କୁନି ପ୍ରତିଭା ସାଇ ସମ୍ବିତ ପଟ୍ଟନାୟକ ଙ୍କ କଳାକୃତୀ

ଖୋର୍ଦ୍ଧା—(ପ୍ରିୟଙ୍କା ମହାପାତ୍ର)ଲୋକେଶ୍ୱରପୁର ରେ ରହୁଥିବା ଚତୁର୍ଥ ଶ୍ରେଣୀ ର ଛାତ୍ର ସାଇ ସମ୍ବିତ ସମ୍ବିତ ପଟ୍ଟନାୟକ କୁନି ନନ୍ଦିଘୋଷ ରଥ ନିର୍ମାଣ କରି ଚର୍ଚ୍ଚା ରେ l ଦୀର୍ଘ ପନ୍ଦର ଦିନ ଧରି ପରିଶ୍ରମ କରି ନିଜସ୍ୱ ଉଦ୍ୟମ ରେ କାଗଜ ଓ କାର୍ଡ ବୋର୍ଡ ରେ ନିର୍ମାଣ କରିଛନ୍ତି ଏହି କୁନି ରଥ l ପିଲାବେଳୁ ଈଶ୍ୱର ଙ୍କ ଉପରେ ବିଶେଷକରି ଜଗତର ନାଥ ମହାପ୍ରଭୁ ଜଗନ୍ନାଥ ଙ୍କ ଉପରେ ଅଗାଢ ବିଶ୍ୱାସ ରଖିଥିବା ସାଇ ସମ୍ବିତ ପଟ୍ଟନାୟକ ରଥଯାତ୍ରା ପୂର୍ବରୁ କୁନି ରଥ ନିର୍ମାଣ କରିବା ପାଇଁ ଘରେ ଥିବା ଅଦରକାରୀ କାଗଜ ଏବଂ କାର୍ଡବୋର୍ଡ କୁ ନେଇ ଏହି ରଥ ନିର୍ମାଣ କରିଛନ୍ତି ଏବଂ ସେହି ରଥରେ ବଳଭଦ୍ର, ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥ ଙ୍କୁ ରଥାରୂଢ କରି ନିଜେ ପୂଜା କରି ସାରିବା ପରେ ଦାଣ୍ଡ ରେ ଟାଣି, ଟାଣି ନେବା ସମୟରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହେବା ସହ ବହୁ ସଂଖ୍ୟା ରେ ଜନସାଧାରଣ ଏହାକୁ ଦେଖି ପ୍ରଶଂସା କରିଥିଲେ l ଜଣେ ମେଧାବୀ ଛାତ୍ର ଭାବରେ ମଧ୍ୟ ସେ ବିଦ୍ୟାଳୟ ରେ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ସାଙ୍ଗ ସାଥି ମାନଙ୍କର ବେଶ ପ୍ରିୟପାତ୍ର ହୋଇପାରିଛନ୍ତି l ପିଲାଟି ଦିନରୁ ନିଜସ୍ୱ ଜ୍ଞାନ କୌଶଳ ରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ କରିବା ରେ ରୁଚି ରଖିଥିବା ସାଇ ସମ୍ବିତ ଭବିଷ୍ୟତ ରେ ଜଣେ ଇଂଜିନିୟର ହେବେ ବୋଲି କହିଛନ୍ତି l ଏହି କୁନି ରଥ ନିର୍ମାଣ କରିବା ରେ ତାଙ୍କୁ ଘରେ ତାଙ୍କ ବଡ଼ ମା ସ୍ମିତା ପଟ୍ଟନାୟକ, ମା ସୌଦାମିନୀ ପଟ୍ଟନାୟକ ଏବଂ ଭଉଣୀ ସୌମ୍ୟା ସୋମଲିକା ପଟ୍ଟନାୟକ ସାହାଯ୍ୟ କରିଛନ୍ତି l
