March 31, 2025

ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘର କର୍ମକର୍ତ୍ତା ନିର୍ବାଚନ ପାଇଁ ବାଜିଲା ନିର୍ବାଚନ ବିଗୁଲ l

Share

ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘର କର୍ମକର୍ତ୍ତା ନିର୍ବାଚନ ପାଇଁ ବାଜିଲା ନିର୍ବାଚନ ବିଗୁଲ l ପୂର୍ବରୁ ଓମ୍ଫା ର ନିର୍ବାଚନ ନ ହୋଇ ସହମତି ଭାବରେ ସଭାପତି ଓ ଅନ୍ୟାନ୍ୟ କର୍ମକର୍ତ୍ତା ମାନଙ୍କୁ ମନୋନୀତ କରାଯାଉଥିବା ସମୟରେ 2016 ମସିହା ଠାରୁ କ୍ରମାଗତ ଭାବରେ ପ୍ରତ୍ୟେକ ତିନିବର୍ଷ ରେ ନିର୍ବାଚନ ଅନୁଷ୍ଠିତ ହୋଇଆସୁଛି l ଚଳିତବର୍ଷ ନିର୍ବାଚନ ପାଇଁ ବାଜିଛି ବିଗୁଲ, ଦୁଇଗୋଷ୍ଠୀ ନିଜର ସମର୍ଥକ ମାନଙ୍କୁ ନେଇ ଶୋଭାଯାତ୍ରା ରେ ନିଜ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି l ପ୍ରଥମେ ଅମରଜିତ ଜେନା ନିଜର ସମସ୍ତ ପ୍ରାର୍ଥୀ ମାନଙ୍କୁ ସାଥିରେ ଧରି ଜଗନ୍ନାଥ ମନ୍ଦିରଠାରୁ ଶୋଭାଯାତ୍ରା ରେ ଆସି ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ହନୁମାନ ମନ୍ଦିର ଠାରୁ ନିଜ ସମର୍ଥକ ଏବଂ ସମସ୍ତ ପ୍ରାର୍ଥୀ ମାନଙ୍କୁ ସାଥିରେ ନେଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଶ୍ରୀକାନ୍ତ ପରିଡା ଏବଂ ଟିମ l ଗତ ନିର୍ବାଚନ ରେ ଶ୍ରୀକାନ୍ତ ଙ୍କ ଟିମ ବିପୁଳ ଭୋଟରେ ବିଜୟୀ ହେବା ସହିତ ଟ୍ରଲର ମାଲିକ ମାନଙ୍କ ଉନ୍ନତି ପାଇଁ ଅନେକ କାର୍ଯ୍ୟ କରିବା ସହିତ ଲୋୟର ପିଏମଜି ଠାରେ ଲକ୍ଷ ଲକ୍ଷ ମତ୍ସ୍ୟଯିବି ମାନଙ୍କୁ ସାଥିରେ ଧରି ମତ୍ସ୍ୟଶିଳ୍ପ ର ଉନ୍ନତି ପାଇଁ ଅନେକ କାର୍ଯ୍ୟ ଆପଣାଇଛନ୍ତି l ଚଳିତ ନିର୍ବାଚନ ରେ ସମସ୍ତ ବୋଟ ମାଲିକ ମାନେ ଆଶୀର୍ବାଦ କରିବା ସହିତ ଆମ ଟିମ କୁ ସମ୍ପୂର୍ଣ ଭାବରେ ବହୁମତ ପ୍ରଦାନ କରିବେ ବୋଲି ଆଶାବାଦୀ ରହିଛନ୍ତି ଶ୍ରୀକାନ୍ତ ପରିଡା l ପାରାଦୀପ ମାଛଧରା ବନ୍ଦର ରେ ରହିଥିବା ଟ୍ରଲର ଓ ବୋଟ ମାଲିକ ମାନେ ଦୁର୍ଦିନ ରେ ଗତି କରୁଛନ୍ତି, ଆଗାମୀ ଦିନରେ ମୁହାଣ ଖନନ ସହିତ ମାଛଧରା ବନ୍ଦର ମଧ୍ୟରେ ଏକ ଆଇସ ପ୍ଲାଣ୍ଟ ନିର୍ମାଣ କରିବା, ମତ୍ସ୍ୟଶିଳ୍ପ ରେ ଜଡିତ ଲକ୍ଷାଧିକ ପରିବାର ର ଉନ୍ନତି ପାଇଁ ସ୍ୱର ଉଠାଇବା ଆମର ପ୍ରଥମ କାର୍ଯ୍ୟ ବୋଲି କହିଛନ୍ତି ସଭାପତି ପ୍ରାର୍ଥୀ ଶ୍ରୀକାନ୍ତ ପରିଡା l ତେବେ ବିଗତ ନିର୍ବାଚନ ଭଳି ଚଳିତ ନିର୍ବାଚନ ରେ ବିପୁଳ ଭୋଟ ବ୍ୟବଧାନ ରେ ବିଜୟୀ ହେବେ ବୋଲି କହିଛନ୍ତି ଶ୍ରୀକାନ୍ତ ପରିଡା ଏବଂ ଟିମ l

(ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର)