October 6, 2024

ଉମରକୋଟ ପୌରପରିଷଦର ନିଦ ଭାଙ୍ଗିବ କେବେ?

Share

 

ନାଳ ରେ ବର୍ଷା ଜଳ ନିଷ୍କାସନ ନ ହେଇ ୨୦ ଟି ଦୋକାନ ରେ ପଶିଲା ପାଣି, ବହୁ ଜିନିଷ ପତ୍ର ନଷ୍ଟ…..

 

ଉମରକୋଟ: – (ଏମ.ଦୀନା°ଶୁ ଆଚାରୀ)ଦୀର୍ଘ ୧୪ଦିନ ହେଲାଣି ଉମରକୋଟ ରେ ବର୍ଷା ଲାଗି ରହିଛି। ସହର ର ନାଳ ସବୁ ଠିକ ସେ ସଫା ହେ ନ ଥିବା ସହ ସଫେଇ କାର୍ଯ୍ୟ କରୁଥିବା ସଂସ୍ଥା ର ଖାମ ଖିଆଲ ମନୋଭାବ ଯୋଗୁ ସହର ର ମୁଖ୍ୟ ନାଳ ଗୁଡ଼ିକରେ ବର୍ଷା ଜଳ ନିଷ୍କାସନ ହେଇ ପାରୁନି ଫଳ ସ୍ଵରୁପ ଏହାର କୁପରିମାଣ ସହର ବାସୀ ଙ୍କୁ ଭୋଗିବାକୁ ପଡୁଛି। ସୂଚନା ଅନୁଯାଇ ପୌର ପରିଷଦର ମୁଖ୍ୟ ନାଳ ଯେଉଁଟା କି ଉମରକୋଟ ରାଇଘର ରାସ୍ତା ରେ ଥିବା ଜୈନ ସୁନା ଦୋକାନ ପାର୍ଶ୍ଵ ରେ ଯାଇଛି ସେଠାରେ ଥିବା କଲ ଭଟ୍ଟ ଦେଇ ବର୍ଷା ଜଳ ନିଷ୍କାସନ ନ ହେଇ ପାରି ପ୍ରାୟ ୪୦ ଟା ଦୋକାନ ଓ କିଛି ଘରେ ବର୍ଷା ଜଳ ପ୍ରବେଶ କରିଥିଲା। ଫଳରେ ଦୋକାନ ରେ ଥିବା ଜିନିଷ ସବୁ ପାଣିରେ ଓଦା ହୋଇ ନଷ୍ଟ ହୋଇ ଯାଇଛି ବୋଲି ଅଭିଯୋଗ କରିଛନ୍ତି ବ୍ୟବସାୟୀ ମାନେ।ଏହାକୁ ନେଇ ପୌର ପରିଷଦ ର ପରିମଳ ବ୍ୟବସ୍ଥା ଉପରେ ସ୍ଥାନୀୟ ଦୋକାନୀ ତଥା ଏକ ନମ୍ବର ୱାର୍ଡ କାଉନସିଲର ତପନ ଦେବନାଥ ପ୍ରଶ୍ନ ବାଚି ସୃଷ୍ଟି କରିଛନ୍ତି। ସଫେଇ କାର୍ଯ୍ୟ ଠିକ ଭାବେ କରାଯାଇ ନଥିବାରୁ ସହର ର ସାରା କୁଢ଼ କୁଢ଼ ଓଳିଆ ପଡ଼ିରହିଛି ଅନ୍ୟପଟେ ନାଳ ନର୍ଦମା ଠିକ ସେ ସଫା କାରା ଯାଉ ନାହିଁ ତେଣୁ ଓଳିଆ ଜମି ନାଳ ନର୍ଦମା ଜାମ ହୋଇ ରହିଛି ଯାହା ଫଳରେ ପାଣି ଦୋକାନ ଗୁଡିକ ଭିତରେ ପଶିଛି। ଦୋକାନ ଗୁଡିକରେ ପାଣି ପଶି ଯାଇଥିବା ଖବର ପାଇ ମଧ୍ୟ ପରିମଳ ର ଠିକା ସଂସ୍ଥା ଅଧିକାରୀ ଉକ୍ତ କଲଭର୍ଟ ଟିକୁ ସଫା କରିବାକୁ ପ୍ରାୟ ତିନି ଘଣ୍ଟା ବିଳମ୍ବରେ ପହଁଚି ଯାମ ଥିବା କଲଭର୍ଟ ସଫା କରିଥିଲେ। ଏହିଭଳି ସ୍ଥିତି କୁ ନେଇ ଉମରକୋଟ ପୌର ନିର୍ବାହୀ ଅଧିକାରୀ ବନମାଳି ଶତପଥୀ କହିଛନ୍ତି ଘଟଣାକୁ ନେଇ କାଉନସିଲର ତପନ ଦେବନାଥ ଜଣେଇ ଥିଲେ। ଖବର ପାଇ ଠିକା ସଂସ୍ଥାର କର୍ମଚାରୀ ଙ୍କୁ ଘଟଣା ସ୍ଥଳକୁ ପଠେଇ ଥିଲି ଓ ଉକ୍ତ କଲଭର୍ଟ ସଫା କରାଯାଇଛି, ଆହୁରି ଯାହା ବି କାମ ବଳକା ରହିଛି ଆସନ୍ତା କାଲି ସମ୍ପୁପୂର୍ଣ୍ଣ କରାଯିବ ବୋଲି କହିଛନ୍ତି।