ବିରଞ୍ଚି ନାରାୟଣ ପବ୍ଲିକ୍ ସ୍କୁଲର ବାର୍ଷିକ କ୍ରୀଡା ଉଦଯାପିତ

ବୁଗୁଡ଼ା : ତା ୨୭/୧୨/୨୫ : ସ୍ଥାନୀୟ ବିରଞ୍ଚି ନାରାୟଣ ପବ୍ଲିକ୍ ସ୍କୁଲର ଏକାଦଶତମ ବାର୍ଷିକ କ୍ରୀଡା ଉଦଯାପିତ ହୋଇଯାଇଛି । ଉକ୍ତ ଦ୍ବିଦିବସୀୟ ବାର୍ଷିକ କ୍ରୀଡାର ଉଦଯାପନୀ ଉତ୍ସବରେ ସ୍କୁଲ ଅଧ୍ଯକ୍ଷ ବାଲଗୋପାଲ ଶତପଥୀ ଅଧ୍ଯକ୍ଷତା କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ବୁଗୁଡା ବନାଞ୍ଚଳ ଅଧିକାରୀ ମାନସ କୁମାର ସାହୁ, ମୁଖ୍ୟ ବକ୍ତା ଭାବେ ସ୍କୁଲ ଟ୍ରଷ୍ଟି ଏ.ଜାନକୀ ରାଣୀ ପାତ୍ର, ଓ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ବି.ଗୋପାଳ ପାତ୍ର ଓ ଶିକ୍ଷାନୁଷ୍ଠାନର ଶୈକ୍ଷିକ ଉପଦେଷ୍ଟା ସୁରେଶ ଚନ୍ଦ୍ର ଦାଶ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ଏ ଅବସରରେ ଆୟୋଜିତ ଦୌଡ, ଲଙ୍ଗଜମ୍ପ୍, ହାଇଜମ୍ପ୍ , ସଟପୁଟ୍ ଥ୍ରୋ, ଡିସକ୍ସ୍ ଥ୍ରୋ, ମ୍ୟୁଜିକ୍ ଚେୟାର୍, କଙ୍ଗାରୁ ରେସ୍, ସ୍ଲୋ ସାଇକିଲିଂ, ମୁର୍ଗା ରେସ୍, ପୁଚି, ବଲ୍ ଥ୍ରୋ, ସ୍କିପିଙ୍ଗ୍ ଆଦି ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଆୟୋଜିତ କ୍ରୀଡା ପ୍ରତିଯୋଗିତା ଗୁଡିକୁ ଶିକ୍ଷୟିତ୍ରୀ ପାୟଲ ବିଷୋୟୀ, ଜ୍ଯୋତି ସାହୁ, ପୂଜା ସ୍ବାଇଁ, ଲିଫା ଦାଶ, କୁମୁଦିନୀ ସାବତ, ଶିକ୍ଷକ ପ୍ରଦୀପ କୁମାର ପ୍ରଧାନ ଓ ଭଞ୍ଜ ସେଠୀ ପ୍ରମୁଖ ପରିଚାଳନା କରିଥିବା ବେଳେ ହର ପ୍ରସାଦ ନନ୍ଦ ଓ ଶ୍ରୀକାନ୍ତ ଖାଡ଼ଙ୍ଗା ସକ୍ରିୟ ସହଯୋଗ କରିଥିଲେ । ପରିଶେଷରେ ଅତିଥିଙ୍କ ଦ୍ଵାରା କ୍ରୀଡା ପତାକା ଅବତରଣ ସାଙ୍ଗକୁ କ୍ରୀଡା ଜ୍ୟୋତିକୁ ନିର୍ବାପିତ କରାଯାଇ ଉତ୍ସବ ସମାରୋପ ଘୋଷଣା କରାଯାଇଥିଲା ବେଳେ ଶିକ୍ଷୟିତ୍ରୀ ତପସ୍ବିନୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
