March 8, 2026

ଗ୍ରାମାଞ୍ଚଳରେ ନିଶାମୁକ୍ତ ଭାରତ ଅଭିଯାନ

IMG-20260228-WA0017
Share

ରାୟଗଡ଼ ତା:28.2.2026-(ସୁରେନ୍ଦ୍ର ମହାନ୍ତି )

ରାୟଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ଗ୍ରାମାଞ୍ଚଳରେ ନିଶାମୁକ୍ତ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣିଙ୍କ ନିର୍ଦ୍ଦେଶ କ୍ରମେ ଶନିବାର ଦିନ ସାମାଜିକ ସୂରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ କୁମୁଟିପେଣ୍ଠ ଶ୍ରୀ ଉଗ୍ରତାରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଏହାର ଆୟୋଜନ ହୋଇଥିଲା | ସକାଳ ଆଠ ଘଟିକା ସମୟରେ ଏକ ସଚେତନତା ଶୋଭାଯାତ୍ରା କୁମୁଟିପେଣ୍ଠ ଗ୍ରାମ ପରିକ୍ରମା କରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପହଞ୍ଚିଥିଲା | ପରେ ଏକ ଆଲୋଚନା ଚକ୍ର ଓ କର୍ମଶାଳା ଅନୁଷ୍ଠିତ ହୋଇଥିଲା | ଯୁବ ସମାଜ ଉପରେ ନିଶାସେବନ ର କୁପ୍ରଭାବ ଉପରେ ବକ୍ତୃତା, ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା |

ଏଥିରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ଶ୍ରୀ ଉଗ୍ରତାରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଭାକର ଦାଶ, ଅଧ୍ୟାପକ ନିତ୍ୟାନନ୍ଦ ଦାଶ, ଆନନ୍ଦ ଚନ୍ଦ୍ର ପଣ୍ଡା, ଅନ୍ୟ ଅଧ୍ୟାପକ ବୃନ୍ଦ କୁମୁଟି ପେଣ୍ଠ ସ୍ଥିତ ଆଇଆରସିଏ ଅନୁଷ୍ଠାନର ସଂଯୋଜକ ଅକ୍ଷୟ କୁମାର ଭୋଇ, ପ୍ରକଳ୍ପ ଭାରପ୍ରାପ୍ତ ଅଧିକାରୀ ମନବାବୁ ନାଗ ଅନ୍ୟ ସମାଜସେବୀ ଯୋଗଦେଇ ନିଶାମୁକ୍ତ ଭାରତ ଗଠନରେ ଯୁବ ବର୍ଗଙ୍କୁ ଭୂମିକା ବିଷୟରେ ଆଲୋଚନା କରିଥିଲେ | ଆୟୋଜନରେ ରାୟଗଡ଼ ବ୍ଳକ ସାମାଜିକ ସୂରକ୍ଷା ଅଧିକାରୀ ସମୀର ପଦକା, ରାଜେଶ ରେଡ୍ଡୀ ପ୍ରମୂଖ ପରିଚାଳନାରେ ସହଯୋଗ କରିଥିଲେ |