November 16, 2024

କୃପାସିନ୍ଧୁପୁରରେ ମାଗଣା ଚକ୍ଷୁ ଶିବର

Share

 

 

କୁକୁଡ଼ାଖଣ୍ତି ବ୍ଲକ ଅନ୍ତର୍ଗତ କୃପାସିନ୍ଧୁପୁର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଠାରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବର ଅନୁଷ୍ଠିତ ହେଇଥିଲା । ଏହି ଶିବିର ରେ ୪୦ ରୁ ଉର୍ଦ୍ଧ୍ଵ ବ୍ୟକ୍ତି ଚକ୍ଷୁ ପରୀକ୍ଷା କରିଥିଲେ। ସେଥିରୁ ୬ ରୁ ଉର୍ଦ୍ଧ ବ୍ୟକ୍ତିଙ୍କର ମୋତିଆବିନ୍ଦୁ ଅସ୍ତ୍ରୋପଚାର ହେଲା। ଏହି ଶିବିରରେ କୁକୁଡ଼ାଖଣ୍ତି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସଞ୍ଜୟ କୁମାର ଲେଙ୍କା ଲୋକ ମାନଙ୍କର ଆଖି ପରିକ୍ଷା କରିଥିଲେ। ଏହି ଶିବିରକୁ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କୃପାସିନ୍ଧୁପୁର ଗ୍ରାମର ଜନ ଆରୋଗ୍ୟ ସମିତି ଦ୍ୱାରା ଆୟୋଜନ କରାଯାଇଥିଲା। ଏହି ଶିବିର କୁ ସଫଳ କରିବା ଦିଗରେ ମସିହାଖାଲି ଗ୍ରାମ ପଞ୍ଚାୟତର ସରପଞ୍ଚ କାପଲ ବୁଲୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଚକ୍ଷୁ ଶିବିର କୁ ଶୁଭ ଆରମ୍ଭ କରି ଲୋକ ମାନଙ୍କୁ ଅଗ୍ରୀମ ସୂଚନା ଦେଇଥିଲେ l ନିଜର ଚକ୍ଷୁ ପରୀକ୍ଷା କରି ଲୋକ ମାନଙ୍କୁ ଚକ୍ଷୁ ପରୀକ୍ଷା କରିବା ପାଇଁ ଉତ୍ସାହିତ କରିଥିଲେ। ଏହି ଶିବିର କୁ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ମାନସ କୁମାର ଦାଶ , ମହିଳା ସ୍ୱାସ୍ଥ୍ୟକର୍ମୀ ମୌସୁମୀ ପ୍ରଧାନ ଓ ସ୍ଵାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ସମସ୍ତ ଆଶାକର୍ମୀ ଉପସ୍ଥିତ ରହି ଲୋକ ମାନଙ୍କୁ ଉତ୍ସାହିତ କରିବା ସହିତ କାର୍ଯ୍ୟକ୍ରମ କୁ ସଫଳ କରିବା ଦିଗରେ ସହାୟତା କରିଥିଲେ। ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିସରରେ ଔଷଧୀୟ ବଗିଚା ନିମନ୍ତେ ଔଷଧୀୟ ଗଛର ଚାରା ସରପଞ୍ଚ କାପଲ ବୁଲୁ , ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ମାନସ କୁମାର ଦାଶ ଓ ମହିଳା ସ୍ୱାସ୍ଥ୍ୟକର୍ମୀ ମୌସୁମୀ ପ୍ରଧାନ ଦ୍ୱାରା ରୋପଣ କରାଯାଇଥିଲା। କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ