March 12, 2026

ସାଗରଗୁଆଁ ନୋଡାଲ ଉଚ୍ଚ ବିଦ୍ୟାଳୟ ୪୭ତମ ପ୍ରତିଷ୍ଠା ଦିବସ ପାଳନ।

IMG-20230628-WA0010
Share

ସାଗରଗୁଆଁ ନୋଡାଲ ଉଚ୍ଚ ବିଦ୍ୟାଳୟ ୪୭ତମ ପ୍ରତିଷ୍ଠା ଦିବସ ପାଳନ।

ବୋଲଗଡ଼,୨୮/୦୬ (ଉପାନ୍ତ ଓଡିଶା):ବୋଲଗଡ ବ୍ଳକ ଅନ୍ତର୍ଗତ ସାଗର ଗୁଆଁ ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ମହାଦେବ ପାଟ୍ଟଯୋଶୀଙ୍କ ଆବାହକତ୍ବରେ ବିଦ୍ୟାଳୟର ୪୭ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଏହି ପ୍ରତିଷ୍ଠା ପାଳନ ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ଶିକ୍ଷକ ସୁରେନ୍ଦ୍ର ଅଟ୍ଟ,କୃଷ୍ନଚନ୍ଦ୍ର ପଟ୍ଟନାୟକ,ଧନେଶ୍ୱର ପାତଳସିଂହ, ଦୀନବନ୍ଧୁ ଜତୀ,ଗୋପାଳ ଚରଣ ମହାନ୍ତି,ରାମ ଚନ୍ଦ୍ର,ଜୟଦେବ ସିଂ ପ୍ରମୁଖ ଅତିଥୀ ମାନେ ଯୋଗ ଦେବା ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ। ବିଦ୍ୟାଳୟ ର ଝାଟିମାଟି ଗୃହରୁ ଆରମ୍ଭ କରି ୫ଟି ବିଦ୍ୟାଳୟ ପର୍ଯ୍ୟନ୍ତ ଅତିଥି ମାନେ ଗୁଣଗାନ କରିଥିଲେ। ପରିସେଶରେ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରତିଯୋଗିତା ମୁଳକ ପୁରଷ୍କାର ପ୍ରଦାନ କରାଯାଇଥିଲା। ତତସହିତ ମାନସ ରଂଜନ ପ୍ରଧାନ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)