ପବିତ୍ର ରଥଯାତ୍ରା ରେ ମହାପ୍ରଭୁ ଙ୍କୁ ରସଗୋଲା, ଖିସମିସ ଭୋଗ ସହିତ ତୁଳସୀ ପ୍ରଦାନ କରିଲେ ଭକ୍ତ ରାଧେଶ୍ୟାମ l

ମହାପ୍ରଭୁଙ୍କ ରଥଯାତ୍ରା ଦୁଇଦିନ ଚାଲିଥିବା ବେଳେ ମହାପ୍ରଭୁଙ୍କ ଉଦେଶ୍ୟରେ ୫ହଜର ରସଗୋଲା, ଖିସମିସ ଭୋଗ ଲଗାଇ ଭକ୍ତଙ୍କୁ ବାଣ୍ଟିବା ସହିତ ତିନିରଥରେ ତିନିଝୁଡି ତୁଳସୀ ପ୍ରଦାନ କରିଛନ୍ତି ଭକ୍ତ ରାଧେଶ୍ୟାମ l ରାଧେଶ୍ୟାମ ପ୍ରତିବର୍ଷ ଭଳି ଚଳିତ ବର୍ଷ ଶ୍ରୀଜଗନ୍ନାଥ ବଲ୍ଲଭ ନିକଟରେ ନିଜ ପରିବାର ସଦସ୍ୟ ମାନଙ୍କ ଗହଣରେ ରଥି ତିନିରଥ ଆସିବା ସମୟରେ ମହାପ୍ରଭୁଙ୍କ ଉଦେଶ୍ୟ ରେ ପାଞ୍ଚହଜାର ରସଗୋଲା ଖିସମିସ ଭୋଗ ଲଗାଇ ଶ୍ରଦ୍ଧାଳୁ ମାନଙ୍କୁ ବାଣ୍ଟିବା ସହିତ ତିନିଝୁଡି ତୁଳସୀ ନିଜ ତୁଳସୀ ବଗିଚାରୁ ଆଣି ନିଜେ ମୁଣ୍ଡାଇ ତିନି ଠାକୁର ଏବଂ ସୁଦର୍ଶନ ଙ୍କ ନିମନ୍ତେ ପ୍ରଦାନ କରିଥିଲେ l ରାଧେଶ୍ୟାମ ନିଜ ମା, ବଡଭାଇ ସୁଦର୍ଶନ ସାହୁ ଏବଂ ଘରର ସମସ୍ତ ସଦସ୍ୟମାନଙ୍କ ସହିତ ଠାକୁରଙ୍କ ଉଦେଶ୍ୟ ରେ ଏସବୁ ପ୍ରଦାନ କରିଥିଲେ l ରାଧେଶ୍ୟାମ ଦୀର୍ଘ ପନ୍ଦର ବର୍ଷ ହେବ ଠାକୁରଙ୍କ ଉଦେଶ୍ୟ ରେ ଏକ ତୁଳସୀ ବଗିଚା କରି ପ୍ରତିଦିନ ଶ୍ରୀମନ୍ଦିର କୁ ତୁଳସୀ ପ୍ରଦାନ କରିବା ସହିତ ସ୍ନାନପୂର୍ଣ୍ଣିମା ରେ ପଦ୍ମଫୁଲ, ଦୟନା ମାଳ, ରଥଯାତ୍ରା ରେ ରସଗୋଲା, ଖିସମିସ ଏବଂ ତୁଳସୀ ଏଥିସହିତ ସୁନାବେଶ ରେ ଅଧର ମାଳ ପ୍ରଦାନ କରି ଆସୁଛନ୍ତି l ରାଧେଶ୍ୟାମଙ୍କ ଏହିଭଳି ସେବାପାଇଁ ତାଙ୍କୁ ବିଭିନ୍ନ ସ୍ଥାନରୁ ପ୍ରଶଂସା କରାଯାଇଛି l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
