September 29, 2024
Share

 

➡️୧-ଜୁନ୍ ୨୨ ତାରିଖରେ ହେବ ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା। ସ୍ନାନ ପୂର୍ଣ୍ଣିମା ପରେ ମହାପ୍ରଭୁଙ୍କ ଅଣସର ନୀତି ଥିବାରୁ ଗୁପ୍ତ ନୀତି ପାଇଁ ପହଞ୍ଚିଲା ୩ କ୍ୱିଣ୍ଟାଲ୍‌ ବାସୁଙ୍ଗା ପାଟ l

 

➡️୨-କେଦାରନାଥ ଧାମରେ ନୂଆ ରେକର୍ଡ, ୧୮ ଦିନରେ ବାବାଙ୍କ ଦର୍ଶନ କଲେ ୫ ଲକ୍ଷ ଭକ୍ତ l ଯାହା ପୂର୍ବ ବର୍ଷଗୁଡ଼ିକର ଥିବା ସମସ୍ତ ରେକର୍ଡକୁ ଭାଙ୍ଗି ଦେଇଛି ।

 

➡️୩-ପାଣିପାଗ ବିଭାଗ ଦେଲା ଖୁସିଖବର, ଆସନ୍ତା ୫ ଦିନ ଭିତରେ କେରଳ ଛୁଇଁବ ମୌସୁମୀ ବାୟୁ l ଚଳିତ ଥର ସ୍ୱାଭାବିକଠାରୁ ଅଧିକ ରହିବ ମୌସୁମୀ ବର୍ଷା l

 

➡️୪-ଆଜି ପ୍ରଚାର ଜୋରଦାର କରିବେ ଅମିତ୍ ଶାହ, ହିମନ୍ତ ବିଶ୍ୱଶର୍ମା ଓ ଧର୍ମେନ୍ଦ୍ର ପ୍ରଧାନ l ନେତାମାନେ ନିମାପଡ଼ା, ଚାନ୍ଦବାଲି, କୋରେଇ, ବଡ଼ଚଣା ଭଳି ଗୁରୁତ୍ୱପୂର୍ଣ୍ଣ ଆସନରେ ପ୍ରଚାରକୁ ଶାଣିତ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ଭୋଟ୍ ଭିକ୍ଷା l

 

➡️୫-ଆଜିଠାରୁ ରାଜ୍ୟରେ ବଢ଼ିବ ପାରଦ। ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଦିନ ତାପମାତ୍ରା ବୃଦ୍ଧି ପାଇବା ନେଇ ଆକଳନ କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ।

 

➡️୬-୧୭ତମ ଦିନରେ ରଥ ନିର୍ମାଣ କାର୍ଯ୍ୟ, ତିନି ରଥର ମୋଟ ୪୨ ଗୋଟି ଚକ ମଧ୍ୟରୁ ଏବେ ସୁଦ୍ଧା ୧୬ ଗୋଟି ଚକ ନିର୍ମାଣ ହେଲା ଶେଷ । ତାଳଧ୍ଵଜ ରଥ ଏବଂ ଦର୍ପ ଦଳନ ରଥର ପାଞ୍ଚୋଟି ଲେଖାଏଁ ଚକ ନିର୍ମାଣ ଶେଷ ହୋଇଥିବାବେଳେ ବନ୍ଦିଘୋଷ ରଥର ୬ ଗୋଟି ଚକ ନିର୍ମାଣ ଶେଷ ହୋଇଛି l

 

➡️୭-ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ବଡ଼ ଚମତ୍କାର, ସେଲ୍ ଥେରାପି ଚିକିତ୍ସା ମାଧ୍ୟମରେ ମାତ୍ର ୩ ମାସ ମଧ୍ୟରେ ସମ୍ପୂର୍ଣ୍ଣ ଭାବେ ଠିକ୍ ହୋଇଗଲେ ମଧୁମେହ ରୋଗୀ l ସାଙ୍ଘାଈ ଚାଞ୍ଜେଙ୍ଗ ହସ୍ପିଟାଲ ଓ ସେଣ୍ଟର ଫର୍ ଏକ୍ସଲେନ୍ସ ଇନ୍ ମଲିକୁଲାର ସେଲ୍ ସାଇନ୍ସର ଟିମ୍ ଏପରି କିଛି ବଡ଼ କରି ଦେଖାଇପାରିଛନ୍ତି

 

➡️୮-କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ପାଟକୁରାରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗଦେଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ।

 

➡️୯-ଭଦ୍ରକ ଭଣ୍ଡାରୀପୋଖରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କ ଅଫିସରେ ଫ୍ଲାଇଂ ସ୍କ୍ବାର୍ଡ, ଆଇଟି ଓ ଟାଉନ ପୁଲିସ ପକ୍ଷରୁ ମିଳିତ ଭାବେ ହେଲା ଚଢଉ l

 

➡️୧୦-ବିଧାୟକ ଜିତିଗଲେ ଲାଗୁଛି ଲଟେରୀ, ବନୁଛନ୍ତି ମାଲାମାଲ। ୫ ବର୍ଷରେ କିଏ କିଏ ଲକ୍ଷପତିରୁ କୋଟିପତି ବନୁଛନ୍ତି ତ ୧୦ ଗୁଣାରୁ ୨୩ ଗୁଣା ଯାଏଁ ବଢ଼ିଯାଉଛି କାହା କାହା ସଂପତ୍ତି। ଏମିତି ତଥ୍ୟ ପାଇଲା ଏଡିଆର୍ ଓ ଓଡ଼ିଶା ଇଲେକ୍ସନ ୱାଚ୍।

 

➡️୧୧-ଆସନ୍ତାକାଲି ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ। ବାଲେଶ୍ୱରରେ ସଭା କରିବେ ଖଡ୍‌ଗେ। ସେହିପରି ୩୦ ତାରିଖରେ ଆସିବେ ସାଂସଦ ରାହୁଲ ଗାନ୍ଧି l

 

➡️୧୨-ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ ମାମଲାରେ ଆସିଲା ନୂଆ ମୋଡ । ପ୍ରଶାନ୍ତ ଜଗଦ୍ଦେବଙ୍କୁ ନେଇ ଯାଉଥିବା ଗାଡି ଡ୍ରାଇଭର ବନମାଳି ବେହେରା ପୋଲିସ ବିରୋଧରେ ଆଣିଲେ ସାଙ୍ଘାତିକ ଅଭିଯୋଗ l କହିଲେ, ପ୍ରଶାନ୍ତ ଜଗଦ୍ଦେବ ଇଭିଏମ୍‌ ଭାଙ୍ଗିଥିବା ନେଇ ତାଙ୍କୁ କହିବାକୁ ବାଧ୍ୟ କରାଯାଇଥିଲା।

 

➡️୧୩-ଜାମିନ ଅବଧି ବୃଦ୍ଧି ପାଇଁ ସୁପ୍ରିମକୋର୍ଟରେ ଆବେଦନ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ l ସ୍କାନ ଏବଂ ଅନ୍ୟାନ୍ୟ ପରୀକ୍ଷା ପାଇଁ କେଜ୍ରିୱାଲ ସୁପ୍ରିମକୋର୍ଟଙ୍କୁ ୭ ଦିନ ସମୟ ମାଗିଛନ୍ତି ।

 

➡️୧୪-ବାତ୍ୟା ‘ରେମାଲ’ ପଶ୍ଚିମବଙ୍ଗରେ ତାଣ୍ଡବ ରଚିଥିବା ବେଳେ ଏହା ପ୍ରଭାବରେ ହାଇଦ୍ରାବାଦରେ ହେଲା ପ୍ରବଳ ବର୍ଷା ପବନ; ଉପୁଡିଲା ବଡ଼ ବଡ଼ ଗଛ, ୧୩ ମୃତ l

 

➡️୧୫-କୁକୁରମାନଙ୍କ ପାଇଁ ପ୍ରଥମ ଥର ପାଇଁ ଏକ ସ୍ୱତନ୍ତ୍ର ବିମାନ ଉଡ଼ାଣ ଆରମ୍ଭ କଲା ଆମେରିକା l ଆମେରିକାର ଜେଟ୍ ଚାର୍ଟର୍ କମ୍ପାନୀ ବାର୍କ ଏୟାoର ଏହାକୁ ଆରମ୍ଭ କରିଛି।

 

➡️୧୬-ଆମେରିକାକୁ ପଛରେ ପକାଇ ଚୀନ ହେଲା ଭାରତର ଏକ ନମ୍ବର ବ୍ୟବସାୟିକ ସହଯୋଗୀ ରାଷ୍ଟ୍ର l

 

➡️୧୭-କାଲିଫର୍ଣ୍ଣିଆରେ ସୀମା ଟପୁଛି ହେଟ୍ କ୍ରାଇମ୍: ଇସଲାମ୍‌ଫୋବିୟାକୁ ପଛରେ ପକାଇ ଦ୍ୱିତୀୟ ସ୍ଥାନରେ ରହିଲା ହିନ୍ଦୁ ବିରୋଧୀ ଘୃଣା ଅପରାଧ l

 

➡️୧୮-ଶେଷ ହେଲା ଆଇପିଏଲ୍, ବର୍ତ୍ତମାନ ଟି -୨୦ ବିଶ୍ୱକପ୍ l ଜୁନ୍ ୧ ତାରିଖରୁ ଆରମ୍ଭ ହେବାକୁ ଥିବା ଟି -୨୦ ବିଶ୍ୱକପ ଆମେରିକା ଏବଂ ୱେଷ୍ଟଇଣ୍ଡିଜ୍ ଦ୍ୱାରା ଆୟୋଜିତ ହେବ। ତେବେ ସମୟର ପାର୍ଥକ୍ୟ ହେତୁ ଭାରତରେ ଟୁର୍ଣ୍ଣାମେଣ୍ଟ ଜୁନ୍ ୨ ତାରିଖରୁ ଆରମ୍ଭ ହେବ।

 

➡️୧୯-ଜୁନ୍ ୫ ତାରିଖ ବୁଧବାର ଦିନ ଆୟର୍ଲାଣ୍ଡ ବିପକ୍ଷରେ ଭାରତ ଟି -୨୦ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍ ଖେଳିବ। ଏହା ପରେ ଟିମ୍ ଇଣ୍ଡିଆର ଦ୍ୱିତୀୟ ମ୍ୟାଚ୍ ରବିବାର ଦିନ ପାକିସ୍ତାନ ବିପକ୍ଷରେ ହେବ। ଏହି ଉଭୟ ମ୍ୟାଚ୍ ନ୍ୟୁୟର୍କର ନାସାଉ କାଉଣ୍ଟି ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ।

➡୨୦-ପଞ୍ଜାବର ମୋହାଲିରେ ଚଳିତ ମେ ୨୯ରୁ ଜୁନ୍‌ ୨ ପର୍ଯ୍ୟନ୍ତ ୧୧ତମ ଜାତୀୟ ସିନିୟର ସପ୍ଟଟେନିସ ଚମ୍ପିଆନସିପ୍‌ ଆୟୋଜିତ ହେବ। ଏଥିରେ ଅଂଶଗ୍ରହଣ କରିବା ଲାଗି ଓଡ଼ିଶା ପୁରୁଷ ଓ ମହିଳା ଦଳ କଲେ ପଞ୍ଜାବ ଗସ୍ତ l