May 29, 2025

ବାପା ମା’ ଛେଉଣ୍ଡ ଦୁଇ ଅସହାୟ ନାବାଳକ ; ସହାୟତାର ହାତ ବଢ଼ାଇଲେ ପୂର୍ବତନ ସାଂସଦରବିନ୍ଦ୍ର କୁମାର ଜେନା ..

Share

 

ଜଳେଶ୍ଵର ( ଦେବାଶିଷ ଦାଶ )

କାଳର କରାଳ ଳ ଗତିରେ ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ଆରୁହା ପଞ୍ଚାୟତ ମଙ୍ଗାପୋଖରୀ ଆଦିବାସୀ ସାହିର ଦୁଇ ନାବାଳକ ବାପା ମାଙ୍କୁ ହରାଇ ବଞ୍ଚିବା ପାଇଁ ସଂଘର୍ଷ କରୁଥିବାର ଖବର ପାଇ ସେମାନଙ୍କ ପାଖରେ ପହଞ୍ଚି ଦୁଇ ଭାଇଙ୍କୁ ସହାୟତାର ହାତ ବଢାଇଛନ୍ତି ବାଲେଶ୍ବର ଜିଲ୍ଲାର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା । ଉଲ୍ଲେଖଯୋଗ୍ୟ କି ମଙ୍ଗାପୋଖରୀ ସାହିର ସୃଷ୍ଟିଧର ସିଂଙ୍କ ୮ ବର୍ଷ ପୂର୍ବରୁ ହୃଦଘାତରେ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ସୀମା ଦୁଇ ନାବାଳକ ପୁଅ ନେଇ ପର ଘରେ ମୂଲ ଲାଗି ଚଳୁଥିଲେ, ତେବେ ଗତ କିଛି ଦିନ ପୂର୍ବରୁ ସୀମାଙ୍କ ଅଚାନକ ମୃତ୍ୟୁ ପରେ ତାଙ୍କର ଦୁଇ ପୁଅ ଜଣେ ୮ ବର୍ଷର ଓ ଆଉ ଜଣେ ୧୨ ବର୍ଷର ନାବାଳକ ଏବେ ଅନାଥ ହୋଇଯାଇଛନ୍ତି ଏବଂ ମା’ ଙ୍କର ଶୁଦ୍ଧିକ୍ରିୟା ପାଳନ ପାଇଁ ମଧ୍ୟ ସେମାନଙ୍କ ପାଖରେ ଅର୍ଥର ଅଭାବ ରହିଛି | ଏହି ବିଷୟରେ ଖବର ପାଇ ଗତ ଶନିବାର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ପିଲା ଦୁଇଜଣଙ୍କ ଘରେ ପହଞ୍ଚି ସେମାନଙ୍କୁ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ, ନୂତନ ବସ୍ତ୍ର ଏବଂ ମା’ ଙ୍କ ଶୁଦ୍ଧିକ୍ରିୟା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏଥିସହିତ ଦୁଇ ନାବାଳକଙ୍କ ପାଠପଢା ଏବଂ ସେମାନଙ୍କ ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି, ଯାହାକୁ ନେଇ ନାବାଳକ ହୟଙ୍କ ସମ୍ପର୍କୀୟମାନେ ପୂର୍ବତନ ସାଂସଦ ଶ୍ରୀ ଜେନାଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି | ଶ୍ରୀ ଜେନାଙ୍କ ସହିତ ଜିଲ୍ଲା ପରିଷଦ ଉପାଧ୍ଯକ୍ଷା ଅନୁସୟା ପ୍ରଧାନ, ବିଜେଡ଼ି ନେତା ଲେନିନ ପ୍ରଧାନ, ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ସିମନ୍ ଦାସ ମହାପାତ୍ର, ଜଳେଶ୍ଵର ପୌରପାଳିକାର କାଉନସିଲର ଗୋବିନ୍ଦ ଚନ୍ଦ୍ର ସାହୁ, ପୂର୍ବତନ ସରପଞ୍ଚ ମଧୁସୂଦନ ଦତ୍ତ, ହରିଶ୍ ଭୂୟାଁ, ଛାତ୍ର ନେତା ଗୌରବ ଦାସ, ଯୁବ ନେତା ଗୌତମ ପାତ୍ର, ପ୍ରଭାତ ସାହୁ, ୱାର୍ଡ ମେମ୍ବର ପ୍ରୀତିମାଳା ପ୍ରଧାନ, ବିଜେଡ଼ି ନେତା ମନୋଜ ପ୍ରଧାନ, ତରଣୀ ଭୂୟାଁ, ଦିପୁ ସାମଲ ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ |

You may have missed