ବୁଗୁଡ଼ା ଅଦାଲତ ଓ ତହସିଲ କାର୍ଯ୍ଯାଳୟରେ ଏପିପି ନିଯୁକ୍ତ
ବୁଗୁଡ଼ା : ତା ୨୭/୧୨/୨୫ : ସ୍ଥାନୀୟ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ଏବଂ ତହସିଲ କାର୍ଯ୍ଯାଳୟରେ ସରକାରଙ୍କ ତରଫରୁ ଏପିପି ନିଯୁକ୍ତ ହୋଇଥିବା ଜଣାଯାଇଛି। ଆଇନ ବିଭାଗର ଅନୁମୋଦନ କ୍ରମେ ବୁଗୁଡା କୋର୍ଟରେ ଏପିପି ଭାବେ ଓକିଲ ହର ପ୍ରସାଦ ଦାଶ ଓ ବନବାସୀ ମହାରଣାଙ୍କୁ ନିଯୁକ୍ତି ମିଳିଥିବା ବେଳେ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ତଥା ତହସିଲଦାରଙ୍କ କାର୍ଯାଳୟରେ ଏପିପି ଭାବେ ଓକିଲ ସୁଶାନ୍ତ କୁମାର ଡାକୁଆ ଓ ନଟବର ଜେନାଙ୍କୁ ନିଯୁକ୍ତି ଦିଆଯାଇଛି। ନବ ନିଯୁକ୍ତ ଏପିପି ମାନଙ୍କୁ ଓକିଲ ସଂଘ ସମେତ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।
