November 23, 2024

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ପାଳିତ 

Share

 

ବୁଗୁଡ଼ା : ତା ୨୮/୦୨/୨୩ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସ୍ବପରିସରରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପରିଚାଳନା ସମିତି ସଭାପତି ବ୍ରଜ କିଶୋର ପାଢ଼ୀ ଅଧ୍ଯକ୍ଷତା କରିଥିବା ବେଳେ ଏଥିରେ ଅତିଥି ଭାବେ ପିପୁଲ୍ସ କଲେଜ ରସାୟନ ବିଜ୍ଞାନ ଅଧ୍ୟାପକ ବିଜେନ୍ଦ୍ର କୁମାର ଆଚାର୍ଯ୍ୟ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ ବୈଜ୍ଞାନିକ ମନୋବୃତ୍ତି ସମ୍ପନ୍ନ ବ୍ୟକ୍ତି ରୂପେ ନିଜକୁ ଗଢି ତୋଳିବାକୁ ପରାମର୍ଶ ଦେଇଥିଲେ । ଏଥି ସହ ଉକ୍ତ ଦିବସ ପାଳନର ତାତ୍ପର୍ଯ୍ୟ ସାଙ୍ଗକୁ ବିଜ୍ଞାନ କ୍ଷେତ୍ରରେ ବିଶ୍ବକୁ ଭାରତୀୟ ବୈଜ୍ଞାନିକଙ୍କ ଅବଦାନ ସମ୍ପର୍କେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଷ୍ଟେଜ୍-୧ର କୃତି ଛାତ୍ରଛାତ୍ରୀ ଗୁରୁମୂର୍ତ୍ତି ଗୌଡ, ଶୁଭଦର୍ଶିନୀ ପାଢ଼ୀ ,ଓମ୍ ପ୍ରସାଦ ପଟ୍ଟନାୟକ ଓ ବୈଶାଳୀ ଦଳେଇ ପ୍ରମୁଖଙ୍କୁ ଅଭିନନ୍ଦିତ କରାଯାଇଥିଲା । ଗୁରୁମା ସୁମତି ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଧାନାଚାର୍ଯ୍ଯ ରବିନ୍ଦ୍ର କୁମାର ଦାଶ ସ୍ବାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଶେଷରେ ଗୁରୁମା ହରପ୍ରିୟା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।