November 23, 2024

ପୋଲିସର ୨୪ ଘଣ୍ଟିଆ ପ୍ରହରା ସହ କଡା ସୁରକ୍ଷା ମଧ୍ୟରେ +୨ ପ୍ରଶ୍ନପତ୍ର

Share

ବୁଗୁଡ଼ା : ତା ୨୮/୦୨/୨୩ : ସ୍ଥାନୀୟ ପିପୁଲ୍ସ କଲେଜ ହବ୍ ସେଣ୍ଟରରେ +୨ ବିଜ୍ଞାନ ଓ କଳା ସହିତ ଧନ୍ଦାମୂଳକ ଶିକ୍ଷାର ପ୍ରଶ୍ନପତ୍ର ଆସି ପହଞ୍ଚିବା ପରେ ସେଗୁଡିକ ପୋଲିସର ୨୪ ଘଣ୍ଟିଆ ପ୍ରହରା ସହ କଡା ସୁରକ୍ଷା ମଧ୍ୟରେ ରହିଥିବା ଦେଖିବାକୁ ମିଳିଛି । ମାର୍ଚ୍ଚ ପହିଲାରୁ +୨ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ବୁଗୁଡ଼ାର ପିପୁଲ୍ସ କଲେଜ ଓ ବଳଦେବ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସାଙ୍ଗକୁ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପରୀକ୍ଷାର୍ଥୀ ଏବଂ ପିପୁଲ୍ସ କଲେଜର ଧନ୍ଦାମୂଳକ ଶିକ୍ଷାର୍ଥୀ ନିଜ ନିଜର ଶିକ୍ଷାନୁଷ୍ଠାନ କେନ୍ଦ୍ରରେ ପରୀକ୍ଷା ଦେବାକୁ ଥିବା ବେଳେ ସେମାନଙ୍କ ପାଇଁ ଏହି ହବ୍ ସେଣ୍ଟରରେ ପ୍ରଶ୍ନପତ୍ର ଗଚ୍ଛିତ ରହିଛି । ଅନ୍ଯପକ୍ଷରେ ବାଲିପଦରସ୍ଥ ଅହଲ୍ୟା ଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ବାଲୁଙ୍କେଶ୍ଵର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପରୀକ୍ଷାର୍ଥୀ ପିପୁଲ୍ସ କଲେଜ କେନ୍ଦ୍ରରେ ପରୀକ୍ଷା ଦେବା ନେଇ ଜଣାଯାଇଛି । ଉକ୍ତ ହବ୍ ସେଣ୍ଟରର ସୁପରଭାଇଜର ଓ ଡେପୁଟି ସୁପରଭାଇଜର ଦାୟିତ୍ବରେ ଯଥାକ୍ରମେ ଅଧ୍ଯକ୍ଷ ରଜନୀ କାନ୍ତ ଦାଶ ଓ ଅଧ୍ୟାପକ ସୁଶାନ୍ତ କୁମାର ସାହୁ ରହିଛନ୍ତି ।