March 10, 2026

କଲ୍ୟାଣମଣ୍ଡପ ରେ ମିଶନଶକ୍ତିର ଖାଦ୍ୟ ପ୍ରଦର୍ଶନୀ ମେଳା ଅନୁଷ୍ଠିତ

IMG-20230628-WA0025
Share

 

 

କୋରାପୁଟ ଜିଲ୍ଲା ର ସଦର ମହକୁମା କୋଟପାଡ ଠାରେ ଓଏଲଏମ, ମିଶନ ଶକ୍ତି ବିଭାଗ, କୋଟପାଡ ବ୍ଲକ ତରଫରୁ ଖାଦ୍ୟ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଥିଲା ।

ଏଥିରେ ମୁଖ୍ୟ ଅତିଥି ରୂପେ କୋଟପାଡ ନିର୍ବାଚନ ମଣ୍ଡଳୀ ବିଧାୟିକା ଶ୍ରୀମତୀ ପଦ୍ମିନୀ ଦିଆନ, ପୂର୍ବତନ ବିଧାୟକ ଶ୍ରୀ ଚନ୍ଦ୍ର ଶେଖର ମାଝୀ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ କମଳା ଭତରା, ଜିଲ୍ଲା ପରିଷଦ ସଭ୍ୟା ସଭ୍ୟ, ବିଧାୟକ ପ୍ରତିନିଧି, ବିଡିଓ ଶ୍ରୀମତୀ ସ୍ନେହପ୍ରଭା ମାଝୀ, CDPO, କୋଟପାଡ, ବ୍ୟାଙ୍କ ଶାଖା ପରିଚାଳକ, ବ୍ଲକ ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ, ତଥା ସମସ୍ତ ସରପଞ୍ଚ, ସମିତି ସଭ୍ୟ ସଭ୍ୟା ପ୍ରମୁଖ ଓ ୧୭ଟି ପଞ୍ଚାୟତ ରୁ ଆସିଥିବା SHGମା ତଥା ସେମାନଙ୍କ ପରିବାର ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ଥିଲେ ।

SHGମା ମାନଙ୍କ ସ୍ଵ ହସ୍ତ ନିର୍ମିତ ବିଭିନ୍ନ ପ୍ରକାର ଭଳିକି ଭଳି ଖାଦ୍ୟ ସାମଗ୍ରୀ ଯଥା- ମିଠା, ସ୍ନାକ୍ସ, ମିକ୍ସ୍ଚର, ମାଣ୍ଡିଆ କାକରା, ଲଡୁ, କେକ୍,ଖଜା, ବାଦାମ ଚିକି, ଗୁଲାବ ଜାମୁ ଇତ୍ୟାଦି ଆସିଥିବା ସମସ୍ତଙ୍କ ମନ ମୋହି ନେଇଥିଲା ଏବଂ ସମସ୍ତେ ଖାଇ ପ୍ରଶଂସା କରିଥିଲେ ।

ମଞ୍ଚାସୀନ ଅତିଥି ଗଣଙ୍କ କର କମଳରେ ମୋଟ ୪୨ଜଣ SHGମା ମାନଙ୍କୁ ୪୦୦୦୦ ଲେଖାଏଁ ବ୍ୟକ୍ତିଗତ ଓ ୧୨ଟିSHGଙ୍କୁ ମୋଟ ୪୨୯୫୦୦୦ଟଙ୍କା PMFME- (Pradhan Mantri Formalisation of Micro Food Enterprises) ଲୋନ ତଥା ମୋଟ ୪୫ଜଣଙ୍କୁ ୧୬ଲକ୍ଷ ୯୦୦୦୦ଟଙ୍କା OSF- (One Stop Facility) ଲୋନ ପ୍ରଦାନ କରାଯାଇଛି ଯଦ୍ବାରା ସେମାନଙ୍କର ବିଭିନ୍ନ ଧନ୍ଦାମୂଳକ ବୃତ୍ତିକୁ ବଢ଼ିବାରେ ସାହାଯ୍ୟ ହୋଇପାରିବ ।

ସମସ୍ତ ପଞ୍ଚାୟତ ର ଏମ୍ବିକେ, ସିଆରପି, ବ୍ୟାଙ୍କ ମିତ୍ର, କୃଷି ମିତ୍ର, ପ୍ରାଣୀ ମିତ୍ର, ବିଡିଏସପି, ମିଶନ ଶକ୍ତି କର୍ମକର୍ତ୍ତା ଙ୍କ ସହଯୋଗ ରେ ଏହି କାର୍ଯ୍ୟକ୍ରମ ଟି ବିପିଏମ ନମିତା ବାଘ ପରିଚାଳନା କରିଥିଲେ ।କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନି ଉ ସ ଉପାନ୍ତ ଓଡିଶା