September 29, 2024

ଧର୍ଷଣ ଅଭିଯୁକ୍ତ ଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଶୁଣ।ଇଲେ ଉମରକୋଟ ଅତିରିକ୍ତ ଜିଲ୍ଲା ଦୌର। ଜଜ୍…………

Share

 

ଉମରକୋଟ :-ଜଣେ ଧର୍ଷଣ ଅଭିଯୁକ୍ତ କୁ ଆଜୀବନ କାରାଦଣ୍ଡ ଆଦେଶ ଶୁଣାଇଛନ୍ତି ଉମରକୋଟ ଅତିରିକ୍ତ ଜିଲ୍ଲା ଦୌରା ଜଜ

ଗିରିଜା ପ୍ରସାଦ ମହାପାତ୍ର। ଘଟଣା ଘଟି ଥିଲା ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ୍ ଅନ୍ତର୍ଗତ କୁଟରିଛ।ପର ଗ୍ରାମ ପଞ୍ଚାୟତ ଅଧୀନ ରେ ଆସୁଥିବା କଲେଗାଁ ନିକଟସ୍ଥ ଡ।ଇନି ଗୁଡ଼ା ଗ୍ରାମ ଠାରେ। ଏହି ଗ୍ରାମ ର ଭୁଜ ପୁଜାରୀ ଙ୍କ ୧୭ ବର୍ଷିୟ। ଝିଅ ପଦ୍ମା ( ଛଦ୍ମ ନା) ଝରିଗାଁ ବ୍ଳକ୍ ର କୁଟରି ଛ।ପର ଗ୍ରାମ ର ରାଜ ମିସ୍ତ୍ରୀ ଶୁକ ଦାସ ଗୌଡ଼ ନିକଟ ରେ ଶ୍ରମିକ ଭାବେ କାର୍ଯ୍ଯ କରୁଥିଲା। ୪/୪/୨୦୧୨ ତାରିଖ ଦିନ ପଦ୍ମା ର ବାପା ମା କାଜୁ ବାଡ ଜଗିବା ପାଇଁ ଯାଇ ଥିବା ସମୟ ରେ ରାତି ଶୁକ ଦାସ ଗୌଡ଼ ଘରେ ପଶି ପଦ୍ମା ର ପାଟି କୁ ଚାପି ଧରି ବଳ ପୂର୍ବକ ଧର୍ଷଣ କରି ଥିଲା। ଏହି ସମୟ ରେ ପଦ୍ମା ର ୮ ବର୍ଷ ର ଭାଇ ଘରେ ଉପସ୍ଥିତ ଥିଲା। ପାଟି ଶୁଣି ପଦ୍ମା ର ଭାଇ ଓ ଭାଉଜ

ଘରେ ପହଞ୍ଚି ଥିଲେ। ଏମାନଂକୁ ଦେଖି ଶୁକ ଦାସ ପଦ୍ମା କୁ ଜୋର ଜବରଦସ୍ତ କରି ନିଜ ଘର କୁ ନେଇ ଯାଇଥିଲା। ସକାଳେ ପୀଡ଼ିତ। ଙ୍କ ବାପା ମା ଜାଣିବା ପରେ ଗାଁ ରେ ଏକ ମିଟିଂ ବସି ଥିଲା। ପଦ୍ମା ତା ସହ ଘଟିଥିବା ସମସ୍ତ ଘଟଣା କୁ ଗ୍ରାମ ବାସି ଙ୍କ ସମ୍ମୁଖ ରେ କହିଥିଲା। ଘଟଣା ସତ ବୋଲି ମଧ୍ୟ ଅଭିଯୁକ୍ତ ଶୁକ ଦାସ ମାନିବା ସହ ସ୍ତ୍ରୀ ଭାବେ ଗ୍ରହଣ କରିବି ବୋଲି କହି ପଦ୍ମା କୁ ଘର କୁ ନେଇ ପଳାଇ ଥିଲା। ଯେହେତୁ ପୀଡ଼ିତ ଆଦିବାସୀ ସଂପ୍ରଦାୟ ର ହେଇ ଥିବା ବେଳେ ଅଭିଯୁକ୍ତ ସଧାରଣ ବର୍ଗ ର ଲୋକ ହେଇ ଥିବାରୁ ପଦ୍ମା କୁ ଗ୍ରହଣ କରି ନ ଥିଲେ ଓ ତାକୁ ଘରୁ ତଡ଼ି ଥିଲା । ପରେ ନିରୁପାୟ ହେଇ ପଦ୍ମା ଙ୍କ ପିତା ଭୁଜ ପୁଜାରୀ ୭/୪/୨୦୧୨ ତାରିଖ ଦିନ ଝରିଗାଁ ଥାନା ରେ ଲିଖିତ ଅଭିଯୋଗ କରି ଥିଲେ। ଏତଲା କୁ ଆଧାର କରି ପୋଲିସ ଶୁକ ଦାସ ଗିରଫ କରି ତା ବିରୋଧ ରେ ଭାରତୀୟ ପିଙ୍ଗଳ କୋଡ଼ ଦଫା ୩୬୬,୩୭୬,୩୪୨, ୫୦୬ ଓ ଦଫା ୩ (୨)(v) ଅନୁସୂଚିତ ଜାତି

ଓ ଜନ ଜାତି କୃରତ। ନିରେ।ଧକ ଆଇନ ରେ ମୋକଦ୍ଦମା ରୁଜ୍ଜୁ କରି ଥିଲା।। ତେବେ କିଛି ଦିନ ଜେଲ ରେ ରହିବା ପରେ ଶୁକ ଦାସ ଜାମିନ ରେ ଥିଲେ। ଆଜି ନବରଙ୍ଗପୁର ଜିଲ୍ଲା ଉମରକୋଟ ଅତିରିକ୍ତ ଜିଲ୍ଲା ଦୌରା ଜଜ ଗିରିଜା ପ୍ରସାଦ ମହାପାତ୍ର ୨୪ ଜଣ ସାକ୍ଷୀ ଙ୍କ ସ।କ୍ଷ ଗ୍ରହଣ କରି ଭାରତିୟ ପିଙ୍ଗଳ କୋଡ଼ ଧାରା ୩୬୬,୩୭୬,୩୪୨ ଓ ଅନୁସୂଚିତ ଜାତି ଓ ଜନ ଜାତି କ୍ରୁରତ। ନିରୋଧକ ଆଇନ ଧାରା ୩ (୨)(v) ରେ ଦୋଷି ସାବ୍ୟସ୍ତ କରିଛନ୍ତି। ଭାରତିୟ ପିଙ୍ଗଳ କୋଡ଼ ୩୬୬ ରେ ୩ ବର୍ଷ ଜେଲ ଓ ୫ ହଜାର ଟଙ୍କା ଜୋରିମାନା, ୩୪୨ ଧାରା ରେ ୩ ମାସ ଜେଲ , ଧାରା ୩୭୬ ରେ ୭ ବର୍ଷ ଜେଲ ଓ ୧୦ ହଜାର ଟଙ୍କା ଜୋରିମାନା ଓ ଅନୁସୂଚିତ ଜାତି ଓ ଜନ ଜାତି କୃରତ। ନିରୋଧକ ଆଇନ ଦଫା ୩ (୨)(v) ରେ ଆଜୀବନ କାରାଦଣ୍ଡ ସହ ୧୫ ହଜାର ଟଙ୍କା ଜୋରିମାନା ଆଦେଶ ଶୁଣାଇଛନ୍ତି। ଜୋରିମାନା ଟଂକା ନ ଦେଇ ପାରିବା ସ୍ଥଳେ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବ। କୁ ପଡିବ ବୋଲି ନିଜ ଆଦେଶ ରେ ଉଲ୍ଲେଖ କରିଛନ୍ତି। ଜଜ ଆଦେଶ ଦେବା କ୍ଷଣି ଶୁକ ଦାସ ଗୌଡ଼ କୁ ଜେଲ। ହ।ଜତ କୁ ପଠାଇ ଦିଆ ଯାଇଛି। ସରକାର ଙ୍କ ପକ୍ଷରୁ ଅତିରିକ୍ତ ସରକାରି ଓକିଲ ଝ।ଡେଶ୍ଵର ମହାନ୍ତି ମୋକଦ୍ଧମା ପରିଚାଳନ। କରୁଥିଲେ।(ଏମ.ଦିନା°ଶୁ ଆଚାରୀ)