ଉସ୍ଥି ଫାଉଣ୍ଡେସନ ପକ୍ଷରୁ ପେଣ୍ଠକଟା ବେଳାଭୂମି ସଫେଇ କରାଯାଇଛି

ଆଜି ପୁରୀ ପେଣ୍ଠକଟା ବେଳାଭୂମି ରେ ସ୍ଥାନୀୟ ବାସିନ୍ଦାଙ୍କୁ ନେଇ ଉସ୍ଥି ଫାଉଣ୍ଡେସନ ସହଯୋଗ ରେ ବେଳାଭୂମି ସଫେଇ କରାଯିବା ସହିତ ପ୍ରତି ପରିବାରକୁ ବର୍ଜ୍ୟବସ୍ତୁ ବାହାରେ ନଫିଙ୍ଗି ଘରେଘରେ ଡଷ୍ଟବିନ ରେ ଅଳିଆ ଫିଙ୍ଗିବା ପାଇଁ ପ୍ରତ୍ୟେକ ପରିବାରକୁ ବ୍ଲୁ ଏବଂ ଗ୍ରୀନ ଡଷ୍ଟବିନ ପ୍ରଦାନ କରାଯିବା ସହିତ ଏକ ସଭାର ଆୟୋଜନ କରାଯାଇଥିଲା l ଏହି ସଭାରେ ଉସ୍ଥି ଫାଉଣ୍ଡେସନ ର ରାଜ୍ୟ ଏବଂ ରାଜ୍ୟ ବାହାରର ଅତିଥିମାନେ ଯୋଗଦେବା ସହିତ ସ୍ଥାନୀୟ ପୂର୍ବତନ କାଉଁସିଲର ବାବୁଲା ପ୍ରସାଦଙ୍କ ନେତୃତ୍ୱ ରେ ପେଣ୍ଠକଟା ର ଶତାଧିକ ମସ୍ୟାଯିବି ପରିବାର ସଦସ୍ୟମାନେ ଯୋଗଦାନ କରି ବେଳାଭୂମି ସଫେଇ କରିବା ସହିତ ବେଳାଭୂମି ସଫେଇ କରିଥିଲେ l ଏଥି ସହିତ ବେଳାଭୂମି କୁ ଚାଳିଶ ରୁ ଉର୍ଦ୍ଧ ବରଫ କଳ ର ଦୂଷିତ ପାଣି ସମୁଦ୍ର ଗର୍ଭରେ ମିଶୁଥିବା ବେଳେ ଏହାର ପ୍ରତିକାର ପାଇଁ ପୁରୀ ପୌରଧିକାରୀଙ୍କୁ ନିବେଦନ କରିଥିଲେ ବାବୁଲା ପ୍ରସାଦ ଏବଂ ଉସ୍ଥି ଫାଉଣ୍ଡେସନ ର ଅଧିକାରୀ ମାନେ ଏଥି ସହିତ ପେଣ୍ଠକଟାର ଅଧିବାସୀ ମାନଙ୍କର ପାଇଖାନା ନଥିବା ବେଳେ ସ୍ଥାନୀୟ ଅଧିବାସୀମାନେ ବେଳାଭୂମି ରେ ଝାଡା ଫେରିବା ଦ୍ୱାରା ଏହା ପର୍ଯ୍ୟଟକ ଙ୍କ ଦୁର୍ଗନ୍ଧ ବାତାବରଣ ସୃଷ୍ଟି କରୁଥିବାର ପୌରଧିକାରୀ ଙ୍କୁ ସୂଚାଇଥିଲେ ଉସ୍ଥି ଫାଉଣ୍ଡେସନ ର ମୁଖ୍ୟଧିକାରୀ ଏବଂ ପୁରୀଜିଲ୍ଲା ପାରମ୍ପରିକ ମସ୍ୟଜୀବୀ ସଂଘର ସଭାପତି ବାବୁଲା ପ୍ରସାଦ l ଏହାର ପ୍ରତିକାର ତୁରନ୍ତ କରାଯିବା ସହିତ ପ୍ରତ୍ୟେକ ପରିବାର କୁ ପାଇଖାନା ଯୋଗାଇ ଦିଆଯିବ ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ ପୁରୀ ମୁନିସିପାଲିଟି ର ପୌରାଧିକାରୀ l ପରେପରେ ଉସ୍ଥି ଫାଉଣ୍ଡେସନ ର ସଦସ୍ୟ ଓ ସଦସ୍ୟା ମିଶି ଦିନ ଚାରିଟା ପର୍ଯ୍ୟନ୍ତ ବେଳାଭୂମି ସଫେଇ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l