March 10, 2026

ପାରାଦୀପ ବିଜୁ ମେମୋରିଆଲ ହସ୍ପିଟାଲ ରେ ରୋଗୀସେବା କ୍ଷେତ୍ରରେ ହେବ ବୈପ୍ଲବିକ ପରିବର୍ତ୍ତନ, ଯଥାଶୀଘ୍ର ଏ ନେଇ ସରକାରଙ୍କ ତରଫରୁ ପଦକ୍ଷେପ ଗ୍ରହଣ କରାଯିବା ନେଇ କହିଛନ୍ତି ଶିଳ୍ପମନ୍ତ୍ରୀ

IMG-20250528-WA0018
Share

    ପାରାଦୀପ ବିଜୁ ମେମୋରିଆଲ ହସ୍ପିଟାଲ ରେ ରୋଗୀସେବା କ୍ଷେତ୍ରରେ ହେବ ବୈପ୍ଲବିକ ପରିବର୍ତ୍ତନ, ଯଥାଶୀଘ୍ର ଏ ନେଇ ସରକାରଙ୍କ ତରଫରୁ ପଦକ୍ଷେପ ଗ୍ରହଣ କରାଯିବା ନେଇ କହିଛନ୍ତି ଶିଳ୍ପମନ୍ତ୍ରୀ l ପାରାଦୀପ ର ଏକମାତ୍ର ସରକାରୀ ହସ୍ପିଟାଲ ବିଜୁ ମେମୋରିଆଲ ହସ୍ପିଟାଲରେ ରୋଗୀ କଲ୍ୟାଣ ସମିତି ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ମେଡିକାଲ ରେ ଆବଶ୍ୟକ ଚିକିତ୍ସା ଉପକରଣ ସାଙ୍ଗକୁ ଖାଲି ଥିବା ଡାକ୍ତର ଓ ନର୍ସ ପଦବୀ କୁ ପୂରଣ କରିବା ପାଇଁ ବିସ୍ତୃତ ଆଲୋଚନା କରାଯାଇଛି l ଏହି ବୈଠକ ରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେବା ସହିତ ରୋଗୀ କଲ୍ୟାଣ ସମିତି ର ସମସ୍ତ ସଦସ୍ୟ, ପାରାଦୀପ ପୌରାଧ୍ୟକ୍ଷ,ପାରାଦୀପ ପୌରପାଳିକା ର କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ସହିତ ମେଡିକାଲ ର ସମସ୍ତ ଡାକ୍ତର ମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଛନ୍ତି l ବିଜୁ ମେମୋରିଆଲ ହସ୍ପିଟାଲ କୁ ପାରାଦୀପ ସହିତ ଆଖପାଖ ଅଞ୍ଚଳରୁ ଦୈନନ୍ଦିନ ହଜାର ହଜାର ସଂଖ୍ୟାରେ ରୋଗୀ ଆସୁଥିବା ରୁ କିପରି ଉନ୍ନତମାନର ଚିକିତ୍ସା ଯୋଗାଇ ଦିଆଯାଇପାରିବ ଏ ନେଇ ଶିଳ୍ପମନ୍ତ୍ରୀ ବିସ୍ତୃତ ଆଲୋଚନା କରିବା ସହିତ ଯଥାଶୀଘ୍ର ସରକାରୀ ସ୍ତରରେ ଏହାର ସମାଧାନ କରାଯିବା ନେଇ ପ୍ରତିଶୃତି ଦେଇଛନ୍ତି l ପରେ ଅଠରବାଙ୍କୀ ଠାରେ ରହିଥିବା ଆହାରକେନ୍ଦ୍ର ପରିଦର୍ଶନ କରିଵା ସହିତ ସାଧାରଣ ଲୋକଙ୍କ ସହିତ ଆଲୋଚନା କରି ଖାଦ୍ୟର ମାନ ପରଖିବା ସହିତ ସାଧାରଣ ଲୋକଙ୍କ ସହିତ ଆହାର କେନ୍ଦ୍ରରେ ଭାତ ଡାଲମା ଖାଇ ଖାଦ୍ୟର ମାନ ପରଖିଛନ୍ତି l ରାଜ୍ୟରେ ବିଜେପି ସରକାରକୁ ଏକବର୍ଷ ପୂରଣ ହେବାକୁ ଯାଉଥିବା ବେଳେ ମୋହନ ସରକାର ଦେଇଥିବା ପ୍ରତିଶୃତି ପାଳନ କରିଛନ୍ତି l ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ଲୋକଙ୍କ ସରକାର ଲୋକଙ୍କ ପାଇଁ ଅନେକ ଜନକଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିଛନ୍ତି l ବିରୋଧୀ କରୁଥିବା ସମାଲୋଚନା କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଶିଳ୍ପମନ୍ତ୍ରୀ,ବିରୋଧୀ ଙ୍କ କାମ ସମାଲୋଚନା କରିବା ତେଣୁ ବିରୋଧୀ ଅନେକ କଥା କହିବେ କିନ୍ତୁ ଆମ ସରକାର ଲୋକଙ୍କ ପାଇଁ କାର୍ଯ୍ୟ କରିଚାଲିଛି, ନିରନ୍ତର ଭାବରେ ଲୋକଙ୍କ ପାଇଁ କାର୍ଯ୍ୟ କରିବ ବୋଲି କହିଛନ୍ତି ଶିଳ୍ପମନ୍ତ୍ରୀ l
(ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର)