July 3, 2024

ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଦୀର୍ଘଦିନର ଦାବି ଜଣାଇ ଫେରିଲେ ନବରଙ୍ଗପୁର ର ରାଜ୍ୟ କର୍ମକର୍ତ୍ତା….

Share

 

ନବରଙ୍ଗପୁର :-(ଏମ.ଦିନା°ଶୁ ଆଚାରୀ)ନିଖିଲ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଙ୍ଘ ଓଡିଶା, ଭୁବନେଶ୍ଵର ତରଫରୁ ଏକ ୧୫ ଦଫା ଦାବୀ ଉପସ୍ଥାପନ ପୂର୍ବକ ଅନୁସୂଚିତ ଜାତି ଓ ଜନଜାତି ବିଭାଗରେ କାର୍ଯ୍ୟ ରତ ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତରଫରୁ ସଂଘର କର୍ମକର୍ତ୍ତା, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମାନ୍ୟବର ମୋହନ ଚରଣ ମାଝି ଏବଂ ବିଭାଗୀୟ ମନ୍ତ୍ରୀ ମାନ୍ୟବର ନିତ୍ୟାନନ୍ଦ ଗଣ୍ଡ ଙ୍କୁ ସାକ୍ଷାତ କରି ବିଭାଗର ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଦୀର୍ଘଦିନର ଦାବି ଉପସ୍ଥାପନ କରାଯାଇଛି ବୋଲି ସଦ୍ୟ ନବରଙ୍ଗପୁର ଫେରିଥିବା ରାଜ୍ୟ ସଂଘର ସହ ସମ୍ପାଦକ ରଞ୍ଜନ କୁମାର ବେହେରା ଏବଂ କୋଷାଧ୍ୟକ୍ଷ କାଲିକିଙ୍କର ପଟ୍ଟନାୟକ ନବରଙ୍ଗପୁର ଜିଲ୍ଲା ସଂଘର କର୍ମକର୍ତ୍ତା ଙ୍କୁ ଜଣାଇଛନ୍ତି। ଏଲିମେଣ୍ଟ୍ରି କ୍ୟାଡର ସୃଷ୍ଟି,ବିଭାଗରେ କାର୍ଯ୍ୟରତ ବିଭିନ୍ନ ବର୍ଗର ଶିକ୍ଷକ ମାନଙ୍କର ଦରମାଗତ ଅସଂଗତି, ମେସ ଦାୟୀତ୍ବରୁ ଶିକ୍ଷକ ମାନଙ୍କୁ ବିରତି, ଗଣ ଶିକ୍ଷା ବିଭାଗ ଭଳି ଶିକ୍ଷାନିରୀକ୍ଷକ ପଦବୀ ଏବଂ ଏଥି ସମ୍ବନ୍ଧିତ ଅନ୍ୟାନ୍ୟ ପଦବୀ ସୃଷ୍ଟି , ଶିକ୍ଷା କୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଅଧ୍ଵକ ଶିକ୍ଷକ ପଦବୀ ସୃଷ୍ଟି କରିବା , ପୋର୍ଟାଲ ଜରିଆରେ ବଦଳି ଆବେଦନ, ନିୟମିତ ହୋଇଥିବା କନଟ୍ରାଚୁଆଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଏସ.ଓ.ପି. ଲାଗୁ କରିବା, କ୍ରୀଡ଼ା ଶିକ୍ଷକ ମାନଙ୍କୁ ୨୮୦୦ ମୂଳ ଦରମା ପ୍ରଦାନ, ହିନ୍ଦୀ ସଂସ୍କୃତ ଶିକ୍ଷକ ମାନଙ୍କର ଦରମାଗତ ତାରତମ୍ୟ ଦୂର କରିବା ଏବଂ ୨୦୦୬ ମସିହାରୁ କାର୍ଯ୍ୟରତ କନଟ୍ରାଚୁଆଲ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ତୁରନ୍ତ ରେଗୁଲାର କରିବା ଇତ୍ୟାଦି ସମସ୍ୟା ଜଣାଇଥିବା କଥା କହିଛନ୍ତି। ଏହା ଶୁଣି ଉଭୟ ଶିକ୍ଷା ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ସମସ୍ତ ସମସ୍ୟା ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରି ଅଳ୍ପ ଦିନରେ ତୁରନ୍ତ ଉକ୍ତ ସମସ୍ୟା ଗୁଡ଼ିକର ସମାଧାନ କରାଯିବା ନିମନ୍ତେ ପ୍ରତିଶୃତି ଦେଇଛନ୍ତି ବୋଲି ଜଣାଇଛନ୍ତି । ନବରଙ୍ଗପୁର ଜିଲ୍ଲାର ଶିକ୍ଷକ ରାଜ୍ୟ ସଂଘରେ ରହି ନିଜ କର୍ତ୍ତବ୍ୟ ଠିକ୍ ଭାବରେ ସମ୍ପାଦନ କରୁଥିବାରୁ ଜିଲ୍ଲାର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉଭୟଙ୍କୁ ସାଧୁବାଦ ଜଣାଇଛନ୍ତି।