April 11, 2025

ଓଡିଶା ଗୋଶାଳା ସେବା ସମିତିର କାର୍ଯ୍ୟକାରିଣୀ ବୈଠକ

Share

 

କୁଜଙ୍ଗ ବ୍ଲକ ଅଧୀନ ରାହାମା କନ୍ଦମୂଳ ର ଶ୍ରୀଜଗନ୍ନାଥଙ୍କ ବଡ଼ମଠ ପରିସରରେ ଓଡିଶା ଗୋଶାଳା ସେବା ସମିତି ର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଆବାହକ ଶ୍ରୀ ସଂଗ୍ରାମ କେଶରୀ ପଟ୍ଟନାୟକ ଙ୍କ ଆବାହକ ତ୍ୱରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଗୋମାତା ସେବା ସମିତିର ରାଜ୍ୟ ସଭାପତି ତଥା ବିଶ୍ୱହିନ୍ଦୁ ପରିଷଦ ର ଧର୍ମାଚାର୍ଯ୍ୟ ସମ୍ପର୍କ ପ୍ରମୁଖ କଟକ ବିଭାଗର ଆଡ଼ଭୋକେଟ ଡ଼ଃ ସୁନାକର ବେହେରା ସଭାପତି ତ୍ବ କରି କହିଥିଲେ,ଗୋମାତାର ସୁରକ୍ଷା ଦିଗରେ ସାରା ରାଜ୍ୟରେ ଜନ ସଚେତନତା ସୃଷ୍ଟି କରିବାକୁ ପଡିବ।ପ୍ରତେକ ଦିନ ଦର୍ଘଟଣା ଜନିତ କାରଣେ ଗୋମାତା ସହିତ ତାର ପୁତ୍ର ନନ୍ଦୀ ମାନେ ଆହତହୋଇ ଚିକିତ୍ସା ଅଭାବରୁ ଅନେକ ମୃତ୍ୟୁ ବରଣ କରୁଛନ୍ତି।ତେଣୁକରି ପ୍ରତେକ ବ୍ଲକରେ ଏକ ଗୋଶାଳା ସହିତ ଗୋମାତାର ଚିକିତ୍ସା ପାଇଁ ସମସ୍ତ ସୁବିଧା ରହିବା ଆବଶ୍ୟକ। ଗୋମାତା ସୁରକ୍ଷା ପାଇଲେ ରାଷ୍ଟ୍ରର ସୁରକ୍ଷା ହୋଇପାରିବ ଏବଂ ହିନ୍ଦୁ ଧର୍ମ ରକ୍ଷାହେଲେ ହିନ୍ଦୁ ସଂସ୍କୃତି ବଞ୍ଚିପାରିବ। ଗୋମାତା ଏକ ପଶୁନୁହେଁ ସେ ସନାତନ ସଂସ୍କୃତିର ଆଦ୍ୟ ମାଆ ଅଟେ। ଏହି ବୈଠକରେ ତିର୍ତୋଲ ପ୍ରଖଣ୍ଡ ଗୋଶାଳା ସମିତିର ଆବାହକ ରାକେଶ ପଟ୍ଟନାୟକ,କୁଜଙ୍ଗ ପ୍ରଖଣ୍ଡ ଗୋଶାଳା ସମିତିର ଆବାହକ ତଥା ବଜରଙ୍ଗ ଦଳ ସହସଂଯୋଜକ ପଦ୍ମଲୋଚନ ପଣ୍ଡା,ଓ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ଗୋ ସେବା ସମିତିର ଗୋ ସେବକ ମାନଙ୍କ ମଧ୍ୟରେ କୁଜଙ୍ଗ ପ୍ରଖଣ୍ଡର ଗୋ ସୁରକ୍ଷା ପ୍ରମୁଖ ନୀତିଶ କୁମାର ବଜରଙ୍ଗୀ ,ସାଇଲୋ ଖଣ୍ଡର ସଂଯୋଜକ ବବୁଲ ପାତ୍ର, ପ୍ରସନ୍ନଜିତ ସାହୁ,ଶିବୁନି ଦାସ,ଦିଲ୍ଲୀପ ନାୟକ, କିଶନ ନାୟକ,ଲିପୁନ ପାତ୍ର,ରଶ୍ମି ରଞ୍ଜନ ଦାସ,ସାମ୍ବାଦିକ ଦେବାଶିଷ ଅକ୍ଷୟ ମହାନ୍ତି ଇତ୍ୟାଦି ଗୋ ସେବକ ଭାଇମାନେ ଯୋଗଦେଇଥିଲେ।ଶେଷରେ ଆବାହକ ସଂଗ୍ରାମ ଉପସ୍ଥିତ ସମସ୍ତ ଗୋ ସେବକ ମାନଙ୍କୁ ଧନ୍ୟବାଦ ଦେଇ କହିଥିଲେ ଆଗାମୀ ଦିନରେ ରାଜ୍ୟ ବ୍ୟାପି ପ୍ରତେକ ଜିଲ୍ଲାସ୍ତରରୁ ନେଇ ବ୍ଲକ ପଯ୍ୟନ୍ତ ଗୋମାତାର ସୁରକ୍ଷା ଦିଗରେ ଜନ ସଚେତନତା ସୃଷ୍ଟି କରାଯିବା ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବ। (ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )

You may have missed