ପ୍ରାରମ୍ଭିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବାଲେଶ୍ବର
ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଅଧିନ ତୁଡିଗଡିଆ ସ୍ଥିତ ପ୍ରାରମ୍ଭିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନର ବାର୍ଷିକ ଉତ୍ସବ ତା ୨୭/୩/୨୫ ରିଖ
ଗୁରୁ ବାର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ରଘୁନାଥ ଦାସଙ୍କ ପୌରହିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଜୟଶ୍ରୀ ବୋଷ, ମୁଖ୍ୟବକ୍ତା ଭାବେ କୋରାପୁଟ ଜିଲ୍ଲା କୋଟପାଡ଼ ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଜୟହରି ଘୋଷ, ସମ୍ମାନିତ ଅତିଥି ଭାବେ ଶ୍ରୀଜଙ୍ଗ ଦାସମହାପାତ୍ର ଉଚ୍ଚ ବିଦ୍ଯାପୀଠର ପ୍ରାକ୍ତନ ପ୍ରଧାନ ଶିକ୍ଷକ ରାଧାକାନ୍ତ ପଣ୍ଡା, ରଟିଣା ପି.ପି ହାଇସ୍କୁଲର ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ପାତ୍ର, ଖଣିଆ ଉଚ୍ଚ ବିଦ୍ଯାପୀଠର ପ୍ରଧାନ ଶିକ୍ଷକ ଗଗନ ଚନ୍ଦ୍ର ଧର ଓ ତୁଡିଗଡିଆ ଶିକ୍ଷା ଶିକ୍ଷକ ପ୍ରତିଷ୍ଠାନର ପ୍ରାକ୍ତନ ଶିକ୍ଷକ ଦାମୋଦର ପାଢ଼ୀ ପ୍ରମୁଖ ଯୋଗଦେଇ ହାରଜିତର ଫରକ ନ ରଖି ଉଦ୍ୟମ ଜାରି ରଖିଲେ ଭବିଷ୍ୟତରେ ହିତକାରକ ହେବ ବୋଲି ବକ୍ତବ୍ୟରେ
କହିଥିଲେ ।
ଏହି ଅବସରରେ ପତ୍ରିକା ” ପ୍ରାଚୀର ” ଅତିଥି ମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା । ବିବରଣୀ ପାଠ କରିଥିଲେ ଶିକ୍ଷୟିତ୍ରୀ ବୁରୁଲୁକି ସୋରେନ । ପରେ ପରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ପିଲା ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।।
ବାଲେଶ୍ବର ରୁ ଦେବାଶିଷ ଦାଶ କ୍କ ରିପୋର୍ଟ କଳିଙ୍ଗ ଫୋକଷ