ସାପ କାମୁଡାରେ ବାପା ଓ ପୁଅ ର ମୃତ୍ୟୁ
Reporter -bibhuti raut
ମୋରଡା ମୟୁରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଅନ୍ତର୍ଗତ କୋହି ପଞ୍ଚାୟତ ଅଧୀନ *ପ୍ରତାପଚନ୍ଦ୍ରପୁର ଗାଁ* ରେ ଆଜି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି. ଚିତି ସାପ କାମୁଡ଼ାରେ ବାପା ଓ ପୁଅ ଙ୍କ ମୃତ୍ୟୁ ହୋଇଛି . ମିଳିଥିବା ସୂଚନା ଅନୁସାରେ *ହରେକୃଷ୍ଣ ମୁଖୀ* (45)ଶୁଳିଆପଦା ବ୍ଲକ ଅନ୍ତର୍ଗତ *ବାଘଡା ହସ୍ପିଟାଲରେ ସଫେଇ କର୍ମଚାରୀ* ଭାବେ କାର୍ଯ୍ୟ କରୁଥିଲେ ନିଜର ସ୍ତ୍ରୀ ଓ ଦୁଇ ଝିଅ ଗୋଟେ ପୁଅ କୁ ନେଇ ସରକାରୀ କ୍ୱାଟର ରେ ରହୁଥିଲେ କିନ୍ତୁ ବିଧିର ବିଧାନ ଥିଲା ଓଲଟା ଗତକାଲି ରାତିରେ ହରେକୃଷ୍ଣଙ୍କ ପରିବାର ସହ ଖାଇ ପିଇ ଶୋଇଥିବା ବେଳେ ରାତିରେ ଚିତି ସାପ ବାପ ଓ ପୁଅକୁ କାମୁଡି ଦେଇଥିଲା. ବାପା ପୁଅ ଏକା ସାଙ୍ଗରେ ଶୋଇଥିଲେ, ହରେକୃଷ୍ଣ ମୁଖୀ ଙ୍କ *ପୁଅ କିଷାନ ମୁଖୀ* (5)ଙ୍କୁ ସାପ କାମୁଡିବାର କିଛି ସମୟ ପରେ ବାନ୍ତି ଓ ପେଟ ବଥା ହେବାରୁ କିଷାନ ମୁଖୀ କୁ ବାରିପଦା ହସ୍ପିଟାଲ ନେଇଯାଇଥିଲେ କିନ୍ତୁ ହରେକୃଷ୍ଣ ମୁଖୀ ନିଜ ପୁଅ କୁ ହସ୍ପିଟାଲ ନେଇଥିଲେ ମଧ୍ୟ ନିଜକୁ ସାପ କାମୁଡ଼ିଛି ବୋଲି ସେ ଅବଗତ ନଥିଲେ ତେବେ ପୁଅର ଚିକିତ୍ସା ଚାଲିଥିବା ବେଳେ ହରେକୃଷ୍ଣ ମଧ୍ୟ ଟଳି ପଡ଼ିଥିଲେ. ତେବେ ବାପା ପୁଅଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା. ତେବେ ଶବ ବ୍ୟବଚ୍ଛେଦ ହୋଇ ନିଜ ପୈତୃକ ଘର ପ୍ରତାପଚନ୍ଦ୍ରପୁର କୁ ବାପ ପୁଅଙ୍କ ଶବ ଆସିବା ପରେ କାନ୍ଦ ବୋବାଳି ରେ ଫାଟି ପଡୁଛି ଗାଁ ଦାଣ୍ଡ. ହରେକୃଷ୍ଣଙ୍କ ଦୁଇ ଝିଅ ଓ ସ୍ତ୍ରୀ ଥିବା ବେଳେ ପୁଅ ଓ ସ୍ୱାମୀ କୁ ଏକା ସାଙ୍ଗରେ ହରାଇ ଭାଙ୍ଗି ପଡିଛନ୍ତି ସେପଟେ ହରେକୃଷ୍ଣଙ୍କର ଦୁଇ ଝିଅ ନିଜ ସାନ ଭାଇ ଓ ବାପା କୁ ହରାଇ ଆଖିରୁ ଲୁହ ଶୁଖୁନି. ତେବେ ହରେକୃଷ୍ଣ ନିଜ ପରିବାର ଏକ ମାତ୍ର ରୋଜଗାରିଆ ପୁଅ ହୋଇଥିବା ବେଳେ ଏମିତି ଅକାଳ ବିୟୋଗରେ ଗାଁ ସାହି ପଡିଶା ସମସ୍ତେ ମର୍ମାହତ ହୋଇପଡିଛନ୍ତି.ଏହି ଘଟଣା କୁ କେନ୍ଦ୍ର କରି ଶୁଳିଆପଦା ଥାନାରେ 26/2025ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି.
