April 19, 2025

ଉମରକୋଟ ବ୍ଲକ ଅନ୍ତର୍ଗତ ଜଡିଭଟା ଗାଁ ରେ ଲୋ ଭଲ୍ଟେଜ୍ ବିଦ୍ୟୁତ୍ ସମସ୍ୟା………

Share

 

ଉମରକୋଟ:- ଜଡ଼ିଭଟା ଗାଁ ରେ ଲୋ ଭୋଲଟେଜ୍ ଯୋଗୁଁ ଗ୍ରୀଷ୍ମ ଖରା ଗରମ କୁ ନେଇ ସମସ୍ୟା ରେ |
ରାଜ୍ୟରେ ଏବେ ଦିନ କୁ ଦିନ ଦେଖିବାକୁ ମିଳୁଛି ପ୍ରଚଣ୍ଡ ଖରା ବଡ଼ିଚାଲିଛି ଏହି ସମୟରେ ବିଦ୍ୟୁତ ସେବା ନିମନ୍ତେ ଠିକା ନେଇଥିବା ଟାଟା ପାୱାର କର୍ମଚାରୀ ବିଦ୍ୟୁତ ବିଭାଗ ଗାଁ ସମସ୍ୟା ଦୂର କରିପାରୁ ନାହାଁନ୍ତି ଏପଟେ ଗ୍ରାମ ବାସୀ ହୁତ ହୁତ ଗ୍ରୀଷ୍ମ ପ୍ରବାହ ରେ ଦିନ ରାତ୍ରି କାଳୀନ ରେ ବିଦ୍ୟୁତ ର ଲୋ ଭଲ୍ଟେଜ ଯୋଗୁ ଗ୍ରୀଷ୍ମ ଖରା ଗରମ ହେତୁ ଛୋଟ ପଟ ଗାଁ ଲୋକେ ଯାହା ଦେଖିବାକୁ ମିଳିଛି ତା ସଂଗେ ସଂଗେ ପାଣିୟ ଜଳ ରୋ ସମସ୍ୟା ଗୋଟିଏ ନଳ କୂପ କୁ ନିର୍ବର କରୁଛନ୍ତି ଗାଁ ବାସୀ ଗାଁର ଜନ ସଂଖ୍ୟା ପରିବାର ରହୁଛନ୍ତି ପାକା ପାଖି ୮୦ପରିବାର ବସବାସ କରୁଛନ୍ତି ଏଭଳି ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବକଦା ପଞ୍ଚାୟତର ଜଡ଼ିଭଟା ଗ୍ରାମରେ ଗାଁ ଲୋକମାନେ ଲୋ ଭଲ୍ଟେଜ ଯୋଗୁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି l ଗାଁ ରେ ଦୁଇଟି ଟ୍ରାଷ୍ଫର୍ମର ରହିଅଛି କିନ୍ତୁ ଗୋଟିଏ ଟ୍ରାଷ୍ଫର୍ମର ଦୀର୍ଘ ୪ବର୍ଷ ହେଲା ଖରାପ ହୋଇ ପଡିଛି ଏ ବିଷୟ ରେ ବିଦ୍ୟୁତ ବିଭାଗଙ୍କୁ ଗାଁ ଲୋକେ ବହୁତ ଥର ଜଣେଇଛନ୍ତି l ହେଲେ ଗାଁ ଲୋକଙ୍କ କଥା କୁ ଏଡାଇ ଦେଉଛନ୍ତି ବିଦ୍ୟୁତ ବିଭାଗ ବାବୁ ମାନେ ମାସକୁ ମାସ ଗାଁ କୁ ଆସି ବିଲ ଟଙ୍କା ଆଦାୟ କରି ଚାଲିଯାଉଛନ୍ତି କିନ୍ତୁ ଗାଁ ଲୋକଙ୍କ ସମସ୍ୟା କିଏ ବୁଝି ବୋ କି ଯାହାକି ଲୋ ଭଲ୍ଟେଜ ହେତୁ ଘରର ପଙ୍ଖା , ଚାଷ ଜମିର ମୋଟର, ଆଲୁଅ କିଛି ଚାଲୁ ନାହିଁ | ଏହି କାରଣରୁ ମକା ଗଛ ଶୁଖିଯାଉଛି ଏବଂ ଫସଲ ନଷ୍ଟ ହେଉଛି | ଏଥିପ୍ରତି ବିଦ୍ୟୁତ ବିଭାଗ ଶୀଘ୍ର ଧ୍ୟାନ ଦେଲେ ଭଲ ହୁଅନ୍ତା ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି।(ଏମ.ଦିନା°ଶୁ ଆଚାରୀ)