October 5, 2024

କୁଖ୍ୟାତ ମାଓବାଦୀ ଆଜାଦଙ୍କୁ ଅଦାଲତ ରେ ହାଜର 

Share

 

ରାୟଗଡା :ରାୟଗଡା ଜିଲ୍ଲା ଗୁଣୁପୁର ସବ୍ ଡିଭିଜନର ପଦ୍ମପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଙ୍କ ଅଦାଲତରେ ହାଜର ହେଲେ କୁଖ୍ୟାତ ମାଓ ନେତା ଆଜାଦ୍ । ଗୁଣୁପୁର ଗାନ୍ଧୀ ଯାନ୍ତ୍ରିକ ମହାବିଦ୍ୟାଳୟ ଶିକ୍ଷା ଅନୁଷ୍ଟାନ ତରଫରୁ ଚାନ୍ଦା ଆଦାୟ ଘଟଣାରେ ଆଜାଦ୍ ଗିରଫ ହୋଇଥିଲେ। ୨୦୦୮ ମସିହାରେ କେନ୍ଦୁଗୁଡା ଫାଣ୍ଡି ଅଞ୍ଚଳରୁ ୧୨ ଲକ୍ଷ ଟଙ୍କା ଚାନ୍ଦା ଆଦାୟ ବେଳେ ପୋଲିସ୍ ଚଢାଉ କରି ଟଙ୍କା ଜବତ କରିଥିଲା। ଆଜି ଏହି ମାମଲା ରେ ପୋଲିସ୍ ର କଡା ସୁରକ୍ଷା ମଧ୍ୟରେ ଝାଡପଡା ଜେଲ୍ ରୁ ପଦ୍ମପୁର ଅଦାଲତ କୁ ଆଜାଦ କୁ ଅଣାଯାଇଥିଲା। ପଦ୍ମପୁର ମାଜିଷ୍ଟ୍ରେଟ୍ ଙ୍କ କମିଟିମେଣ୍ଟ ପରେ ଆଜି ଏହି ମାମଲା ଗୁଣୁପୁର ଅତିରିକ୍ତ ଜିଲ୍ଲା ଦ୍ବୈାରା ଜର୍ଜ କୋର୍ଟ କୁ ସ୍ଥାନାନ୍ତର କରାଯାଇଥିବା ସୁଚନା ଦେଇଛନ୍ତି ଆଜାଦ ଙ୍କ ଓକିଲ ବ୍ରହ୍ମାନନ୍ଦ ପଟନାୟକ।

ରାୟଗଡାରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ