March 7, 2026

ଅବିଭକ୍ତ କୋରାପୁଟ ଜିଲ୍ଲାରେ ମହର୍ଷି ଗୁରୁକୂଳ ର ଆଶିଷ ୫୫୬ ମାର୍କ ଆଣି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି *ରାୟଗଡା ଜିଲ୍ଲାରେ ପୁଣି ଶୀର୍ଷ ସ୍ଥାନରେ ମହର୍ଷି ଗୁରୁକୂଳ ପ୍ରଥମ ୧୦ ଜଣ ମଧ୍ୟରୁ ୭ ଜଣ ଗୁରୁକୂଳ ର…

IMG-20240528-WA0006
Share

 

 

 

ଗୁଣପୁର  ,ଆଜି ଚଳିତ ବର୍ଷର ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ ପ୍ରକାଶ ପାଇଛି । ଏଥିରେ ରାୟଗଡା ଜିଲ୍ଲା ର ଗୁଣୁପୁର ରେ ଥିବା ମହର୍ଷି ଗୁରୁକୂଳ ର ଉଭୟ ବିଜ୍ଞାନ ଓ ବାଣିଜ୍ୟର ଫଳାଫଳ ଶୀର୍ଷରେ ରହିଛି ।ସେଥିମଧ୍ୟରୁ ଉକ୍ତ ଫଳାଫଳରେ ବିଜ୍ଞାନ ରେ ଆଶିଷ ମଣ୍ଡଳ ମୋଟ ୫୫୬ ମାର୍କ ରଖି ରାୟଗଡା ଜିଲ୍ଲାରେ ଶୀର୍ଷ ସ୍ଥାନ ରେ ରହିଛନ୍ତି । ସେହିପରି ବାଣିଜ୍ୟରେ ବି .ରାମ ଚରଣ ମୋଟ ୫୪୮ ମାର୍କ ରଖି ଜିଲ୍ଲାର ଟେକ ବଜାୟ ରଖିଛନ୍ତି । ରାୟଗଡା ଜିଲ୍ଲା ରେ ପ୍ରଥମ ୧୦ ଜଣ ମଧ୍ୟରୁ ୭ ଜଣ ଏହି ଗୁରୁକୂଳ ଅନୁଷ୍ଠାନ ର ଛାତ୍ରଛାତ୍ରୀ ଅଛନ୍ତି ।ଅନୁଷ୍ଠାନ ତରଫରୁ ବିଜ୍ଞାନରେ ମୋଟ ୨୬୬ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ସେଥିମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୯୬ଜଣ, ଦ୍ୱିତୀୟ ଶ୍ରେଣୀରେ ୫୯ ଜଣ ଏବଂ ତୃତୀୟ ଶ୍ରେଣୀରେ କେବଳ ୧୧ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ।ସେହିଭଳି ବାଣିଜ୍ୟରେ ମଧ୍ୟ ୧୩ ଜଣ ଛାତ୍ରଛାତ୍ରୀ ମଧ୍ୟରୁ ୧୨ ଜଣ ପ୍ରଥମ ଶ୍ରେଣୀ ଓ କେବଳ ଜଣେ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।ଅନୁଷ୍ଠାନ ତରଫରୁ ପୂର୍ବ ବର୍ଷ ଭଳି ସତ ପ୍ରତିଶତ ସଫଳତା ହାସଲ କରିଛନ୍ତି ।ଏହି ସଫଳତା ପାଇଁ ଅନୁଷ୍ଠାନ ର ଅଧ୍ୟକ୍ଷ ସନ୍ତୋଷ କୁମାର ଗୁରୁ, ସମ୍ପାଦକ ରାଜେଶ କୁମାର ପଣ୍ଡା ,ନିର୍ଦ୍ଧେଶକ ଲୋକନାଥ ମିଶ୍ର, ପ୍ରିନ୍ସପାଲ ପ୍ରିୟବ୍ରତ ବିଷୋୟୀ ଓ ରାମକୃଷ୍ଣ ରଥ ପ୍ରମୁଖ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।-(ସୁରେନ୍ଦ୍ର ମହାନ୍ତି )