November 25, 2024
Share

୧-ଭୁବନେଶ୍ୱର : ଲଘୁଚାପ କ୍ଷେତ୍ର ସୃଷ୍ଟି ଯୋଗୁଁ ୩୧ ଯାଏଁ ପ୍ରବଳ ବର୍ଷିବ! ସତର୍କ ସୂଚନା ଜାରି।

୨-ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ଓଡିଶାରେ ଆଳୁ ଟ୍ରକ ଶନିବାର ପହଞ୍ଚିଛି ।

୩-ସରିଲା+୨ ପ୍ରଥମ ପର୍ଯ୍ୟାୟ ନାମଲେଖା,ଚୟନ ତାଲିକାରୁ ନାମ ଲେଖାଇଲେ ୮୨ ପ୍ରତିଶତ ପିଲା।

୪-ଆଜି ବିଏଡ୍ ପ୍ରବେଶିକା ପରୀକ୍ଷା, ପରୀକ୍ଷା ଦେବେ ୯୨ ହଜାର ଶିକ୍ଷାର୍ଥୀ।

୫-ଘରୋଇ ଦୁଗ୍ଧ କମ୍ପାନୀ ମିଲ୍କ ମୁଁରେ ଯୋଗାଣ ମନ୍ତ୍ରୀ ; କହିଲେ ସାମ୍ପୁଲ ପରୀକ୍ଷା ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ।

୬-ଆଳୁ ରାଜନିତି ତେଜିଲା,ଶ୍ରେୟ ନେବାକୁ ବିଜେପି -ବିଜେଡ଼ି ଟଣାଓଟରା।

୭-ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିଲା, ରାଉରକେଲା ଓ ସୁନ୍ଦରଗଡ଼ରେ ସର୍ବାଧିକ।

୮-ଭୁବନେଶ୍ୱର:ସାମ୍ବାଦିକା ମୃତ୍ୟୁ ମାମଲା, ଲ୍ୟାବ୍‌ ପଠାଯିବ ସ୍ୱାମୀଙ୍କ ମୋବାଇଲ।

୯-ଭୁବନେଶ୍ୱର:ବର୍ଷ ଶେଷ ସୁଦ୍ଧା ୧୨୫,୫୫୦କୋଟି ଛୁଇଁପାରେ ରାଜ୍ୟର ୠଣ।

୧୦-ଆଜି ଖୋଲିବ ହୀରାକୁଦ ଗେଟ୍, ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ହେବ ନିଷ୍କାସନ।

୧୧-ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ପରୀକ୍ଷା ହେବ ଦୂରଗାମୀ କ୍ଷେପଣାସ୍ତ୍ର, ସମୁଦ୍ରରେ ନ ରହିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ।

୧୨-କମିଶନରେଟ ପୋଲିସ୍ ହାତରେ ବାଓ୍ବରିଆ ଗ୍ୟାଙ୍ଗର ୩ ଲୁଟେରା, ଗ୍ୟାଙ୍ଗର ମୁଖ୍ୟ ଉତ୍ତରପ୍ରଦେଶର।

୧୩-ଅନୁଗୋଳ- ପୁରୀ ପାସେଞ୍ଜର ଟ୍ରେନରେ ନିଆଁ, ସମସ୍ତ ଯାତ୍ରୀ ସୁରକ୍ଷିତ।

୧୪-ଆନନ୍ଦପୁର:ଉପର ମୁଣ୍ଡରେ ଲଗାଣ ବର୍ଷା, ଖୋଲିଲା ବୈତରଣୀର ୭ ଗେଟ୍।

୧୫-ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୋହନ ମାଝୀ, ଆଳୁ ସମସ୍ୟାର ସମାଧାନ ପାଇଁ କଲେ ଆଲୋଚନା।

୧୬-ମାଲକାନଗିରି:ବାୟାପଡା ଘାଟିରେ ଭୁସ୍ଖଳନ, ୧୮ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ।

୧୭-କାଶ୍ମୀରରେ ମର୍ମନ୍ତୁଦ ଦୁର୍ଘଟଣା ; ଗୋଟିଏ ପରିବାରର ୮ ମୃତ।

୧୮-ପ୍ୟାରିସ ଅଲିମ୍ପିକ୍ସ: ସୁଟିଂରେ ବଢ଼ିଲା ପଦକ ଆଶା, ଫାଇନାଲରେ ମନୁ ଭାକର।

୧୯-ଅଗଷ୍ଟ ୨୩ରେ ୟୁକ୍ରେନ ରାଜଧାନୀ କିଭରେ ପହଁଚିବେ ମୋଦୀ । ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ ନେଇ ଭାରତର ଆଭିମୁଖ୍ୟ ଉପରେ ନଜର

୨୦-କଲୋମ୍ବୋ:ଶ୍ରୀଲଙ୍କାକୁ ହରାଇଲା ଭାରତ: ଅଧିନାୟକ ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଓ ରିୟାନ ପରାଗଙ୍କୁ ୩ ୱିକେଟ।

୨୧-ପ୍ୟାରିସ୍ ଅଲିମ୍ପିକ୍ସ : ପୁରୁଷ ହକିରେ ନ୍ୟୁଜିଲାଣ୍ଡକୁ ୩-୨ ଗୋଲରେ ପରାସ୍ତ କଲା ଭାରତ।

୨୨-ଡେମୋକ୍ରାଟିକ୍ ପାର୍ଟି ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀ ହେଲେ କମଲା ହାରିସ୍, ରିପବ୍ଲିକାନ୍ ପାର୍ଟି ପକ୍ଷରୁ ମଇଦାନରେ ଅଛନ୍ତି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।

*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed