November 25, 2024
Share

   ଭଗବତ ଚାରିଟେବୁଲ ଟ୍ରଷ୍ଟ,ବୈକୁଣ୍ଠ ନଗର ୧ମଗଳି, ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା। ଆଜି ୨୮-୦୭-୨୦୨୪,ରବିବାର ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ଆଗରୁ ଉପରୋକ୍ତ ଟ୍ରଷ୍ଟ ଅଧ୍ୟକ୍ଷ ଏସ୍ ପ୍ରକାଶ ଚନ୍ଦ୍ର ପାତ୍ର ଙ୍କ ଦ୍ବାରା ଅଟୋ ଡ୍ରାଇଭର ଶିବା ବେହେରା,ମେକାନିକ୍ ବାବୁଲା ବେହେରା ଙ୍କ ସାହାଯ୍ୟରେ ଚିହ୍ନଟ ପ୍ରକାରେ ପୁରୀ ମାର୍କେଟ ଛକ ନିକଟ ଚୂଡାପଟି ଗଳି ତଥା ଦୈତାପଡା ସାହିର ଠାକୁରାଣୀ ମନ୍ଦିର ସାମ୍ନା ଗଳି ର ତଳି ନୁଆ ସାହିରେ ବାସ କରୁଥିବା ଅତି ଗରିବ ଅସହାୟ,ବ୍ରୃଦ୍ଧ,ବ୍ରୂଦ୍ଧାତଥା ହାଣ୍ଡିକ୍ୟାପ୍ଡ୍ ବ୍ୟକ୍ତି ଙ୍କୁ ସାହାଯ୍ୟ କରିବାପାଇଁ ଅନୁରୋଧ କରନ୍ତେ ଅଧ୍ୟକ୍ଷଙ୍କ ଦ୍ବାରା ୧୧ଜଣ ବ୍ୟକ୍ତି ଙ୍କୁ (ପାର୍ବତୀ, ବେହେରା, ଜୟଦେବ, ଗଙ୍ଗା, ଗଣେଶ,କୁନି(୧),ପୁନାବେହେରା,ଧବଳେଶ୍ବର,ମଲ୍ଲି,କୁନି(୨)ଓ ଦମୟନ୍ତୀ ବେହେରା)ରାସନ୍ ସାମଗ୍ରୀ ତଥା ଚାଉଳ, ଡାଲି, ଚୁଡ଼ା,ଚିନି, ଆଳୁ, ପିଆଜ,ବିସ୍କୁଟ୍,ସାବୁନ୍,ଓ ସର୍ଫ,ଆଦି ପୁରୀର ଦୈତାପଡା ସାହିର ହରି ଦର୍ଶନ ହୋମ୍ ଆପାର୍ଟମେଣ୍ଟର ପାର୍କିଙ୍ଗ୍ ସ୍ଥଳର ପରିସରରେ ଉକ୍ତ ଟ୍ରଷ୍ଟରେ ସମ୍ପାଦୀକା ଶ୍ରୀମତୀ ବିଷ୍ଣୁପ୍ରିୟା ପାତ୍ର,ସେକ୍ବୁରିଟି କ୍ରୃଷ୍ଣଚନ୍ଦ୍ର୍ ମିଶ୍ର ତଥା ବିଶିଷ୍ଟ ବ୍ୟକ୍ତି ପ୍ରକାଶ ଚନ୍ଦ୍ର ଦାସଙ୍କ ସ୍ତ୍ରୀ ଙ୍କ ଉପସ୍ଥିତିରେ ଦିଆଗଲା।ପ୍ରକାଶ ଥାଉ କି ଅଧ୍ୟକ୍ଷ ବ୍ରହ୍ମପୁର ରୁ ପୁରୀ ଆସି ରହିବା ସମୟରେ ଉକ୍ତ ଆପାର୍ଟମେଣ୍ଟର ନିଜର ଫ୍ଲାଟ୍ ୦୩୨ରେ ରହନ୍ତି।ପୁରୀ ଆସିଲେ ଏପରି ପ୍ରୋଗ୍ରାମ କରି ଦେବାର ବ୍ୟବସ୍ଥା କରନ୍ତି।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed