!ସେ ମାସିକ ୭୦୦ଟଙ୍କା ପାଉଥିଲେ କିନ୍ତୁ ୨୦୨୩ମସିହାରୁ ବୈଚନ୍ଦ ଙ୍କୁ କୌଣସି ଭିନ୍ନକ୍ଷମ ଭତ୍ତା ମିଳୁ ନାହିଁ କି ରାସନ କାର୍ଡ ରେ ନାମ ଥିଲେ ମଧ୍ୟ ପ୍ରଶାସନ ତାଙ୍କୁ ଚାଉଳ ମଧ୍ୟ ଦେବାର ବନ୍ଦ କରିଦେଇଛନ୍ତି!ପ୍ରଶାସନ ର ଏଭଳି ନିଷ୍ଠୁର କାର୍ଯ୍ୟ କୁ ସବୁଦିଗରୁ ନିନ୍ଦା ହେଉଥିବା ଦେଖିବାକୁ ମିଳିଛି!ସରକାର ଙ୍କ ନିୟମ କେବଳ ଗରିବ ଲୋକଙ୍କ ପାଇଁ!ବୈଚନ୍ଦ ଙ୍କ ଆଧାର କାର୍ଡ ନଥିବାରୁ ସେ ଏସବୁ ସୁବିଧାରୁ ବଞ୍ଚିତ ଅଛନ୍ତି!କିନ୍ତୁ ପ୍ରଶାସନ କିଛି ଲୋକଙ୍କ ପାଖରେ କୌଣସି ତଥ୍ୟ ନ ଥିଲେ ମଧ୍ୟ ତାଙ୍କୁ ସବୁ ସୁବିଧା ଦେଉଛନ୍ତି!ସେପରି ସେହି ଗ୍ରାମରେ କାନ୍ଦରୀ ଗୌଡ଼, ବୟସ 90ପାଖାପାଖି ହେବ, ତାଙ୍କୁ କିଛି ଦେଖାଯାଉନାହିଁ କି କିଛି ଶୁଣିପାରୁନାହାନ୍ତି , ହେଲେ ଆଧାର କାର୍ଡ ତାଙ୍କର ନାହିଁ ତେଣୁ ପ୍ରଶାସନ ତାଙ୍କୁ କୌଣସି ଭତ୍ତା ଦେଉନଥିବା ବେଳେ ତାଙ୍କ ରାସନ କାର୍ଡ ରେ ନାମ ଥିଲେ ମଧ୍ୟ ପଂଚାୟତ ରେ ଥିବା କର୍ମଚାରୀ ରାସନ କାର୍ଡରେ ଚାଉଳ ଏଣ୍ଟ୍ରି କରୁଛନ୍ତି କିନ୍ତୁ ଚାଉଳ ଦେଉନାହାନ୍ତି, ଏବିଷୟରେ ସରପଞ୍ଚ ଏବଂ ବିଭାଗୀୟ ଅଧିକାରୀ ଙ୍କୁ ସୂଚନା ଦେବାରୁ ସେ ତୁରନ୍ତ ତିନି ମାସର ଚାଉଳ ତାଙ୍କ ଘରକୁ ଦେଇଆସିଛନ୍ତି!ଏଭଳି ଭିନ୍ନକ୍ଷମ, ବିଧବା ଲୋକଙ୍କ ସୁବିଧା ହଡପ କରୁଥିବା ଲୋକଙ୍କ ବିଷୟରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଗରିବ ନିରୀହ ଲୋକଙ୍କ ପାଇଁ ସାରକାରଙ୍କ ତରଫରୁ ଆସିଥିବା ଭିନ୍ନକ୍ଷମ ଭତ୍ତା, ବିଧବା ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ ଗୃହ ପ୍ରଦାନ କରିବାକୁ ଦାବି କରାଯାଉଛି!(ଏମ୍.ଦିନା°ଶୁ ଆଚାରୀ)