ହଲ୍ଧର ନାଗ୍ ନେସ୍ନାଲ୍ ସେମିନାର “ହଲ୍ଧର୍-ସୃଜନ ଆର୍ ଦର୍ସନ” ଉଦ୍ଘାଟିତ
ସୁରେନ୍ଦ୍ର କଠାର,ବରଗଡ
ବରଗଡ: ବରଗଡ଼ ସ୍ଥିତ କ୍ରୀଷ୍ଣା ବିକାଶ ଶିକ୍ଷାନୁଷ୍ଠାନରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ବାରା ବିଦ୍ୟାଳୟରେ ନବନିର୍ମିତ ଟର୍ସ କୋର୍ଟ ଉନ୍ମୋଚନ ହୋଇଯାଇଛି । ପ୍ରକାଶ ଥାଉକି, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବାଦ୍ୟ, ନୃତ୍ୟ ଓ ସଙ୍ଗୀତର ତାଳେ ତାଳେ ଭବ୍ୟ ସ୍ଵାଗତ କରାଯାଇଥିଲା । କ୍ରୀଷ୍ଣା ବିକାଶ ଗ୍ରୁପର ଚେୟାରମେନ୍ ଶ୍ରୀ ଦାଶରୀ ମୂରଲୀ କ୍ରୀଷ୍ଣା କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଜଣାଇଥିଲେ । କେନ୍ଦ୍ର ମନ୍ତ୍ରୀ ନବନିର୍ମିତ ଟଙ୍ଗ୍ କୋର୍ଟ ଉନ୍ମୋଚନ କରିବା ଅବସରରେ ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ବିବେକ ଦାଶରୀ, ତାଙ୍କୁ ଏହି ଟଙ୍ଗ୍ କୋର୍ଟ ଦ୍ୱାରା ଛାତ୍ରଛାତ୍ରୀମାନେ ତାଙ୍କ ମନରେ ଖେଳ ଏବଂ କ୍ରୀଡ଼ା ପ୍ରତି ଆଗ୍ରହ ପ୍ରକାଶ କରିବେ ଏବଂ ତାଙ୍କର ଶାରୀରିକ ଓ ମାନସିକ ବିକାଶ ହେବ ବୋଲି କହିଥିଲେ । ପରେ କ୍ରୀଷ୍ଣା ବିକାଶର କିଣ୍ଡର କସ୍ମସ୍ର ପପେଟ୍ ଥାଏଟର, ଲାଇଫ୍ ସ୍କୁଲ ଷ୍ଟୁଡିଓ ଏବଂ ଗ୍ରାଣ୍ଡର୍ମା କିଚେନ୍ ପରିଦର୍ଶନ କରି ପ୍ରାଥମିକ ଛାତ୍ରଛାତ୍ରୀ ଏବଂଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ନୂତନ ଶିକ୍ଷା ପ୍ରଣାଳୀ ଏବଂ କୌଶନକୁ ଉଚ୍ଚ ପ୍ରସଂଶା କରିଥିଲେ
କେନ୍ଦ୍ରମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କ୍ରୀଷ୍ଣା ବିକାଶ ଗ୍ରୁପ୍ ଓ ଏହାର ଚେୟାର୍ମେନ୍ ଶ୍ରୀ ଡି.ମୂରଲୀ କ୍ରୀଷ୍ଣାଙ୍କୁ ଅଭିମନ୍ୟୁ ସାହିତ୍ୟ ସଂସଦ ସହଯୋଗରେ ଏହି ଅଂଚଳର ଭାଷା ଓ ସଂସ୍କୃତି ପାଇଁ ଏହି ପ୍ରକାର ଚେଷ୍ଟାର ଭୂୟସୀ ପ୍ରଶଂସା କରିଥିଲେ । ସେ କ୍ରୀଷ୍ଣା ବିକାଶ ସ୍କୁଲର ଶୈକ୍ଷିକ ବାତାବରଣକୁ ପ୍ରଶଂସା କରିବା ସହିତ ଏହି ସ୍କୁଲ୍ରେ ମାତୃଭାଷାକୁ ଗୁରୁତ୍ବ ଦେବା ପାଇଁ ଉପଦେଶ ଦେଇଥିଲେ । କ୍ରୀଷ୍ଣା ବିକାଶ ଗ୍ରୁପର ଚେୟାର୍ମେନ୍ ଶ୍ରୀ ଦାଶରୀ ମୂରଲୀ କ୍ରୀଷ୍ଣା କିଣ୍ଡର କସ୍ମସ୍ ଉପରେ ବିଷଦ ବ୍ୟାଖ୍ୟା କରିବା ସହିତ ଲାଇଫ୍ ଷ୍ଟିଲ୍ ଦ୍ବାରା ଛାତ୍ରଛାତ୍ରୀଙ୍କ ମନରେ ଜିଜ୍ଞାସାର ଭାବ ଉଦ୍ରେକ ହେବ ବୋଲି ମତବ୍ୟକ୍ତ କରିଥିଲେ । ଏହାପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ କ୍ରୀଷ୍ଣା ବିକାଶ ଅଡିଟୋରିୟମ୍ ଠାରେ ଅନୁଷ୍ଠିତ ହେଉଥିବା ଜାତୀୟ ସ୍ତରୀୟ ହଲ୍ଧର୍ ନାଗ୍ ପାଠ ଚକ୍ର ” ହଲ୍ଧର-ସୃଜନ ଆଲ୍ ଦର୍ସନ” ରେ ଯୋଗଦାନ କରିଥିଲେ । ରାଜ୍ୟ ଶିକ୍ଷା ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ସମ୍ମାନୀତ ଅତିଥି ଭାବରେ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଏହି ଜାତୀୟ ସ୍ତରୀୟ ପାଠଚକ୍ରରେ ବରଗଡ଼ ସଂସଦ ଶ୍ରୀ ପ୍ରଦୀପ ପୁରୋହିତ, ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ ଷଡଙ୍ଗୀ, ଭଟଲି ବିଧାୟକ ଶ୍ରୀ ଇରାଶିଷ ଆଚାର୍ଯ୍ୟ, ବିଜେପୁର ବିଧାୟକ ଶ୍ରୀ ସନତ କୁମାର ଗଡତିଆ, ଅତାବିରା ବିଧାୟକ ଶ୍ରୀ ନିହାର ରଞ୍ଜନ ମହାନନ୍ଦ, ଝାରସୁଗୁଡା ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ, କ୍ରୀଷ୍ଣା ବିକାଶ ଶିକ୍ଷାନୁଷ୍ଠାନର ଡାଇରେକ୍ଟର ଡ. ସମରେନ୍ଦ୍ର ନାଥ ପଣ୍ଡା, ଆବାସିକ ବିଦ୍ୟାଳୟର ଏକକ୍ୟୁକେଟିଭ୍ ପ୍ରିନ୍ସିପାଲ ଶ୍ରୀ ଶିଶିର ପ୍ରସାଦ ରାଉଳ, ସିନିୟର ସେକେଣ୍ଡାରୀ ଅଧକ୍ଷ ଶ୍ରୀ ଚିତରଞ୍ଜନ ପତି, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ନାରାୟଣ ରଥ, ଆବାସିକ ବିଦ୍ୟାଳୟର ଉପାଧ୍ୟକ୍ଷ (ସି.ବି.ଏସ୍.ଇ) ଶ୍ରୀ ପ୍ରଦୀପ କୁମାର ସାହୁ, ଉପାଧ୍ଯକ୍ଷ (ଏକାଡ଼େମିକ୍ସ) ଡ. ମନୋଜ କୁମାର ତ୍ରୀପାଠୀ ଓ ଅନେକ ଶିକ୍ଷାବିତ୍, ପ୍ରଫେସର, ଅନେକ ବରିଷ୍ଠ ସାହିତ୍ୟିକ, ବୁଦ୍ଧିଜୀବି, ସାହିତ୍ୟ ପିପାସୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଏହି ଉଦ୍ଘାଟନୀ ଉତ୍ସବରେ ଶ୍ରୀ ସୁଶାନ୍ତ କୁମାର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶ୍ରୀ ଅଶୋକ ପୂଜାରୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ପାଠଚକ୍ର ଦୁଇ ଦିନ ଧରି ବରାହଗୁଡା଼ ସ୍ଥିତ କ୍ରୀଷ୍ଣା ବିକାଶ ଅଡିଟୋରିଅମ୍ ଠାରେ ଅନୁଷ୍ଠିତ ହେବ ।
<
