March 12, 2026

ଲୋକ ମୋହତ୍ସବ ଚଇତି ଉଦ୍ଘାଟିତ, ଆଦିବାସୀଙ୍କ ମାଟି,ପାଣି,ଜମିରେ ପ୍ରାଣଵନ୍ତ ମହୋତ୍ସବ ପାଲଟିଛି ଚଇତି : ମନ୍ତ୍ରୀ ଗୋକୁଳାନନ୍ଦ, ଅନନ୍ୟା ନନ୍ଦଙ୍କ ଗୀତରେ ଝୁମିଲେ ଦର୍ଶକ—-

IMG-20251227-WA0002
Share

 

ଗୁଣପୁର(ସୁରେନ୍ଦ୍ର ମହାନ୍ତି)ରାୟଗଡା ଜିଲ୍ଲା ଲୋକ ମୋହତ୍ସବ ଚଇତି ବହୁ ଆଡମ୍ବର ସହକାରେ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ପଡିଆରେ ଉଦ୍ଘାଟନ ହୋଇଯାଇଛି।ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ତତ୍ୱାବଧାନରେ ରାୟଗଡା ଅଧିଷ୍ଠାତ୍ରୀ ଦେବୀ ମାଁ ମଝିଘରିଆଣି ଓ ଜଗତରନାଥ ଶ୍ରୀ ଜଗନ୍ନାଥଙ୍କ ନିକଟରୁ ଆଜ୍ଞାମାଳ ଓ ମଶାଲ ସମେତ କଳସ ଯାତ୍ରା କରି ହଜାର ହଜାର ସଂଖ୍ୟାରେ ଜନ ସମୂହ, ପାରମ୍ପରିକ ଲୋକନୃତ୍ୟ ସହ ସାଂସ୍କୃତିକ ବାଦ୍ୟ କୀର୍ତ୍ତନ ପଦଯାତ୍ରାରେ ବାହାରି ନଗର ପରିକ୍ରମା ସାରିବା ପରେ ଜିସିଡ଼ି ପଡିଆ ଚଇତି ମଣ୍ଡପ ଠାରେ ପହଞ୍ଚିଥିଲେ।ମଞ୍ଚରେ ଚତୁର୍ଦ୍ଧାମୂର୍ତ୍ତି ସମେତ ମାଁ ମଝିଘରିଆଣୀଙ୍କୁ ଅଭିଶିକ୍ତ କରାଯାଇଥିଲା।ପ୍ରଥମ ରାଜନୀର ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ତଥା ଅଣୁ , କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲିକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାୟଗଡା ବିଧାୟକ କାଡ୍ରାକା ଆପାଲସ୍ବାମୀ,ବିଷମକଟକ ବିଧାୟକ ନୀଳମାଧଵ ହିକକା ଓ ଗୁଣପୂର ବିଧାୟକ ସତ୍ୟଜିତ ଗମାଙ୍ଗ ଏବଂ ରାୟଗଡା ଅତିରିକ୍ତ ଜିଲାପାଳ ନବୀନ ଚନ୍ଦ୍ର ନାଏକ ପ୍ରମୁଖ ଯୋଗଦାନ କରିଥିଲେ। ମୁଖ୍ୟ ଅତିଥି ପ୍ରଥମେ ଚଇତି ଓ ପଲ୍ଲୀଶ୍ରୀ ମେଳାକୁ ଉଦଘାଟନ ପୂର୍ବକ ସମସ୍ତ ଷ୍ଟଲ ବୁଲି ପରିଦର୍ଶନ କରିବା ପରେ ଚଇତି ମଞ୍ଚରେ ଯୋଗଦାନ କରିଥିଲେ।ଉପସ୍ଥିତ ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ପରେ ବନ୍ଦେ ମାତରଂ ସଙ୍ଗୀତ ଗାନରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ଜିଲ୍ଲାପାଳ ଶ୍ରୀ କୁଲକର୍ଣ୍ଣି ସମସ୍ତ ଅତିଥିଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ନିଜର ସ୍ୱାଗତ ଭାଷଣ ରଖିଥିଲେ।ଚଳିତ ବର୍ଷ ଚଇତି ସମସ୍ତଙ୍କ ମନରେ ଉନ୍ମାଦ ନେଇଆସିଥିବା ଦେଖିବାକୁ ମିଳିଥିଲା।ସମସ୍ତ ଜିଲ୍ଲାବାସୀ ସ୍ବଦେଶୀ ମେଳା ଓ ପଲ୍ଲୀଶ୍ରୀ ମେଳାକୁ ବୁଲିବା ସହ ଉପଭୋଗ କରିବା ପାଇଁ ପ୍ରକାଶ କରିଥିଲେ। ଗୁଣପୁର ବିଧାୟକ ଶ୍ରୀ ଗମାଙ୍ଗ ଜିଲ୍ଲାର ବିକାଶ ପାଇଁ ସମସ୍ତେ ଏକତ୍ରିତ ହୋଇ କାମ କରିବାକୁ ମତ୍ତ ରଖିଥିଲେ।ବିଷମକଟକ ବିଧାୟକ ଶ୍ରୀ ହିକକା ଜିଲ୍ଲାର ପର୍ଯ୍ୟଟନ ସ୍ଥଳି ତଥା ଦେବଗିରି, ପାଇକପଡା,କୁମୁଡାବାଲି, ମୀନଝୋଲାକୁ ଉନ୍ନତ୍ତି କରିଲେ ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରରେ ବୃଦ୍ଧି ଘଟିବ ବୋଲି କହିଥିଲେ।ସେହିଭଳି ରାୟଗଡା ବିଧାୟକ ଶ୍ରୀ କାଡ୍ରାକା କହିଥିଲେ ଯେ ମୋ ମାଟି ମୋ ପାଣି ମୋ ଜଙ୍ଗଲକୁ ଏହି ମଞ୍ଚ ପ୍ରଣାମ କରୁଛି।ଚାଷୀଙ୍କ ପାଇଁ ଓ ଜିଲ୍ଲାବାସୀଙ୍କ ପିଇବା ପାଣି ପାଇଁ ସରକାର ଧ୍ୟାନ ଦେବା ପାଇଁ ପ୍ରକାଶ କରିଥିଲେ।ଜିଲାର ସମସ୍ତ ବୋହି ଯାଉଥିବା ନଦୀକୁ ସଦୁପଯୋଗ କରିବା ପାଇଁ ନିବେଦନ କରିଥିଲେ। ଏବଂ ଜିଲ୍ଲାରେ ମେଡିକାଲ କଲେଜ ସହ ଭୁବନେଶ୍ୱରକୁ ଯିବା ପାଇଁ ଦିନ ବେଳେ ଏକ ଟ୍ରେନ ବ୍ୟବସ୍ଥା ପାଇଁ ନିବେଦନ କରିଥିଲେ।ଜଳସେଚନ, ଜଙ୍ଗଲ ସୁରକ୍ଷା,ଜମି ସଦୁପଯୋଗ, ଯନ୍ତୁ ଓ ଜନସାଧାରଣ ୫-ଜି ବିକାଶ ବିଷୟରେ ଉଦବୋଧନ ଦେଇ ନିଜର ଭାଷଣ ଆରମ୍ଭ କରିଥିଲେ। ୨୦୩୬ ବିକଶିତ ଓଡ଼ିଶା ଲକ୍ଷରେ ରାୟଗଡା ଜିଲ୍ଲାକୁ ପ୍ରମୁଖ ରଖାଯାଇ ପିଏମ ଗତି ଶକ୍ତିରେ ଜୟପୁର ଠାରୁ ଗୋପାଳପୁର ୬ ଲେନ ରାସ୍ତା ପ୍ରସ୍ତାବ କରାଯାଇଛି।ଯ ଦ୍ୱାରା ଜିଲ୍ଲା ର ପର୍ଯ୍ୟଟନ,ଶିକ୍ଷା,ସ୍ୱାସ୍ଥ୍ୟ,ବାଣିଜ୍ୟ କ୍ଷେତ୍ରରେ ବିକାଶର ପ୍ରମୁଖ ଧାରା ପାଲଟିବ।ସେହିଭଳି ଗ୍ରାମାଞ୍ଚଳରେ ପିଏମ ସଡକ ଯୋଜନାରେ ୪୦୦ ଟି ରାସ୍ତା ନିର୍ମାଣ ପାଇଁ ଡିପିଆର ପ୍ରସ୍ତୁତ ହୋଇଛି।ଦକ୍ଷିଣ ଓଡିଶା ବିକାଶ ପରିଷଦରେ ଜିଲ୍ଲାର ବିକାଶକୁ ଅଗ୍ରାଧିକାର ରହିଥିବା କହିଥିଲେ।ଚଇତି ଆଦିବାସୀ ମାଟିର ପାଣି ପବନ ଓ ଜମିର ପ୍ରାଣବନ୍ତ ମୋହତ୍ସବ ପାଲଟିଛି। ସଂସ୍କୃତି ଓ ପରମ୍ପରାର ମିଳନ ହେଉଛି ଏହି ପର୍ବ।ଏହାକୁ ଜୀବିତ ରଖିବା ପାଇଁ ମିଳିତ ହୋଇ କାମ କରିବା ପାଇଁ କହିଥିଲେ।ଏହି ଅବସରରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ୱାରା ଚଇତାଳି ୨୦୨୫ ସ୍ମରଣିକାକୁ ଉନ୍ମୋଚନ କରିବା ସହ ଟି.ରାମୁଙ୍କୁ କୃଷି କ୍ଷେତ୍ରରେ,କବିସୂର୍ଯ୍ୟ ନାୟକ କ୍ରୀଡା କ୍ଷେତ୍ରରେ,ଜୁନେଶ ଗମାଙ୍ଗଙ୍କୁ ଲୋକ କଳା କ୍ଷେତ୍ରରେ,ପବନ କୁମାର ବଛାଙ୍କୁ ଶିକ୍ଷା କ୍ଷେତ୍ରରେ,ସୁଚିତା ପଣ୍ଡା ଙ୍କୁ ଏସଏଚଜି କ୍ଷେତ୍ରରେ ସଫଳତା ପାଇଁ ସମ୍ମାନିତ କରାଯାଇଥିଲା।ଅପରପକ୍ଷରେ କ୍ରୀଡା କ୍ଷେତ୍ରରେ ସଫଳ ଖେଳାଳିଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଶେଷରେ ଅତିରିକ୍ତ ଜିଲାପାଳ ନବୀନ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।ଓଡିଶୀ ନୃତ୍ୟ, ଡଙ୍ଗରିଆ କନ୍ଧଙ୍କ ପାରମ୍ପରିକ ଲୋକ ନୃତ୍ୟ ଏବଂ ଅନନ୍ୟା ନନ୍ଦଙ୍କ ଗୀତରେ ଦର୍ଶକ ଭରପୁର ମଜା ନେଇଥିବା ଦେଖିବାକୁ ମିଳିଥିଲା।