ମଙ୍ଗଳପୁର ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ; ଦୁଇ ଦିବ୍ୟାଙ୍ଗ, ତିନି ସାମ୍ବାଦିକ, 17 ନୁତନ ରକ୍ତଦାତାଙ୍କ ସମେତ 41 ଜଣଙ୍କ ରକ୍ତଦାନ

ବେଲଗୁଣ୍ଠା, ୨୮/୦୩,ଗ୍ରୀଷ୍ମ ପ୍ରବାହ ସହିତ ଭଞ୍ଜନଗର ରକ୍ତଭଣ୍ଡାରରେ ରକ୍ତ ଅଭାବକୁ ଦୃଷ୍ଟିରେ ରଖି ମଙ୍ଗଳପୁର ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ଆଜି ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ପ୍ରେସ୍ କ୍ଲବ ଏବଂ ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ବେଲଗୁଣ୍ଠା ଥାନା ଏସ୍ଆଇ ଅଭୟ କୁମାର ପ୍ରଧାନ,ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ସମ୍ପାଦକ ମାଧବ ଚନ୍ଦ୍ର ଆପଟ,ଯୁବ ସମାଜସେବୀ ବୁଲୁ ଦୋରା,ତ୍ରୀନାଥ ଜେନା,ବାବୁ ବିରଜା ପ୍ରସାଦ,ସରପଞ୍ଚ ପ୍ରତିନିଧି ଜ୍ୟୋତିରଞ୍ଜନ ନାୟକ, ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ l ସାମ୍ବାଦିକ ପ୍ରଭାତ କୁମାର ସାହୁ, ସୂର୍ଯ୍ୟନାରାୟଣ ତ୍ରୀପାଠୀ, ସୁରେଶ ସୁବୁଦ୍ଧି ଶିବରାମ ଚୌଧୂରୀ, ସୁଶାନ୍ତ କୁମାର ବେହେରା, ତୋଫାନ ସାହୁ, ପ୍ରମୁଖ ଅତିଥି ରୂପେ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ I ଏହି ରକ୍ତଦାନ ଶିବିରରେ ଦୁଇ ଦିବ୍ୟାଙ୍ଗ ସନ୍ତୋଷ କୁମାର ଆପଟ ଏବଂ ଟୁକୁନା ଆପଟଙ୍କ ସମେତ ତିନି ସାମ୍ବାଦିକ ତଥା ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ପୂର୍ବତନ ସଭାପତି ମାଧବ ଚନ୍ଦ୍ର ଆପଟ,ସାମ୍ବାଦିକ ଶିବରାମ ଚୌଧୂରୀଙ୍କ ସମେତ 17 ଜଣ ନୂତନ ରକ୍ତଦାତା ରକ୍ତଦାନ କରିଥିଲେ ଏବଂ ମୋଟ 41 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା I ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ୭୩ ତମ ରକ୍ତ ଦାନ କରିଥିବା ବେଳେ ମାଧବ ଚନ୍ଦ୍ର ଆପଟ ଷୋହଳ ଥର ଓ ସାମ୍ବାଦିକ ଶିବରାମ ଚୌଧୁରୀ ଚାରି ଥର ପାଇଁ ରକ୍ତଦାନ କରିଥିଲେ I ଭଞ୍ଜନଗର ରକ୍ତଭଣ୍ଡାରରେ ଏ ପଜିଟିଭ୍ ଏବଂ ବି ପଜିଟିଭ୍ ରକ୍ତର ଅଧିକ ଆବଶ୍ଯକ ରହୁଥିବା ବେଳେ ଆଜି ବହୁ ରକ୍ତଦାତାଙ୍କ ଠାରୁ ଏ ପଜିଟିଭ୍ ଏବଂ ବି ପଜିଟିଭ୍ ରକ୍ତ ସଂଗ୍ରହ ହୋଇପାରିଥିବାରୁ ରକ୍ତ ଭଣ୍ଡାର କର୍ମଚାରୀମାନେ ଖୁସି ପ୍ରକଟ କରିଥିଲେ I ଆଜି ରକ୍ତ ଦାନ ଶିବିରରେ ସମିତି ସଭ୍ୟା ପ୍ରତିନିଧି ମଧୁ ମଲ୍ଲିକ୍, ସୂର୍ଯ୍ୟକାନ୍ତ ନାୟକ, ରାଜେଶ୍ଵର ଆପଟ, ଶିବ ନାରାୟଣ ବଢ଼େଇ, ବାବୁଲା ନାୟକ, ଶିବରାମ ଗୌଡ଼, ସୁରେଶ ଚନ୍ଦ୍ର ଭୂୟାଁ,ଶୁଭମ ନାୟକ, କୃଷ୍ଣଚନ୍ଦ୍ର ପ୍ରଧାନ, ଭୋଳା ଶଙ୍କର ତରାଇ, ଭିକାରୀ ଗୌଡ଼, ଶିବରାମ ଆପଟ, ଶ୍ରୀଧର ଖଟେଇ, କାହ୍ନୁ ଚନ୍ଦ୍ର ଦାସ୍, ସଞ୍ଜୟ କୁମାର ପରିଡ଼ା,ଟିଲୁ ନାୟକ, ଚନ୍ଦନ କୁମାର ଆପଟ, ଜୟରାମ ବିଷୋୟୀ,ଲକ୍ଷ୍ମଣ ଆପଟ, ଦିଲ୍ଲିପ୍ ସ୍ୱାଇଁ, ବିପଦ ଆପଟ, ସୀମାଞ୍ଚଳ ବାରିକ, ମିଟୁ ଜେନା, ଜୟଚନ୍ଦ୍ର ନାୟକ, ଦୁଷ୍ମନ୍ତ ଖଟେଇ, ଶମ୍ଭୁ ରାଉତ, ଗୋରା ସାହୁ, ରାଜକୁମାର ଆପଟ,ରଞ୍ଜନ ଆପଟ, ସଞ୍ଜୟ କୁମାର ଆପଟ, କିରନ୍ ବାରିକ, ପ୍ରଦୀପ ନାୟକ, ବଳରାମ ବରାଡ, ରାଜେଶ୍ ପୋଲେଇ, ଶିବରାମ ସାମଲ, ଅଜୟ ସ୍ୱାଇଁ, ପ୍ରମୁଖ ରକ୍ତଦାନ କରିଥିଲେ I ରକ୍ତଦାନ ଶିବିରରେ ଭଞ୍ଜନଗର ରକ୍ତଭଣ୍ଡାରର ଡାକ୍ତର ଆଶିଷ ମହାପାତ୍ର, ରକ୍ତଭଣ୍ଡାର କର୍ମଚାରୀ ବିପିନ କୁମାର ପାଣିଗ୍ରାହୀ, ଲକ୍ଷ୍ମୀ ନାରାୟଣ ମାଝୀ, ଅର୍ଚ୍ଚନା ସାହୁ, ସୀମାଞ୍ଚଳ ସେଠୀ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ I କାର୍ଯ୍ୟକ୍ରମରେ ବିଭୂତିଭୂଷଣ ଜେନା, ସୁବାସ ଆପଟ, ପିତାମ୍ବର ଆପଟ,ରାମେଶ୍ଵର ଖଟେଇ, ରଣବୀର୍ ବିଷୋୟୀ, ବିଷ୍ଣୁପ୍ରିୟା ଡାଙ୍ଗୁଆ,ସୋନମ ବଢ଼େଇ, ସୁଶ୍ରୀତା ବିଶ୍ୱାଳ, ସୁଲୋଚନା ଡାକୁଆ, ପୂଜାରାଣୀ ଗୌଡ଼ , ଦୀପା ଦାସ୍, ରାଜଲକ୍ଷ୍ମୀ ଆପଟ, ରଶ୍ମିତା କୁମାରୀ ଆପଟ, ଝୂନୂଲତା ଆପଟ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରିବା ସହ ପଞ୍ଜିକରଣରେ ସହଯୋଗ କରିଥିଲେ I ସମସ୍ତ କାର୍ଯ୍ୟକ୍ରମକୁ ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ସମ୍ପାଦକ ମାଧବ ଚନ୍ଦ୍ର ଆପଟ ଏବଂ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ପରିଚାଳନା କରିବା ସହିତ ରକ୍ତଦାନ କରିଥିଲେ I
ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ