March 9, 2026

୨୯ଦିନରେ ପହଁଚିଲା ମା’ ରାମାୟାଣାମ୍ମା ଙ୍କ ଯାତ୍ରା l ଛତ୍ରପୁର ଏନ ଏ ସି ଅଧକ୍ଷା ଙ୍କ ପରିବାର ପକ୍ଷରୁ ମାଙ୍କୁ ନିମନ୍ତ୍ରଣ

IMG-20240628-WA0030
Share

ଛତ୍ରପୁର,ତା. 27.6.24
(ଅରୁଣ କୁମାର ପଣ୍ଡା )
ଛତ୍ରପୁର ସହରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟଣାମ୍ମା ଙ୍କ ପାରମ୍ପରୀକ ଠାକୁରାଣୀ ଯାତ୍ରା ୨୯ ଦିନରେ ପହଞ୍ଚିଛି । ଛତ୍ରପୁର ଏ ନ ଏ ସି ଅଧକ୍ଷା ଙ୍କ ପରିବାର ପକ୍ଷରୁ ଗତକାଲି ମାଙ୍କୁ ନିମନ୍ତ୍ରଣ କରାଯାଇଥିଲା । ବିଭିନ୍ନ ଭୋଗରାଗ ସହ ହଳଦୀ କୁକୁମ ନେଇ ମାଙ୍କୁ ନିମନ୍ତ୍ରଣ କରଥିଲେ ଅଧକ୍ଷା ଶର୍ମିଷ୍ଠା ପ୍ରଧାନ ଏବଂ ପରିବାର ସଦସ୍ୟ । ଏହା ପରେ ମଧ୍ୟାହ୍ନରେ ମାଙ୍କ ଅନ୍ନ ଭୋଗ ଅର୍ପଣ କରାଯାଇଥିଲା ମାଆଙ୍କର ଏହି ଦୁର୍ଲ୍ଲଭ ଭୋଗ ପାଇବା ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ଲାଗିଥିଲା ଏହି ଯାତ୍ରା ରେ ଖଣି ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ,ପୂର୍ବତନ ଉପ ବାଚସ୍ପତି ରାମ ଚନ୍ଦ୍ର ପଣ୍ଡା,ପହଂଚି ମା ଙ୍କ ଦର୍ଶନ କରିଥିଲେ ଶେଷରେ ସନ୍ଧ୍ୟା ସମୟରେ ମା ବିରାଟ ପଟୁଆରରେ ବାହାରି ସହର ପରିକ୍ରମା କରି ଅଧକ୍ଷା ଙ୍କ ବାସଭବନ ନିକଟରେ ପହଁଚି ଭୋଗ ଗ୍ରହଣ କରିଥିଲେ । ଏହା ପରେ ଶୁକ୍ରବାର ପ୍ରତ୍ୟୁଷରେ ଅସ୍ଥାୟୀ ମଣ୍ଡପରେ ପହଞ୍ଚି ଥିଲେ । ଭକ୍ତ ମାନଙ୍କ ନିମନ୍ତେ ସିଂଘ ବାଜା, ଘଣ୍ଟ ବାଜା, ଅଘୋରୀ ନାଟ୍ୟ, ଆନ୍ଧ୍ରା ନରତକୀ ନାଟ୍ୟ, କାଳୀ ନୁର୍ତ୍ୟ, ଡି ଜେ, ସହ ପ୍ରେମ ଡାନ୍ସ ଗ୍ରୁପ ବିପୁଲିଙ୍ଗି,ଦ୍ଵାରା ମନରଞ୍ଜନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ କରାଯାଇଥିଲା ।ତେବେ ଏହି ୨୯ ଦିନର ଯାତ୍ରାରେ Ch.ଦୟାନିଧି ରେଡ୍ଡୀ ମ୍ୟାନେଜର,M. ସମରେନ୍ଦ୍ର ସେନାପତି ଆସିଷ୍ଟାଣ୍ଟ ମ୍ୟାନେଜର ,P ରାଜୁ ରେଡ୍ଡୀy କ୍ୟାସିୟର ,S ରାମୁଡୁ ରାଓ,କୁନି ଦାସ,ବାଲାଜୀ ଗୌଡ଼,ଶ୍ରୀନିବାସ ରାଓ,କୃଷ୍ଣା ରାଓ,s ଚନ୍ଦୁ,s ଗୋପୀ,t ବିକି,sକୈଳାସ,ଅଜୟ,s କାଳି, k ତେଜେସ୍ଵର୍,R ଶିବ ଓ ଅନ୍ୟାନ୍ୟ କମିଟି ସଦସ୍ୟ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ