ମିଲର ସମେତ ଚାଷୀ ଓ ପ୍ରଶାସନ ଆଲୋଚନା ପରେ ମଣ୍ଡିରୁ ଧାନ ଉଠିଲା…..

କୋରାପୁଟ ଜ଼ିଲ୍ଲା କୋଟପାଡ଼ ଅଞ୍ଚଳରେ ଗତ 11 ତାରିଖ ରେ ଧାନ ମଣ୍ଡି ଉଦଘାଟନ ହେଇଥିବା ବେଳେ ପ୍ରତ୍ୟକ ପଞ୍ଚୟତ ର ଧାନ ମଣ୍ଡିରେ ଟୋକେନ ପାଇଥିବା ଚାଷୀ ଧାନ ଆଣି ପକାଇଛନ୍ତି l କିନ୍ତୁ ଧାନ ବିକ୍ରି ହେଇପାରିନି l ପ୍ରଶାସନ ଅଧିକାରୀ, ଲେମ୍ପ କର୍ମଚାରି, ଜୟପୁର ନିୟନ୍ତ୍ରିତ ବଜାର କମିଟି ଏହି ଅଞ୍ଚଳର ଭିବିନ୍ୟ ଚାଷୀ ସଂଗଠନ, ପଞ୍ଜିକୃତ ମିଲେର ଙ୍କ ମଧ୍ୟରେ ବାରମ୍ବାର ବୟଠୋକ କରି ଚାଷୀଙ୍କ ଧାନ ଉଠିବାକୁ ଚେଷ୍ଟା କରିଥିଲେ କିନ୍ତୁ ଗତ ଶୁକ୍ରବାର ପର୍ଯ୍ୟନ୍ତ କୌଣସି ମଣ୍ଡିରୁ ଧାନ ଉଠି ପାରିନଥିଲା l କେତେବେଳେ ପ୍ରଶାସନ ଓ ମିଲର ଏଫଏ କ୍ଯୁ ବାହାନାରେ ଚାଷୀଙ୍କ ଧାନ ନ ଥିବାର, ତ କେତେବେଳେ କୋଟନୀ ଛୋଟନୀ କୁ ନେଇ ଚାଷୀ ମୋହଲରେ ଅସନ୍ତୋଷ ଯୋଗୁଁ ଚାଷୀ ଅସନ୍ତୋଷ ପ୍ରକାଶ କରିଥିଲେ l ବର୍ତ୍ତମାନ ଶନିବାର ଦିନ ପୁଣି ମିଲେର, ଚାଷୀ, ପ୍ରସାନ, ନିୟନ୍ତିତ ବଜାର କମିଟି, ଚାଷୀ ସଂଗଠନ ବୋବେୟା ଧାନ ମଣ୍ଡିରେ ଏକୋତ୍ରିତ ହେଇ ଧାନ ଉଠିବାକୁ ଆଲୋଚନା କରି କ୍ଯୁଣ୍ଟାଲ ପିଛା 3 କିଲ କାଟିବାକୁ ସହମତ ପ୍ରକାଶ କରିବା ପରେ ମଣ୍ଡିରୁ ଧାନ ମିଲେର ଉଠିଥିବା ଜିଣାପଡିଛି l ଉକ୍ତ ମଣ୍ଡିରେ ଟୋକେନ ପାଇଥିବା 62 ଜଣ ଚାଷୀଙ୍କ ଧାନ 3100 କ୍ଯୁଣ୍ଟାଲ ଧାନ ଉଠାଯାଇଥିବା ଖବର ମିଳିଛି l ବର୍ତ୍ତମାନ କୋଟପାଡ଼ ଅଞ୍ଚଳ ର ଚାଷୀ ଦୀର୍ଘ ଦିନ ହେବ ମଣ୍ଡି ମାନଙ୍କରେ ଧାନ ପକାଇ ଶୀତ କାକର ରେ ନିଜ ନିଜ ଧାନ ଯୋଗୀ ରହିଥିବା ବେଳେ ସାମାନ୍ୟ ଆସ୍ୱତ୍ୱ ମିଳିଥିବା ଜଣାପଡିଛି l ଅନ୍ୟପକ୍ଷରେ ମଣ୍ଡି ମାନଙ୍କରେ ଅଧିକାଂଶ ଦଲାଲ ମାନଙ୍କର ଧାନ ଆସୁଥିବା ଚାଷୀ ଅଭିଯୋଗ କରୁଥିବା ବେଳେ ଏଥିପ୍ରତି ପ୍ରଶାସନ ଅଧିକାରୀ, ଲେମ୍ପ କର୍ମଚାରି ସେମାନଙ୍କୁ ଚିନ୍ନୋତ କରି ମଣ୍ଡି ଗୁଡିକୁ ସୁ ପରିଚାଳନା କରିବାକୁ ପ୍ରଶାସନ କୁ ଅନୁରୋଧ କରିଛନ୍ତି l ଏ ଭଳିକି କେଉଁ ମିଲ କୁ କେତେ ମାସ ଆସିଛି ସେମାନଙ୍କ ପାଖରେ କେତେ ଧାନ ଗୋଛିତ ରହିଛି ଏ ସବୁ ଦଲାଲ ଙ୍କ ନଜର କୁ ଆସିଲେ ପ୍ରଶାସନ ଅଡୁଆ ରେ ପଡିବା ନିଶ୍ଚିତ ବୋଲି ଜନ ସାଧାରଣ ରେ ଚର୍ଚ୍ଚା ଆରମ୍ଭ ହୋଇଥିବା ଜଣାଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର.
