September 29, 2024

ପ୍ରକାଶ ପାଇଲା ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ପରୀକ୍ଷାଫଳ । .ଜେ ଆଇ ଟି ଏମ କଲେଜ ର ଶତପ୍ରତିଶତ ସଫଳତା …

Share

 

ରାୟଗଡା, ୨୬/୦୫/୨୪ : ରାୟଗଡା ସହର ଉପଖଣ୍ଡ ପିତାମହଲ ସ୍ଥିତ ଜେ ଆଇ ଟି ଏମ ଯୁକ୍ତ ୨ ବିଜ୍ଞାନ ରେସିଡେଣ୍ଟାଲ୍ କଲେଜ୍ ର ଛାତ୍ରଛାତ୍ରୀ ଚଳିତ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷାରେ ଶତପ୍ରତିଶତ ମାର୍କ ରଖି ସଫଳତା ଅର୍ଜନ କରିଛନ୍ତି । ଆଜି ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚଳିତ ଯୁକ୍ତ ୨ର ପରୀକ୍ଷାଫଳ ପ୍ରକାଶ ପାଇଛି । ତେବେ ଜେ ଆଇ ଟି ଏମ ଯୁକ୍ତ ୨ ବିଜ୍ଞାନ ରେସିଡେଣ୍ଟାଲ୍ କଲେଜ୍ ରେ ଅଧ୍ୟନରତ ସମସ୍ତ ଛାତ୍ରଛାତ୍ରୀ ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଥିବା ଜଣାପଡିଛି । ଉକ୍ତ ଶିକ୍ଷାନୁଷ୍ଠାନରେ ଅଧ୍ୟନରତ ଲୋକନାଥ ବାସାରି ୮୨ ପ୍ରତିଶତ ମାର୍କ ଆଣି ଶିକ୍ଷାନୁଷ୍ଠାନର ଟପର ହୋଇଥିବା ଜଣାଯାଇଛି । ସେହିପରି ବିଶ୍ୱଜିତ ନାୟକ ୭୫ ପ୍ରତିଶତ ମାର୍କ ରଖି ଦ୍ୱିତୀୟ ଓ ମମତା ସାହୁ ୭୪ ପ୍ରତିଶତ ମାର୍କ ରଖି ତୃତୀୟ ସ୍ଥାନ ହାସଲ କରିଛନ୍ତି। ଛାତ୍ରଛାତ୍ରୀଙ୍କ ଏଭଳି ସଫଳତା ପାଇଁ ଅଭିଭାବକ ମହଲରେ ଖୁସୀର ମହଲ ଦେଖିବାକୁ ମିଳିଛି । ଛାତ୍ରଛାତ୍ରୀ ଉତ୍ତମ ପ୍ରଦର୍ଶନ କରି ସର୍ବାଧିକ ବିଦ୍ୟାର୍ଥୀ ପ୍ରଥମ ଶ୍ରେଣୀରେ ପାସ କରିଥିବାରୁ ଜେ ଆଇ ଟି ଏମ କଲେଜ୍ ର ପ୍ରତ୍ୟେକ ଶିକ୍ଷକ ଏବଂ ଶିକ୍ଷୟତ୍ରୀମାନଙ୍କୁ ଅଭିଭାକମାନେ ଶ୍ରେୟ ଦେଇଛନ୍ତି । ଶିକ୍ଷାନୁଷ୍ଠାନର ପରିଚାଳନା ମଣ୍ଡଳୀଙ୍କ ଅହରହ ଉଦ୍ୟମ ସହ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ସହଯୋଗ କ୍ରମେ ଶିକ୍ଷାନୁଷ୍ଠାନରେ ଅଧ୍ୟନରତ ଛାତ୍ରଛାତ୍ରୀମାନେ ଭଲମାର୍କ ରଖି ଉତିର୍ଣ୍ଣ ହୋଇଥିବା ଉକ୍ତ ଅନୁଷ୍ଠାନ ନିର୍ଦ୍ଦେଶକ ଡ଼ଃ ରାଜେଶ କୁମାର ପାଢୀ ପ୍ରକାଶ କରିଛନ୍ତି । ଏଥସହିତ ଭଲଅଙ୍କ ରଖି ଉତିର୍ଣ୍ଣ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଶ୍ରୀ ପାଢି ଅଭିନନ୍ଦନ ଜ୍ଞାପନ କରିବା ସହ ଆଗାମୀ ଭବିଷ୍ୟତରେ ଅନୁରୂପ କଠିନ ପରିଶ୍ରମ କରି ପେଶାଦାର ଓ ବ୍ୟକ୍ତଗତ ଜୀବନରେ ଭଲ ମଣିଷ ହେବାକୁ ପରାମର୍ଶ ଦେଇଛନ୍ତି । ମାଧ୍ୟମିକ ଶିକ୍ଷା ପରିଷଦ ଯୁକ୍ତ ୨ପରୀକ୍ଷାରେ ଜେ ଆଇ ଟି ଏମ ଯୁକ୍ତ ୨ ବିଜ୍ଞାନ ରେସିଡେଣ୍ଟାଲ୍ କଲେଜ୍ ର ଶତ ପ୍ରତିଶତ ସଫଳତା ପାଇଁ ସମୂର୍ଣ୍ଣ ଶ୍ରେୟ ଛାତ୍ରଛାତ୍ରୀ, ଅଭିଭାବକଙ୍କ ସମେତ ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହଯୋଗ ରହିଛି । ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ଡ଼ଃ ରାଜେଶ କୁମାର ପାଢୀଙ୍କ ପରାମର୍ଶକ୍ରମେ ଛାତ୍ରଛାତ୍ରୀଙ୍କୁ ଉତ୍ତମ ପାଠ୍ୟଖସଡା ସହ ଦକ୍ଷ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଦ୍ୱାରା ଶିକ୍ଷା ପ୍ରଦାନ ଫଳରେ ଏହି ସଫଳତା ଶିକ୍ଷାନୁଷ୍ଠାନ ହାସଲ କରିପାରିଛି ।