ନିୟମଗିରିରେ ନିୟମରାଜାଙ୍କ ପର୍ବ ପାଳିଲେ ଡଙ୍ଗରିଆ …
ଲାଞ୍ଜିଗଡ଼ – ନିୟମଗିରିରେ ବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆମାନେ ନିୟମ ରାଜାଙ୍କ ପର୍ବ ନିୟମଗିରି ପାହାଡ଼ ଉପରେ ଆଡ଼ମ୍ବର ସହିତ ପାଳନ କରିଛନ୍ତି l ନିୟମରାଜା ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ନିୟମଗିରି ପାହାଡ଼ରେ ଦୀର୍ଘ ବର୍ଷ ଧରି ପୂଜା ପାଇ ଆସୁଛନ୍ତି l ଜଳ, ଜମି, ଜଙ୍ଗଲ, ସଂସ୍କୃତି, ଭାଷା, ଜୀବନ ଜୀବିକା ଓ ପରିବେଶ ସୁରକ୍ଷା ନିମନ୍ତେ ନିୟମରାଜାଙ୍କୁ ଆରାଧନା କରି ଆସୁଛନ୍ତି l ଏହି ଦୁଇ ଜିଲ୍ଲାର ଡଙ୍ଗରିଆ ଲୋକଙ୍କ ସହ ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ ସଂଗଠନ ଓ ସମାଜସେବୀ ଏ ପର୍ବ ଦେଖିବା ପାଇଁ ଆସିଥାନ୍ତି l ପ୍ରତିବର୍ଷ ମାଘ ମାସରେ ଏହି ପର୍ବ ପାଳିତ ହୋଇଥାଏ l ଏହି ପର୍ବ ପାଇଁ ସମସ୍ତଙ୍କୁ ନିମନ୍ତ୍ରଣ କରିଥାନ୍ତି ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ନିୟମଗିରି ସୁରକ୍ଷା ସମିତିର ସଭାପତିମାନେ l ଏହି ପର୍ବ ଗତ 23 ତାରିଖରୁ ଆରମ୍ଭ ହୋଇ 25 ତାରିଖରେ ସମାପନ ହୋଇଥିଲା l ଏହି ପର୍ବକୁ ଘଟି ପର୍ବ ବୋଲି କହିଥାଆନ୍ତି l ନିୟମଗିରି ବାସୀ ସେମାନଙ୍କ ରୀତି ନୀତି ଓ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା କରିଥାନ୍ତି l ପିଲାଠୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ନାଚ ଗୀତରେ ମଜ୍ଜି ଥାଆନ୍ତି l ରାୟଗଡ଼ା ଜିଲ୍ଲା ନିୟମଗିରି ସୁରକ୍ଷା ସମିତିର ସଭାପତି ଲଦ ସିକୋକା, ସାମ୍ବ ହୁଇକା, ଡ୍ରିଞ୍ଜୁ ପୁଷିକା, ଦଧି ସିକୋକା, କୃଷ୍ଣ ସିକୋକା, ଦଧି ପୁଷିକା ସହ ବହୁ ଡଙ୍ଗରିଆ ଯୁବକ ଯୁବତୀ ଓ କଳାହାଣ୍ଡି ଜିଲ୍ଲା ନିୟମଗିରି ସୁରକ୍ଷା ସମିତିର ସଦସ୍ୟ କର୍ମୀ ଏବଂ ସାଧାରଣ ଲୋକେ ଉପସ୍ଥିତ ଥିଲେ l
(ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନାଙ୍କ ରିପୋର୍ଟ ନିୟୁଜ ଉପାନ୍ତ ଖବର)