November 25, 2024

ଅସ୍ତରଙ୍ଗ ସାମ୍ବାଦିକ ସଙ୍ଘ ର ୯ବମ ସାଧାରଣ ପରିଷଦ ବୈଠକ, ଓ ନୂତନ କର୍ମକର୍ତ୍ତା ଚୟନ

Share

ଅସ୍ତରଙ୍ଗ,28/7:ଶୁକ୍ରବାର ଦିନ ପୁରୀ ଜିଲ୍ଲା ଅସ୍ତରଙ୍ଗ ନିକଟ ପିର ଜାହାନିଆ ପୀଠ ଠାରେ, ବହୁ ପୁରାତନ ଅସ୍ତରଙ୍ଗ ସାମ୍ବାଦିକ ସଙ୍ଘ ର ୯ବମ ସାଧାରଣ ପରିଷଦ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହେଇଯାଇଛି । ଏହି କାର୍ଯ୍ୟକ୍ରମ ରେ ସଭାପତି ପ୍ରଶାନ୍ତ କୁମାର ବାରିକ ସଭାପତିତ୍ୱ କରିଥିବା ବେଳେ, ବରିଷ୍ଠ ପରାମର୍ଶଦାତା ଦୁଃଶାସନ ନାୟକ, ନିରଞ୍ଜନ ଦାସ, , ଶରତ କୁମାର ପରିଡା, ଙ୍କ ସହିତ ସବୁ ସଦସ୍ୟ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବୈଠକ ରେ ବିଶେଷ କରି ଅସ୍ତରଙ୍ଗ ସାମ୍ବାଦିକ ସଙ୍ଘ ର ସାଙ୍ଗଠନିକ କାର୍ଯ୍ୟ କ୍ରମ ଉପରେ ଆଲୋଚନା କରାଯାଇ ଥିଲା ।ତତ୍ ସହିତ ଆଗାମୀ ଦିନରେ ସଙ୍ଘ ସାଧାରଣ ଲୋକଙ୍କ ସ୍ୱର ସହିତ ସ୍ଵର ମିଳାଇ ,ସେମାନଙ୍କର ହକ ପାଇଁ ପ୍ରଶାସନିକ ସ୍ତରକୁ ଯାଇ ସେମାନଙ୍କ ହକ କୁ ଆଧାର କରି, ଉଚିତ ନ୍ୟାୟ ପ୍ରଦାନ କରିବାପାଇଁ ସଙ୍ଘ କାର୍ଯ୍ୟ କରିବ ବୋଲି ନିଷ୍ପତି ନିଆ ଯାଇଥିଲା ।ଏହି ବୈଠକ ରେ ବରିଷ୍ଠ ସଦଶ୍ୟ ମାନଙ୍କୁ ସନମାନିତ କରାଯାଇ ଥିଲା ଓ ସଂଘରେ ନୂତନ ସଭ୍ୟ ଭାବରେ ଆର୍ଯ୍ୟ ବିଶ୍ୱାଳ, ସୁଧୀର କୁମାର କର, ବରିଷ୍ଠ ସାମ୍ବାଦିକ ହିମାଂଶୁ ନାୟକ ନୂତନ ସଭ୍ୟ ଭାବରେ ତାଙ୍କର ସଦଶ୍ୟତା ଗ୍ରହଣ କରାଯାଇ ଥିଲା। ଏହାପରେ ସଙ୍ଘର କର୍ମକର୍ତା ଚୟନ କରାଯାଇଥିଲା ।ସଭାପତି ଭାବେ ବିଶ୍ୱରଞ୍ଜନ ବିଶ୍ୱଶ୍ରୀ, କାର୍ଯ୍ୟକାରୀ ସଭାପତି ରୂପେ ଯୁବ ସାମ୍ବାଦିକ ଆର୍ଯ୍ୟ ବିଶ୍ୱାଳ,ଉପସଭାପତି ସମୀର କର, ସମ୍ପାଦକ ଲୋକନାଥ ସ୍ୱାଇଁ, କୋଷାଧକ୍ଷ ବୃନ୍ଦାବନ ବିଶ୍ୱାଳ, ସଂସ୍କୃତି ସମ୍ପାଦକ ମନୋଜ ବିଶ୍ୱାଳ, ସମ୍ପାଦକ ଭାବରେ ତ୍ରିଲୋଚନ ବେହେରା ଙ୍କୁ ସର୍ବ ସମତି କ୍ରମେ ନିର୍ବାଚିତ କରାଯାଇଥିଲା । ତା ସହିତ ଅଗଷ୍ଟ ମାସ ପ୍ରଥମ ସପ୍ତାହ ରେ ଆଗାମୀ ବୈଠକ ପାଇଁ ନିଷ୍ପତି ନିଆଯାଇଛି ।ପରିଶେଷ ରେ ସଙ୍ଘର ଆଇନି ପରାମର୍ଶ ଦାତା ଦିବ୍ୟଦର୍ଶୀ ବିଶ୍ୱାଳ ସମସ୍ତ ଙ୍କୁ ଧନ୍ୟବାଦ ଦେବା ପରେ ସଭା ସାଙ୍ଗ କରାଯାଇଥିଲା । ଅପର ପକ୍ଷରେ ଶ୍ରୀ ବିଶ୍ଵଶ୍ରି ନୂତନ ସଭାପତି ନିର୍ବାଚିତ ହେବାପରେ,କଳିଙ୍ଗ ପେଶାଦାର ସାମ୍ବାଦିକ ସଂଘର୍ ସଭାପତି ଶ୍ରୀ ମନୋଜ ଦାସ,ସଂପାଦକ ରାଜକିଶୋର ସ୍ବାଇଁ,ଉପସଭାପତି ପରମେଶ୍ବର ଦାସ ଦୁଃଶାସନ ନାୟକ ,ପ୍ରମୁଖ ବିଶ୍ବ ବାବୁଙ୍କୁ ଅଭିନନ୍ଦନ ଜଣାଇ ଛନ୍ତି ।

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed