ସମାଜସେବୀ ସୁବାସିନୀ ପଟ୍ଟନାୟକଙ୍କ ଦ୍ବାରା ଶୀତବସ୍ତ୍ର ଓ ଶୁଖିଲା ଖାଦ୍ୟ ବଣ୍ଟନ।
ଖୋର୍ଦ୍ଧା-(ପ୍ରିୟଙ୍କା ମହାପାତ୍ର)
ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗୁଆଁ ସ୍ଥିତ ସ୍ବେଛାସେବୀ ଅନୁଷ୍ଠାନ ଅଲ୍ଟା ଜରାନିବାସ ର ୪୦ଜଣ ଅନ୍ତେବାସୀ ମାନଙ୍କୁ ଗୁରୁବାର ଦିନ ଖୋଦ୍ଧା ନିବାସୀ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ତଥା ସମାଜସେବୀ ସୁବାସିନୀ ପଟ୍ଟନାୟକ ମାଗଣାରେ ଶୀତବସ୍ତ୍ର କମ୍ବଳ ଓ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । ଚାକିରୀ କାଳରେ ସମାଜସେବା କରିବାକୁ ଆଗ୍ରହ ରଖିଥିବା ଶ୍ରୀମତୀ ପଟ୍ଟନାୟକ ବିଭିନ୍ନ ସମୟରେ ସମାଜର ଦାରିଦ୍ର୍ଯ ସୀମାରେଖା ତଳେ ବସବାସ କରୁଥିବା ଖଟିଖିଆ ଦୀନ ମଜୁରିଆ, ଗରିବ,ନୀରିହ, ଦୁଃଖୀରଙ୍କି, ଅସହାୟ, ବ୍ରୁଦ୍ଧ, ବ୍ରୁଦ୍ଧା, ବିଧବା ମହିଳା, ଭିନ୍ନକ୍ଷମ ଲୋକମାନଙ୍କୁ ସେବା ଓ ସହାୟତା ପ୍ରଦାନ କରିଥିବାର ଦେଖିବାକୁ ମିଳେ। ତାଙ୍କର ଏହି ମହତ ଜନକଲ୍ୟାଣ କାଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ତାଙ୍କର ପରିବାର ସଦସ୍ଯ ମାନେ ଆଗେଇ ଆସିଛନ୍ତି। ଏଭଳି ସାମାଜିକ ମଙ୍ଗଳ କାଯ୍ୟକ୍ରମ ରେ ତାଙ୍କର ସ୍ବାମୀ ଜନ୍ମେଜୟ ପଟ୍ଟନାୟକ ଓ ବଡ଼ ପୁଅ ଯୁବ ଆଇନଜୀବୀ ଦୁର୍ଗାଶିଷ ପଟ୍ଟନାୟକ ଓ ସାନ ପୁଅ ଦୁର୍ଗେଶ ପଟ୍ଟନାୟକ ଦୁଇ ପୁତ୍ର ଙ୍କ ସହିତ ନାତି ନାତୁଣୀ ଆଗେଇ ଆସିଛନ୍ତି।
ଅଲ୍ଟା ସ୍ବେଛାସେବୀ ଅନୁଷ୍ଠାନର ମୁଖ୍ଯ ପରିଚାଳକ ତଥା ସମ୍ପାଦକ ବ୍ରହ୍ମଚାରୀ ଙ୍କ ଆବାହକତ୍ଵରେ ଓ ଶିକ୍ଷାବିତ୍ ଡଃ କ୍ରୀଷ୍ପ ଚନ୍ଦ୍ର ପଟ୍ଟନାୟକ ଙ୍କ ସଂଯୋଜନା ସମାଜସେବୀକା ସୁବାସିନୀ ପଟ୍ଟନାୟକ ୪୦ଜଣ ଅନ୍ତେବାସୀ ମାନଙ୍କୁ ମାଗଣାରେ କମ୍ବଳ ଓ ଅଦ୍ଧ ମୁକ ବଧିର ଛାତ୍ରଛାତ୍ରୀ ମାନଙ୍କୁ ଶୁଖିଲା ଖାଦ୍ୟ ଓ ଫଳ ବଣ୍ଟନ କରିଥିଲେ। ପରିଶେଷରେ ସାମ୍ବାଦିକ ବିଶ୍ବଜିତ ମହାପାତ୍ର ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।
