November 15, 2024

ପ୍ରଧାନମନ୍ତ୍ରୀ ଜନମନ ପରିଯୋଜନା ଅଧୀନରେ ସୂଚନା ଶିକ୍ଷା ଯୋଗାଯୋଗ ଅଭିଯାନ ତଥା ସାଚୁରେସନ ଶିବିର ଅନୁଷ୍ଠିତ l

Share

 

ରାୟଗଡ: ପ୍ରଧାନମନ୍ତ୍ରୀ ଜନମନ ଅଧୀନରେ ଥିବା ସୂଚନା ଶିକ୍ଷା ଯୋଗାଯୋଗ ଅଭିଯାନ ତଥା ସାଚୁରେସନ ଶିବିର ଵିଷମକଟକ ବ୍ଲକ୍ ଅନ୍ତର୍ଗତ କୁର୍ଲି ଗ୍ରାମ ପଞ୍ଚାୟତର ଭାଟିଗୁମା ଗ୍ରାମରେ ଅନୁଷ୍ଠିତ ହୋଇଥିଲା | ଏହି ଶିବିରରେ ଉପରଗୁମା ବସବାସ କରୁଥିବା ଗ୍ରାମବାସୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା | ଏହି ଗାଁର ବିଶେଷ ଭାବେ ଅନୁନ୍ନତ ଜନଜାତି ଜନସଂଖ୍ୟାର ୯୦ ଜଣ ଅଂଶଗ୍ରହଣକାରୀ ଏହି ଶିବିରରେ ଅଂଶଗ୍ରହଣ କରିଥିଲେ | ଜଗବନ୍ଧୁ ମେହେର, ସହକାରୀ ମଂଗଳ ଅଧିକାରୀ , ଡ଼ଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା,ଚାଟିକଣl (ବ୍ଲକ ନୋଡାଲ ଅଫିସର) | ସାଦାଶିବ ନାୟକ, ବିଡିଓ ବିଷମକଟକ ବ୍ଲକ, ଅନୁସୂଚିତ ଜାତି ଓ ଜନଜାତି ବିଭାଗ, ଶିକ୍ଷା ବିଭାଗର ପ୍ରତିନିଧୀଙ୍କ ସହ ଗ୍ରାମୀଣ ଜଳ ଓ ପରିମଳ, କୃଷି ବିଭାଗ, ରାଜସ୍ୱ ବିଭାଗ, ପଞ୍ଚାୟତ ରାଜ ଏବଂ, ମହିଳା ଏବଂ ଶିଶୁ ବିକାଶ, ପଶୁପାଳନ ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗ, ଟାଟା ପାୱାର , ସମ୍ପୃକ୍ତ ୱାର୍ଡ ସଦସ୍ୟ ଏବଂ ନାଗରିକ ସମାଜର ପ୍ରତିନିଧୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ | ଏହି କାର୍ଯ୍ୟକ୍ରମକୁ କୁର୍ଲି ସରପଞ୍ଚ ଶ୍ରୀମତୀ ସଵାର୍ଦିନୀ ୱାଡେକା ଉଦଘାଟନ କରିଥିଲେ l ବିଡ଼ିଓ ସଦାଶିବ ନlୟକଙ୍କ ଦ୍ୱାରା ସ୍ୱାଗତ ସମ୍ବୋଧନ ପରେ, ପ୍ରତ୍ୟେକ ଅଧିକାରୀ ନିଜ ନିଜ ବିଭାଗ ଦ୍ୱାରା ପ୍ରାୟୋଜିତ ବିଭିନ୍ନ ଯୋଜନା ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ | ଏହାପରେ ବିଭିନ୍ନ ବିଭାଗ ତରଫରୁ ଆବେଦନ ପତ୍ର ଗୁଡିକ ସଂଗ୍ରହ କରାଯାଇଥିଲା | ଆବେଦନଗୁଡ଼ିକର ମଧ୍ୟରେ ଭତ୍ତା ୧ଗୋଟି,ଜନ୍ମ ପ୍ରମାଣ ପତ୍ର ନିମନ୍ତେ ୨୭ଗୋଟି, ଖାଉଟି କାର୍ଡ ନିମନ୍ତେ ୨୭ଟି, ଜାତି ପ୍ରମାଣ ପତ୍ର ନିମନ୍ତେ ୮୭ଟି, କୃଷି ସମ୍ବନ୍ଧୀୟ ୫୭ଟି, ବିଦ୍ୟୁତ ଯୋଗାଣ ନିମନ୍ତେ ୧୦ଟି, ଜଙ୍ଗଲ ଜମି ପଟ୍ଟା ନିମନ୍ତେ ୭ଟି, ମିଶନ ଶକ୍ତି ପାଇଁ ୪୦ଟି ଏବଂ ଆଧାର କାର୍ଡ ନିମନ୍ତେ ୨୨ଟି ଆବେଦନ ଦାଖଲ କରିଥିଲେ l

ସେହିପରି ଗୁଣପୁରର କିଟୁଙ୍ଗ ଠାରେ ଏକ ସଚେତନତା ତଥା ହିତାଧିକାରୀ ସାଚୁରେସନ କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା | ଏହି କାର୍ଯ୍ୟକ୍ରମରେ ଆଶିମା ରାଓ,ସ୍ୱତନ୍ତ୍ର ଅଧିକାରୀ, ଲାଂଝିଆ ସଉରା ଉନ୍ନୟନ ସଂସ୍ଥା ପୁଟିସିଂ ଅଧ୍ୟକ୍ଷତା କରିଥିଲେ ଏବଂ ନିହର ରଂଜନ ପଟ୍ଟନାୟକ, ଜଗନ୍ନାଥପୁର ସ୍ୱାସ୍ଥ୍ୟ ଅଧିକାରୀ, ସରୋଜ କୁମlର ନେମାଲପୁରୀ, ରାଜସ୍ୱ ପର୍ଯ୍ୟବେକ୍ଷକ, ଜେଇ ଆରଡବ୍ଲୁଏସ୍ଏସ ; ଅବତାର ଶବର, ଏ. ଆର.ଆଇ ; ଏବଂ ଓପିଲିପିର ପ୍ରୋଜେକ୍ଟ ମ୍ୟାନେଜର୍ | ଏହି ଶିବିରରେ ୩୨୮ ଜଣ ଅଂଶଗ୍ରହଣକାରୀ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ଅନୁନ୍ନତ ଜନଜାତି ପରିବାରକୁ ୩୨୭ କାର୍ଡ ବଣ୍ଟନ, ୨୫ ଜାତିଗତ ପ୍ରମାଣ ପତ୍ର ପ୍ରଦାନ, ଦୁଇଟି ସେଲଫି ପଏଣ୍ଟ ସୃଷ୍ଟି କରାଯାଇଥିଲା ଏବଂ କ୍ୟାମ୍ପ ସ୍ଥାନରେ ୧୨ ଟି ହୋର୍ଡିଂ, ପୋଷ୍ଟର ଏବଂ ବ୍ୟାକଡ୍ରପ୍ ସ୍ଥାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ବିଶେଷ ଭାବେଅନୁନ୍ନତ ଜନଜାତି ସମ୍ପ୍ରଦାୟର ଆବଶ୍ୟକତାକୁ ସଫଳତାର ସହିତ ସମାଧାନ କରାଯାଇଥିଲା | ସେହିପରି ମୁନିଗୁଡା ବ୍ଲକର ମୁନିଖୁଲ ଗ୍ରାମପଂଚାୟତରେ ଘରଘର ବୁଲି ବିଶେଷ ଭାବେ ଅନୁନ୍ନତ ଜନଜାତିଙ୍କ ସମସ୍ୟା ପଚାରି ବୁଝିଥିଲେ l ଜାତି ପ୍ରମlଣ ପତ୍ର ନିମନ୍ତେ ୧୦ଜଣ ଓ ୨ଟି ଆଇଏଫ ଆବେଦନ ପତ୍ର ଗ୍ରହଣ କରିଥିଲେ l

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ