ମହାନଦୀ ସାହିତ୍ୟ ସଂସଦର ନିର୍ବାଚନ ଅନୁଷ୍ଠିତ* *ସୈ।ରଭ ସଭାପତି ଓ ଲକ୍ଷ୍ମୀ ନାରାୟଣ ସଂପାଦକ*
ସୁବର୍ଣ୍ଣପୁର ୨୮.୭ ଜିଲ୍ଲା ର ମର୍ଯ୍ୟାଦା ଜନକ ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦ ର ୨୦୨୫-୨୭ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ଆଜି ସଂସଦ ରେ ସଭାଗୃହ ଠାରେ ସୈ।ରଭ ରଞ୍ଜନ ଖମାରୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ନିର୍ବାଚନ ଅଧିକାରୀ ଭାବରେ ସଂସଦ ର ପ୍ରତିଷ୍ଠାତା ସଭ୍ୟ ଦିଲ୍ଲୀପ ପାତ୍ର ଦାୟିତ୍ୱ ତୁଲାଇଥିଲେ । ଏଥିରେ ଆଗାମୀ ଦୁଇବର୍ଷ ପାଇଁ ସଭାପତି ଭାବରେ ଡଃ ସୈ।ରଭ ରଞ୍ଜନ ଖମାରୀ, ଉପସଭାପତି ବେଣୁଧର ପ୍ରଧାନ, ସାଧାରଣ ସଂପାଦକ ଲକ୍ଷ୍ମୀ ନାରାୟଣ ସାହୁ, ସହ ସଂପାଦକ ରଞ୍ଜିତା ପଣ୍ଡା ଓ ବ୍ରତାନନ୍ଦ ଭୋଇ, କୋଷାଧ୍ୟକ୍ଷ ଭାବରେ ବନମାଳୀ ପଣ୍ଡା ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଛନ୍ତି। ସେହିପରି କାର୍ଯ୍ୟକାରୀ ସମିତିରେ ବିଘ୍ନରାଜ ପଣ୍ଡା, ଅମ୍ବୁଜ ବିହାରୀ ଶତପଥୀ, ପ୍ରଦ୍ୟୁମ୍ନ କୁମାର ସାହୁ, ରଞ୍ଜୁ ଅମାତ, ମନୋଜ ବାରିକ ଓ ଅବିନାଶ ହୋତା ଏବଂ
ଉପଦେଷ୍ଟା ସଭ୍ୟ ଭାବରେ ନାଟ୍ୟଶ୍ରୀ ଗଦାଧର ବାରିକ, ଡଃ ପୁରୁଷୋତ୍ତମ ମିଶ୍ର,ଶ୍ୟାମା ଓମ୍ ପ୍ରସାଦ ମିଶ୍ର, ଦିଲ୍ଲୀପ ପାତ୍ର ଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିଲା। ଆଗାମୀ ଦିନରେ ଜିଲ୍ଲାରେ ସାହିତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସହ ସନ୍ଥକବି ଭୀମଭୋଇଙ୍କ ଉପରେ ଏକ ଜାତୀୟ ସଂପାନ ଆୟୋଜନ କରିବାକୁ ପଦକ୍ଷେପ ନେବାକୁ ସଭାରେ ନିଷ୍ପତ୍ତି ନିଆଯାଇଥିଲା ।
