November 25, 2024

ବ୍ଲକ ସ୍କୁଲ ସ୍ପୋର୍ଟସ ଏସୋସିଏସନ୍ ର ସାଧାରଣ ସଭା ଅନୁଷ୍ଠିତ 

Share

ପଦମପୁର: (ଉପାନ୍ତ ଖବର) ୨୭/୦୭- ପଦ୍ମପୁର ସ୍ଥାନୀୟ ରାଜବୋଡ଼ାସମ୍ବର ଉଚ୍ଚବିଦ୍ୟାଳୟ ପରିସର ମଧ୍ୟରେ ରାଜବୋଡାସମ୍ବର ବ୍ଲକ ସ୍କୁଲ ସ୍ପୋର୍ଟସ ଏସୋସିଏସନ୍ ର ସାଧାରଣସଭା ବ୍ଲକ ଶିକ୍ଷାଅଧିକାରୀ ତଥା ସଭାପତି ଶ୍ରୀ ଲୋକନାଥ ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ସୁଶ୍ରୀ ପ୍ରୀତିରଶ୍ମୀ ସେଠ୍ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।ଏହି ସଭାରେ ଏବିଇଓ ଶ୍ରୀ ଶିବପ୍ରସାଦ ଯୋଶୀ, ବରିଷ୍ଠ ଶିକ୍ଷକ ଶ୍ରୀ ଅଭିଳାଷ ସାହୁ ଓ ଖେଳ ସମ୍ପାଦକ ତଥା ଶିକ୍ଷକ ଶ୍ରୀ ହରେକୃଷ୍ଣ ମେହେର ଉପସ୍ଥିତ ଥିଲେ। ଏହି ଅବସରରେ ଜାତୀୟ ବାଳିକା କବାଡିରେ ପ୍ରତିନିଧିତ୍ୱ କରିଥିବା ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ଛାତ୍ରୀ କୁମାରୀ ଆକାଂକ୍ଷା ଭୋଇଙ୍କୁ ବ୍ଲକ ଶିକ୍ଷାଅଧିକାରୀ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ମାନୀତ କରିଥିଲେ। ସମ୍ପାଦକ ଶ୍ରୀ ମେହେର ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ଚଳିତବର୍ଷର ବିଭିନ୍ନ ଖେଳ କେଉଁ ସ୍କୁଲରେ ଆୟୋଜନ ହେବ ତାହା ଉପରେ ସବିଶେଷ ଆଲୋଚନା ହୋଇଥିଲା। ବରିଷ୍ଠ ଖେଳଶିକ୍ଷକ ଶ୍ରୀ ଚନ୍ଦ୍ରମଣି ସାହୁ, ଶ୍ରୀ କ୍ଷୀରୋଦ୍ର ଦାସ ଓ ଅନ୍ୟ ଖେଳଶିକ୍ଷକ ମାନେ ସହଯୋଗ କରିଥିଲେ। ଶେଷରେ ଶ୍ରୀ ପ୍ରମୋଦ ନାଥ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ : ବରଗଡ ଜିଲ୍ଲା ପଦ୍ମପୁର ରୁ ଜୟନ୍ତ କୁମାର ସେଠ (ଉପାନ୍ତ . ଖବର)

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed