November 23, 2026

କାଶୀନଗର ବ୍ଲକ ଠାରେ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ.

IMG-20241227-WA0018
Share

 

 

କାଶୀନଗର

ତା 27/12/24

 

କାଶୀନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସର ମଧ୍ୟରେ ଭୀମଭୋଇ ସାମର୍ଥ୍ୟ ଶିବିର ବ୍ଲକ ଅଧ୍ୟକ୍ଷା ବାଲା ସାଇମ୍ମାଙ୍କ ଉପସ୍ଥିତିରେ ଆରମ୍ଭ ହୋଇଥିଲା.ଏହି ଶିବିରରେ ବିଭିନ୍ନ ବିଭାଗର ବିଜ୍ଞ ଚିକିତ୍ସକ ମାନେ ଉପସ୍ଥିତ ରହି ଭିନ୍ନକ୍ଷମ ମାନଙ୍କୁ ପରୀକ୍ଷଣ କରି ଚିକିତ୍ସା କରିଥିଲେ. ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ଭିନ୍ନକ୍ଷମମାନଙ୍କ ପ୍ରତି ଥିବା ବୈସମ୍ୟ ଭାବକୁ ଦୂର କରି ସେମାନଂକୁ ସ୍ୱାବଲମ୍ବୀ କରାଇବା ବର୍ତମାନ ବଡ଼ ଆବଶ୍ୟକତା ଥିବାରୁ ସେମାନଙ୍କ ନିକଟରେ ଥିବା ଭିନ୍ନକ୍ଷମ ସାର୍ଟିଫିକେଟର ନବୀକରଣ ଓ ନୂତନ ଭାବେ ଭିନ୍ନକ୍ଷମ ସାର୍ଟିଫିକେଟ କରିବା ପାଇଁ ପ୍ରବଳ ଭିଡି ହୋଇ ଥିଲା.ଭିନ୍ନକ୍ଷମ ମାନଙ୍କ ସାର୍ଟିଫିକେଟ ନବୀକରଣ ନ କଲେ ସେମାନଙ୍କ ବିକଳାଙ୍ଗ ଭତ୍ତା ମଧ୍ୟ ବନ୍ଦ ହୋଇ ଯାଇପାରେ ବୋଲି ଭାବି କାଶୀନଗର ବ୍ଲକ ର ପ୍ରତ୍ୟେକ ପଂଚାୟତରୁ ଶହ ଶହ ଭିନ୍ନ କ୍ଷମ ପୁରଷ ଓ ମହିଳା ମାନେ ନବୀକରଣ କରିବା ପାଇଁ ପହଂଚି ଥିଲେ. ଭିନ୍ନକ୍ଷମ ମାନଙ୍କୁ ଅସ୍ଥାୟୀ ଅଙ୍ଗ, ଟ୍ରାଇ ସାଇକେଲ, ବିକଳାଙ୍ଗ ଭତ୍ତା ସହ ସାର୍ଟିଫିକେଟ, ବସ ପାସ ଯୋଗେଇ ଦେବା ପାଇଁ ବ୍ୟବସ୍ଥା କରାଯାଇଥିଲା. ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ କାଶୀନାଗର ଥାନା ଅଧିକାରୀ ଉପସ୍ଥିତ ଥିଲେ.

You may have missed