June 8, 2026

ଯୁବ ସାମ୍ବାଦିକ ଙ୍କ ଅକାଳ ବିୟୋଗ କୁ ନେଇ ଗଞ୍ଜାମ ପ୍ରେସକ୍ଳବ ର ଶୋକ ସଭା ….

ihoihho
Share

ଗଞ୍ଜାମ :

ବ୍ରହ୍ମପୁର ରେ ଦୈନିକ ଖବର କାଗଜ ସକାଳ ର କାର୍ଯ୍ୟରତ ତଥା ଯୁବ ଆଇନଜୀବୀ ଚିରଞ୍ଜିତ ରାଜଗୁରୁ ଙ୍କ ଅକାଳ ବିୟୋଗ କୁ ନେଇ ଗଞ୍ଜାମ ପ୍ରେସକ୍ଳବ ପକ୍ଷରୁ ଏକ ଶୋକ ସଭା ଗଞ୍ଜାମ ସହର ରେ ଅନୁଷ୍ଠିତ ହୋଇଯାଇଛି l ପ୍ରେସ କ୍ଳବ ସଭାପତି ଶବର କୁମାର ତରାଇ ଙ୍କ ପୌରହିତ ଆୟୋଜିତ ଶୋକ ସଭାରେ ପ୍ରେସକ୍ଳବ କର୍ମକର୍ତ୍ତା, ସଦସ୍ୟ ଓ ସଦସ୍ୟା ମାନେ ଉପସ୍ଥିତ ରହି ଦୁଇ ମିନଟ ନିରବ ପ୍ରଥନା କରି
ସ୍ୱର୍ଗତ ଚିଣ୍ଟୁ ବାବୁ ଙ୍କ ଅମର ଆତ୍ମର ସଦଗତି କାମନା କରିଥିଲେ l ତାଙ୍କ ସୃତି ଚାରଣ କରି ତାଙ୍କର ପରଲୋକ ରେ ସାମ୍ବାଦିକତା କ୍ଷେତ୍ରରେ ଏକ ବିରାଟ ଶୂନ୍ୟ ସ୍ଥାନ ହୋଇ ରହିବ ବୋଲି ମତବ୍ୟକ୍ତ କରିଥିଲେ l
ପ୍ରେସକ୍ଳବ ଉପଦେଷ୍ଟା ଉମାକାନ୍ତ ବେହେରା, ସମ୍ପାଦକ ବିଦ୍ୟାଧର ସାହୁ, ସହ ସମ୍ପାଦକ ନିରଞ୍ଜନ ପରିଡା, କୋଷାଧ୍ୟକ୍ଷ ପ୍ରଦୀପ କୁମାର ପଣ୍ଡା,ବିଜୟଲକ୍ଷ୍ମୀ ମହାଙ୍କୁଡ଼,କୃଷ୍ଣଚନ୍ଦ୍ର ଦାଶ, କୃଷ୍ଣ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଶୋକବ୍ୟକ୍ତ କରିଥିଲେ l(ପ୍ରଦୀପ କୁମାର ପଣ୍ଡା)

You may have missed