October 7, 2024

ସୋରାମାଳ ସାହି ରାସ୍ତା କାଦ ପଚ ପଚ , ପକ୍କା ରାସ୍ତା ନିର୍ମାଣ ଦାବି 

Share

ବୁଗୁଡ଼ା : ତା ୨୮/୦୭/୨୪ : ବୁଗୁଡା ବ୍ଲକ ବି.କରଡ଼ାବାଡ଼ି ଗ୍ରାମର ସୋରାମାଳ ସାହିର ରାସ୍ତାର ଦୁରାବସ୍ଥା ଯୋଗୁଁ ଲୋକଙ୍କ ଯାତାୟାତରେ ଘୋର ଅସୁବିଧା ଦେଖା ଦେଉଥିବା ଅଭିଯୋଗ ହେଉଛି । ଶୁଖିଲା ପାଗରେ ରାସ୍ତାର ଅବସ୍ଥା ଖରାପ ରହୁଥିବା ବେଳେ ସାମାନ୍ୟ ବର୍ଷା ହେଲେ ରାସ୍ତାରେ ପାଣି ଜମି ରହିବା ସହ କାଦ ହୋଇଯାଉଛି । ଫଳରେ ସେହି କାଦ ପଚ ପଚ ରାସ୍ତା ଦେଇ ଯିବା ଆସିବା କରିବା କଷ୍ଟକର ହୋଇ ପଡୁଛି । ଏ ନେଇ ସାହିବାସିନ୍ଦା ଏକ ବୈଠକରେ ସମ୍ମିଳିତ ହୋଇ ଗାଁର ଏମ୍ଇ ସ୍କୁଲଠାରୁ କାର୍ଜି ବନ୍ଦ ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ କରିବାକୁ ଦାବି କରିଛନ୍ତି । ଏଥି ସହ ରାସ୍ତା ନିର୍ମାଣ ପାଇଁ ଆବଶ୍ୟକୀୟ ଜାଗା ଯଦି କୌଣସି ବ୍ଯକ୍ତିଙ୍କ ଅତିକ୍ରମଣ ରହିଥାଏ ତେବେ ରାଜସ୍ବ ନିରୀକ୍ଷକଙ୍କ ଦ୍ବାରା ମାପଚୁପ ପରେ ତାହାକୁ ଛାଡି ଦେବାକୁ ସାହି ବାସିନ୍ଦା ସମ୍ମତି ପ୍ରଦାନ କରିଛନ୍ତି । ତେଣୁ ପ୍ରଶାସନ ପକ୍ଷରୁ ପକ୍କା ରାସ୍ତା ନିର୍ମାଣ ନିମନ୍ତେ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ସାହିବାସିନ୍ଦାଙ୍କ ପକ୍ଷରୁ ଦାବି ହେଉଛି ।