November 12, 2026

ପଞ୍ଚାୟତ ସମିତି ବୈଠକ ସ୍ଥିଗିତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିୟୋଗ ରେ ଶୋକ 

IMG-20241227-WA0023
Share

 

 

 

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ପଞ୍ଚାୟତ ସମିତି କାର୍ଯାଳୟ ଠାରେ ଆଜି ଭାରତ ର ପୂର୍ବତନ ପ୍ରଧାନ ମନ୍ତ୍ରୀ ଡ଼ା ମନମୋହନ ସିଂ ଙ୍କ ବିୟୋଗ ରେ ଶୋକ ସଭା ହୋଇଯାଇଛି. ଗୁରବାର ରାତ୍ର ସାଡ଼େ ନ ଘଣ୍ଟା ସମୟ ରେ ଦିଲ୍ଲୀ ଏମଏସ ହସ୍ପିଟାଲ ରେ 92ବର୍ଷ ବୟସ ରେ ବିୟୋଗ ହୋଇଥିବା ଖବର ପ୍ରସାର ହବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ. ପ୍ରଧାନ ମନ୍ତ୍ରୀ. ଗୃହ ମନ୍ତ୍ରୀ ଙ୍କ ସମେତ ଦେଶର ବହୁମାନ୍ୟ ଗଣ୍ୟ ବ୍ୟକ୍ତି. ବନ୍ଧୁ ପରିଜନ ଙ୍କ ସୁଅ ଛୁଟି ବାରେ ଲାଗିଛି I ଶୋକ ସନ୍ତପ୍ତ ପରିବାର କୁ ସମଵେଦେନା ଜଣେଇବା ପାଇଁ. ଆଜି ପଞ୍ଚାୟତ ସମିତି ବୈଠକ ଏବଂ ଏନଏସି କାଉନସିଲ ବୈଠକ ସ୍ଥଗିତ କରାଯାଇ ଶୋକ ସଭା ପାଳନ କରାଯାଇଥିବା ଜଣା ଯାଇଛି. ବ୍ଲକ କାର୍ଯା ଳୟ ରେ ନିରବ ପ୍ରାର୍ଥନା ସ୍ୱର୍ଗତ ଡ଼ା ସିଂ ଙ୍କ ଉଦେଶ୍ୟ ରେ ହୋଇଥିଲା. ସ୍ଥାନୀୟ ବିଧାୟକ ରୁପୁ ଭତରା. ସାଂସଦ ପ୍ରତିନିଧି ତଥା ବରିଷ୍ଠ ଆଇନ ଜୀବି ରାମେଶ୍ୱର ଜେନା. ବିଡ଼ିଓ ବିକ୍ରମ ଦୋରା. ବ୍ଲକ ଅଧକ୍ଷା କୋମଳା ଭତରା. ଜ଼ିଲ୍ଲା ପରିଷଦ ସଭ୍ୟ,ତ୍ରିପତି ଚାଲାଣ. ସଭ୍ୟା ଗୀତା ମାଝୀ.ସିଡିପିଓ ସୁମିତା ତ୍ରିପାଠୀ. ଙ୍କ ସମେତ ବ୍ଲକର ସମସ୍ତ କର୍ମଚାରୀ ଉପସ୍ଥିତ ଥିବା ବେଳେ ଏନଏସି କାର୍ଯା ଳୟ ରେ ମଧ୍ୟ ନିର୍ବାହୀ ଅଧିକାରୀ ପୂଜା ରାଉତ. ପୌରାଧକ୍ଷ ଏମ ଶଙ୍କର ରାଓ. ପ୍ରଶାନ୍ତ କିଚିମ. ଗୋପୀ ମାଝୀ. ଏ ରାଜେଶ ଦାସ. ସୁଧୀର କୁମାର ନନ୍ଦୀ. ସୁପ୍ରଭା ମଲିକ ଙ୍କ ସମେତ ସମସ୍ତ କାଉନସିଲର ଓ କର୍ମଚାରୀ ଉପସ୍ଥିତ ଥିବା ଜଣା ଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର ଓଡିଶା

You may have missed