March 10, 2026

ବିଜେପିର ମିଶ୍ରଣ ପର୍ବ, ସାମିଲ ହେଲେ ୧୦୦ ରୁ ଉର୍ଦ୍ଧ କଂଗ୍ରେସ ଓ ବିଜେଡି ସମର୍ଥକ…

okk
Share


ଗଜପତିଜିଲ୍ଲା, ରାୟଗଡ ବ୍ଲକ ଅନ୍ତର୍ଗତ ଅମେଡା ଗ୍ରାମ ପଞ୍ଚାୟତସ୍ଥିତ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣଠାରେ ଅନୁଷ୍ଠିତ ହୋଇଯାଇଛି ଭାରତୀୟ ଜନତା ପାର୍ଟୀର ମିଶ୍ରଣ ପର୍ବ। ବହୁ ଦିନରୁ କଂଗ୍ରେସ ଓ ବିଜେଡିକୁ ସମର୍ଥନ କରି ଆସୁଥିବା ଅନେକ ବରିଷ୍ଠ ନାଗରିକ ଏବଂ ବିଭିନ୍ନ ସରକାରୀ କାର୍ଯ୍ୟ ରୁ ଅବସର ପ୍ରାପ୍ତ ପାଇଥିବା ଅଞ୍ଚଳର ଜଣାଶୁଣା ବ୍ୟକ୍ତି ବିଶେଷ ପ୍ରାୟ ୧୦୦ ରୁ ଉର୍ଦ୍ଧ ଆଜି ବିଜେପିରେ ଯୋଗ ଦେଇଥିଲେ। ମୋହନା ନିର୍ବାଚନ ମଣ୍ଡଳୀର ବିଜେପି ଆଶାୟୀ ପ୍ରାର୍ଥୀ ତଥା ଜଣେ ପରିଚିତ ଆଗଧାଡିର ନେତା ଶ୍ରୀ ବଳରାମ ଭୁୟାଁଙ୍କ ତତ୍ବାବଧାନରେ ଅନୁଷ୍ଠିତ ଆଜିର ଏ ମିଶ୍ରଣ ପର୍ବରେ ଅମେଡା, ବାହାଡାପଦା,କରଞ୍ଜସାହି,ଗଇଳଯୁବ,ଅଲାଝୋଲ,ରାଇଗୁମା, ବଡମୁଣ୍ଡି ସାହି,କୁରୁମ,କିନ୍ତସାହି,ପିଙ୍ଗଡାସାହି ଓ ପାତିଲିଡା ଏବଂ ନୂଆଗଡ ବ୍ଲକର ଟାଙ୍ଗିଲି ଗ୍ରାମର ମହିଳା ଓ ପୁରୁଷ ମାନଙ୍କୁ ବିଧିବଦ୍ଧଭାବେ ଦଳୀୟ ଉତ୍ତରୀୟ ଦେଇ ଓ ଟୋପି ପିନ୍ଧେଇ ବିଜେପିରେ ସାମିଲ କରାଗଲା। ଅନ୍ୟମାନଙ୍କ ମଧ୍ୟରେ ବିଜେପି ନୂଆଗଡ ମଣ୍ଡଳ ସଭାପତି ନକୁଳ ଭୁୟାଁ,ନୂଆଗଡ ଜନଜାତି ମୋର୍ଚ୍ଚା ପ୍ରମୂଖ ରଜନୀ କାନ୍ତ ରଇତ, ଅମେଡା ସମିତିସଭ୍ୟ ରାଜକୁମାର ପ୍ରମୂଖଙ୍କ ସହ ଅଞ୍ଚଳର ଅନେକ ବୁଦ୍ଧିଜିବୀ ଉପସ୍ଥିତ ଥିଲେ।
(ମିହିର ପ୍ରସାଦ ମାଳୀଙ୍କ ରିପୋର୍ଟ)