November 15, 2024

ଉମରକୋଟ ବି.ଜେ.ପି. କାର୍ଯ୍ୟାଳୟ ଠାରେ ସଭ୍ୟ ସଂଗ୍ରହ ପାଇଁ କର୍ମଶାଳା ଅନୁଷ୍ଠିତ…………

Share

 

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟଠାରେ ଉମରକୋଟ ନଗର ମଣ୍ଡଳ ତରଫରୁ ଏକ ସଭ୍ୟ ସଂଗ୍ରହ ନିମନ୍ତେ ଏକ କର୍ମ ଶଳା ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସମ୍ପାଦକ ଶ୍ରୀ ରମେଶ ଚନ୍ଦ୍ର ସାହୁ ଯୋଗ ଦେଇଥିବା ବେଳେ ସ୍ନମାନିୟ ଅତିଥି ଭାବେ ପୂର୍ବତନ ନଗର ପାଳ ପି,ରାବଣ। ରାଓ,ଭାରତୀୟ ଜନତା ପାର୍ଟିର ଜିଲ୍ଲା ସାଧାରଣ ସମ୍ପାଦକ ଅଶୋକ ପାଢ଼ୀ, ଜିଲ୍ଲା ସମ୍ପାଦକ ରାମ ନାୟକ,ଜିଲ୍ଲା ମହିଳା ସମ୍ପାଦିକା ଶ୍ରୀମତୀ ମନ୍ଦିରା ନାୟକ,ଉମରକୋଟ ନଗର ସଭାପତି ଗୋପୀନାଥ ସାହୁ,ନଗର ସମ୍ପାଦକ ପ୍ରଭାତ ନାୟକ ମାଞ୍ଚସିନ ହୋଇଥିଲେ।ପ୍ରଥମେ ଭାରତ ମାତା ଓ ଦିନଦାୟଲ ଉପାଧ୍ୟାୟ ଙ୍କ ଫଟୋ ଚିତ୍ର ରେ ପୁଷ୍ପପ୍ରଦାନ ସହ ଦୀପ ପ୍ରଜ୍ୱଳନ କରି ଏହି କର୍ମ ଶାଳା ର କାର୍ଯ୍ୟ ଆରମ୍ଭ କରିଥିଲେ। ଏହି କର୍ମଶାଳା ପ୍ରଥମେ ସମସ୍ତ ରାଜ୍ୟର ନେତୃତୁଙ୍କୁ ନେଇ ଦିଲ୍ଲୀ ଏକ କର୍ମଶାଳା ଆୟୋଜନ ହୋଇଯାଇଥିବା ବେଳେ ପରେ ରାଜ୍ୟରେ ଓ ପରେ ଜିଲ୍ଲା ମାନଙ୍କରେ କର୍ମଶାଳା ଆୟୋଜନ କରାଯାଇଥିଲା।ସେହିପରି ବର୍ତ୍ତମାନ ଆଜି ନଗର ମଣ୍ଡଳ କାର୍ଯକର୍ତା ମାନଙ୍କୁ ନେଇ ସଭ୍ୟ ସଂଗ୍ରହ ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଥିଲା।ଏଥିରେ ନଗରର ଚଉଦ ଗଟି ୱାର୍ଡର ଭାରତୀୟ ଜନତା ପାର୍ଟିର ପ୍ରାୟ ଶହେ ଜଣ ଦଳୀୟ କର୍ମୀ ମାନେ ଏହି କର୍ମଶାଳା ରେ ଯୋଗଦେଇ କିଭଳି ଅଧିକରୁ ଅଧିକ ସଭ୍ୟଙ୍କୁ ଭାରତୀୟ ଜନତା ଦଳରେ ସାମିଲ କରାଯାଇ ପାରିବ ସେ ସମର୍କରେ ମୁଖ୍ୟ ଅତିଥି ଶ୍ରୀ ରମେଶ ସାହୁ ଓ ସ୍ନମାନିୟ ଅତିଥି ଶ୍ରୀ ଅଶୋକ ପାଢ଼ୀ ଓ ଶ୍ରୀ ପ୍ରଭାତ ନାୟକ ଉପସ୍ଥିତ କର୍ମୀଙ୍କୁ ସୂଚନା ପ୍ରଦାନ କରିଥିଲେ।ଦଳର ସଭ୍ୟ ସଂଗ୍ରହ ନିମନ୍ତେ ଦଳ

ପକ୍ଷରୁ ଏକ ମୋବାଇଲ ନମ୍ବର-୮୮୦୦୦୦୨୦୨୪ପାର୍ଟି ତରଫରୁ ଜାରି କରାଯାଇଅଛି।ଏହି ନମ୍ବରକୁ ନୂତନ ସଭ୍ୟଙ୍କ ମୋବାଇଲ ରେ ଡାଇଲ କରିବାକୁ କର୍ମୀଙ୍କୁ ପରାମର୍ଶ ଦେଇଥିଲେ ମୁଖ୍ୟଅତିଥି ଶ୍ରୀ ସାହୁ।ଆମ ଜିଲ୍ଲାରେ ଅତ୍ୟନ୍ତ ଦୁଇ ଲକ୍ଷ ସଭ୍ୟ ସଂଗ୍ରହ କରି ଦଳରେ ସାମିଲ କରିବାକୁ ଟାର୍ଗେଟ ରହିଛି ବୋଲି ଅତିଥିମାନେ ଉପସ୍ଥିତ କର୍ମି ମାନଙ୍କୁ ପରାମର୍ଶ ଦେଇଥିଲେ।ଏହି ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟ ଆସନ୍ତା ମାସ ସେପ୍ଟେମ୍ବର ଏକ ରୁ ଆରମ୍ଭ କରି ସେପ୍ଟେମ୍ବର ପଚିସି ତାରିଖ ସୁଦ୍ଧା ଜଣେ ଜଣେ ସକ୍ରିୟ ସଭ୍ୟ ଅତ୍ୟନ୍ତ ଶହେ ଜଣଙ୍କୁ ନୂତନ ସଭ୍ୟ ରୂପେ ସାମିଲ କରିପାରିଲେ ସେମନେ ଦଳର ସକ୍ରିୟ ସଭ୍ୟ ଭାବେ ମାନନୀତ ହୋଇପାରିବେ ବୋଲି ଅତିଥିମାନେ ଏହି କର୍ମଶାଳରେ କହିଥିଲେ।ଏଥରେ ସବୁ ବର୍ଗର ଲୋକଙ୍କୁ ସଭ୍ୟ ଭାବେ ସାମିଲ କରିବା ନିମନ୍ତେ ପରାମର୍ଶ ଦେଇଥିଲେ।ଏହିକର୍ମଶାଳରେ ବରିଷ୍ଠ କର୍ମୀ ସନତ ଠାକୁର,ମୁନା ପାଣିଗ୍ରାହୀ, କୁର୍ମା ରାଓ,ପ୍ରଦୀପ ମିଶ୍ର, ଜୋଟି ପଟନାୟକ,କୃଷ୍ଣ ଶତପଥୀ, ମିଲୁ ପଣ୍ଡା, ଟିଙ୍କୁ ଦାସ ଙ୍କ ସହ ଅନ୍ୟକର୍ମୀମାନେ କର୍ମଶାଳାରେ ଉପସ୍ଥିତ ଥିଲେ।