March 10, 2026

ନବରଙ୍ଗପୁର ଅମଲା ସଂଘ ର ଚିନ୍ତନ ବୈଠକ : ବିଶ୍ବାସଘାତକଙ୍କୁ ଉଚିତ ଜବାବ ଦିଆଯିବ..

jkhiuhio
Share

 

ନବରଙ୍ଗପୁର : ଓଡ଼ିଶା ଅମଲା ସଂଘର ଚିନ୍ତନ ବୈଠକ ସ୍ଥାନୀୟ ହଟେଲ ତୃପ୍ତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲା ସ୍ତରୀୟ ଅମଲାଙ୍କ ମୁଖ୍ୟ ଦାବୀ କନିଷ୍ଠ ଅମଲାଙ୍କୁ ୪୨୦୦/- ଗ୍ରେଡ ପେ ପ୍ରଦାନ ରେ ସରକାର ବିଳମ୍ବ କରୁଥିବା ବେଳେ ରାଜ୍ୟର ଚାରିଗୋଟି ସମଭାଗି ସଂଘକୁ ନେଇ ଗଠିତ ମିଳିତ ମଞ୍ଚ ମଧ୍ୟରୁ ଜୈନିକ ଗୋଟିଏ ସଂଘର ବିଶ୍ବାସ ଘାତକ ବା ମଞ୍ଚ ବିରୋଧୀ ବା ୪୨୦୦/- ମିଶନ ଗ୍ରେଡ ପେ ଦାବୀ କୁ ଛାଡି ନିଜ ବିଭାଗର ସ୍ପେଶିଆଲ ବା ସେପାରେଟ କେଡେର ପ୍ରତି ଧ୍ୟାନଦେଇଥିବା କାର୍ଯ୍ୟକୁ ଘୋର ନିନ୍ଦା କରାଯାଇଥିଲା। ରାଜ୍ୟର ୩୦ ହଜାର ଅମଲାଙ୍କ ଏକମାତ୍ର ଦାବୀ ୪୨୦୦/- ଗ୍ରେଡ ପେ କୁ ହତାଦର କରି ନିଜ ସ୍ବାର୍ଥ ପାଇଁ ମଞ୍ଚ ନାମରେ ମିଳିଥିବା ସୁଯୋଗ ହାତେଇ ନିଜ କାର୍ଯ୍ୟ କରିଥିବାରୁ ସମ୍ପୃକ୍ତ ନେତାଙ୍କ ବିଶ୍ବାସ ଘାତକତା କୁ ଉଚିତ ଜବାବ ଦେବାକୁ ଜିଲ୍ଲା ଅମଲା ସଂଘର ଏହି ଚିନ୍ତନ ବୈଠକ ରେ ନିଷ୍ପତି ନିଆଯାଇଥିଲା। ଦରକାର ପଡ଼ିଲେ ଅନ୍ୟ ଦୁଇ ସହଯୋଗୀ ଟ୍ରେଜେରି ଓ ସହ ପ୍ରବନ୍ଧକ ସଂଘର ସହଯୋଗରେ ଓଡ଼ିଶା ଅମଲା ସଂଘ ଆନ୍ଦୋଳନକୁ ଓହ୍ଲାଇବାକୁ ଉଚିତ ମଣିବ ବୋଲି ସଭାପତି ବୁଲୁ ହୋତା କହିବା ସହ ସମସ୍ତ ୩୨ ଟି ବିଭାଗର ଅମଲା ମାନଙ୍କୁ ଆଗାମୀ ଦିନରେ ଆଗେଇବା ପାଇଁ ଆହ୍ବାନ ଦେଇଥିଲେ। ଏହି ବୈଠକ ରେ ଶାଖା ସଂଘ ର ଉପଦେଷ୍ଟା ସତ୍ୟନାରାୟଣ ଖଡଗରାୟ ଓ ଭାଗୀରଥୀ ମହାନ୍ତି ବର୍ତ୍ତମାନ ର ପରିସ୍ଥିତି ଅନୁଯାଇ ରାଜ୍ୟ ସଂଘ ନିରପେକ୍ଷ ପଦକ୍ଷେପ ନେଇ ମିଳିତ ମଞ୍ଚକୁ ଭଙ୍ଗ କରିବାବୁ ରାଜ୍ୟ ନେତୃତଙ୍କୁ ଅନୁରୋଧ କରିବା ସହ ନିଜ ନିଜ ମତ ଉପସ୍ଥାପନ କରିଥିବା ସ୍ଥଳେ ଉପ ସଭାପତି ସିଦ୍ଧେଶ୍ୱରୀ ବେନ୍ୟା ଜିଲ୍ଲା ମଞ୍ଚର ଅନୈତିକ କାର୍ଯ୍ୟ କୁ ଆଲୋଚନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଉପସ୍ଥିତ ସମସ୍ତ ବିଭାଗୀୟ ସଦସ୍ୟ ଓ ପ୍ରତିନିଧି ନିଜ ନିଜ ସମର୍ଥନ ପ୍ରଦାନ କରିଥିଲେ। ଏହି ବୈଠକରେ ବିଭିନ୍ନ ବିଭାଗତରଫରୁ ଅଶ୍ଵିନୀ ନେଗୀ, ନାରାୟଣ ସାହୁ, ବ୍ରଜକିଶୋର ମିଶ୍ର, ରଞ୍ଜିତ ଷଡ଼ଙ୍ଗୀ, ଅରୁଣ ରଥ, ସରୋଜ ଷଡ଼ଙ୍ଗୀ, ସ୍ପନ୍ଦନ ରାଉତ, ସ୍ନେହାସିସ ଦାସ, ଯୁଗଳ କିଶୋର ଗଉଡ, ସମୀର ବିଷୋୟୀ, ଗୁରୁ ପ୍ରସାଦ ଦୋରା, ପ୍ରଦୀପ ଦାଶ, ଲକ୍ଷ୍ମଣ ମାଝୀ, ବିଦ୍ୟା ରଞ୍ଜନ ପଟ୍ଟନାୟକ , ଜଗଦୀଶ ନାୟକ ଙ୍କ ସହ ବବିତା ଲାଲ, ପ୍ରସାଦିନି ଦେବୀ ଯୋଗ ଦେଇଥିଲେ।(ନବରଙ୍ଗପୁର ଜିଲ୍ଲା ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)