November 16, 2024

ମୋହନା ରେ ରେଡ଼ିଓ ଷ୍ଟେସନ ଉଦଘାଟିତ

Share

ଗଜପତି ଜିଲ୍ଲା ମୋହନା ସଦର ଠାରେ ଆଜି ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ଠାରେ ସୁଇଚ ଟିପି ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି।ଏହି ସମାରୋହରେ ମାନ୍ୟବର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ମଧ୍ୟ ଉପସ୍ଥିତ ରହି ସ୍ଵାଗତ ଭାଷଣ ଦେଇଥିଲେ।ଆଜି ଭାରତର ବିଭିନ୍ନ ରାଜ୍ୟରେ ସର୍ବ ମୋଟ ୯୧ଟି ଏଫ. ଏମ. ୧୦୦ୱାଟ କ୍ଷମତା ସମ୍ପନ୍ନ ବେତାର କେନ୍ଦ୍ର ଆରମ୍ଭ କରିଛନ୍ତି।ସେଥି ମଧ୍ୟରୁ ଗଜପତି ଜିଲାର ମୋହନା ଠାରେ ଏକ କେନ୍ଦ୍ର ଆରମ୍ଭ ହୋଇଛି।ପୂର୍ବରୁ ଏଠାରେ ଦୂରଦର୍ଶନ କେନ୍ଦ୍ର ଚାଲୁ ରହିଥିଲା।ତାହା ବନ୍ଦ କିଛିଦିନ ହେଲା ରହିଥିଲା।ଆଜି ସେହି ସ୍ଥାନରେ ହିଁ ବେତାର କେନ୍ଦ୍ର ଆରମ୍ଭ ହୋଇଛି।ଏହି ଉତ୍ସବରେ ଗଜପତି ଜିଲ୍ଲା ପ୍ରକଳ୍ପ ପ୍ରଶାସକ ଫାଲ୍ଗୁନି ମାଝି ଅତିଥି ଭାବେ ଉପସ୍ଥିତ ଥିବା ବେଳେ ମୋହନା ର ସମସ୍ତ ସାମ୍ବାଦିକ, ଅଗ୍ନିଶମ ବିଭାଗ ଅଧିକାରୀ, ବ୍ୟାଙ୍କ କର୍ତ୍ତୃପକ୍ଷ, ସ୍ତାନୀୟ କଲେଜ କର୍ମଚାରୀ, ବିଦ୍ୟୁତ ବିଭାଗ ଯନ୍ତ୍ରୀ, ବିଧାୟକ ପ୍ରତିନିଧି ଙ୍କ ସମେତ ବିଜେପି ବ୍ଲକ ସଭାପତି ଜିତେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ଏହି ଉଦଘାଟନୀ ଉତ୍ସବରେ।ଏହା ସହ ବେତାର କେନ୍ଦ୍ରର ଅମର ପ୍ରସାଦ ସାହୁ, ସନ୍ତୋଷ ପିଙ୍ଗ ଙ୍କ ସମେତ ଏଠାକୁ ଆସିଥିବା ସମସ୍ତ କର୍ମଚାରୀ ଉପସ୍ଥିତରେ ଆଡମ୍ବର ସହ ବେତାର କେନ୍ଦ୍ର ଲୋକାର୍ପିତ ହୋଇଛି।ଏହି ଅଞ୍ଚଳ ଘାଟି ପାହାଡ଼ ହୋଇଥିବାରୁ ବେତାର କେନ୍ଦ୍ର ଲୋକଙ୍କ କାର୍ଯ୍ୟରେ ଲାଗିବା ସହ ସମସ୍ତ ଦେଶ ବିଦେଶର ଖବର ପାଇ ପାରିବେ ବୋଲି ଆଶା କରାଯାଉଛି।