ମନରେଗା ଦୁର୍ନୀତିର ନଗ୍ନ ନମୁନା, ଗୋଚରରେ ପୋଖରୀ ଖନନ
ମନରେଗା ଦୁର୍ନୀତିର ନଗ୍ନ ନମୁନା,
ଗୋଚରରେ ପୋଖରୀ ଖନନ
++++++++++++++++++++
ଏରସମା :- ବ୍ଲକ ସାରା ଚର୍ଚ୍ଚାରେ ମନରେଗା ଦୁର୍ନୀତି ! ବହୁବାର ଗଣମାଧ୍ୟମରେ ସମାଲୋଚନା ହେଲାପରେବି ସୁଧୁରିଲା ନାହିଁ ପ୍ରଶାସନ ! ସାମ୍ନାକୁ ଆସିଲା ଆଉ ଏକ ଦୁର୍ନୀତିର ନଗ୍ନ ଚିତ୍ର ! ଗୋଚର ଜମିରେ ପୁରୁଣା ପୋଖରୀକୁ ଖନନ କରି ଚର୍ଚ୍ଚାକୁ ଆସିଲେ ପ୍ରଶାସନ !ଯେତେ ଅଭିଯୋଗ ଆସିଲେ ବି ପ୍ରଶାସନ ସହଯୋଗରେ ଠିକାଦାର ରାଜନୈତିକ ଦଲାଲ କରିଚାଲିଛନ୍ତି ବେଆଇନ କାର୍ଯ୍ୟ ! ଲୋକେ କହୁଛନ୍ତି” ମାଳିକା ବଚନ ହୋଇଲା ସତ, ଗୋଚର ତାଡିକି କଲେଣି ଖାତ ! ” ଖବର ଅନୁସାରେ ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ପାଲଟିଛି ଦୁର୍ନୀତିର ଗନ୍ତାଘର !ଗରିବ ଦୀନମଜୁରିଆ ଜବକାର୍ଡ଼ଧାରୀ କାମ ପାଇଁ ବିକଳ ହେଉଥିବା ବେଳେ, ତାଙ୍କ ପେଟକୁ ନାତ ମାରି,ଠିକାଦାର ମେସିନ ସାହାଯ୍ୟରେ କରୁଛି ମନରେଗା କାମ ! କାମ କମ ବିଲ ଅଧିକା ନ୍ୟାୟରେ ଠିକାଦାରଙ୍କୁ ପ୍ରଶାସନ ବିଲ କରାଇବାରେ କରୁଛି ସାହାଯ୍ୟ ! କେତେକ କ୍ଷେତ୍ରରେ ପୁରୁଣା ରାସ୍ତା ଓ ପୋଖରୀକୁ ଫଲ୍ସ ବିଲ ବି କରାଯାଇ ଲକ୍ଷାଧିକ ଟଙ୍କା ଆତ୍ମସାତ ହୋଇଛି ବୋଲି ଅଭିଯୋଗ ହୋଇଛି ଆଉ ଏହି ବିଷୟ ପ୍ରତି ବ୍ଲକ ପ୍ରଶାସନ କୌଣସି ପଦକ୍ଷେପ ନେଇନାହାନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ! ଏହି ବ୍ଲକର ସୋମପୁର ପଞ୍ଚାୟତର ଅଣଖିଆ ଗ୍ରାମରେ ଥିବା ବଡପୋଖରୀର ପୁନଃରୁଦ୍ଧାର କାର୍ଯ୍ୟ କରୁଛି ଜେସିବି ମେସିନ !ଚର୍ଚ୍ଚା ହେଉଛି ଯେ ନାମକୁ ମାତ୍ର ପୋଖରୀର ପୁନଃରୁଦ୍ଧାର, ଅସଲ କଥା ହେଲା ଲକ୍ଷାଧିକ ଟଙ୍କା ଆତ୍ମସାତ କରିବା ! ଯେବେ ଉପରିସ୍ଥ ପ୍ରଶାସକ ଦୃଷ୍ଟି ନଦେବେ ତାହାଲେ କେହିବି ଏହି ଦୁର୍ନୀତିକୁ ରୋକି ପରିବେନାହିଁ ! ମୋଟ ଉପରେ ଯେବେ ଏରସମା ବ୍ଲକର ମନରେଗା କାର୍ଯ୍ୟକୁ ତଦନ୍ତଭୁକ୍ତ କରାଯିବ ବହୁ ଦୁର୍ନୀତି ପଦାକୁ ଆସିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଥିବାର ଦେଖାଯାଇଛି ! ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଓଡିଶା !