September 21, 2024
Share

➡️୧-ଭବ୍ୟ ଓ ଦିବ୍ୟ ରୂପ ନେଉଛି ରାମନଗରୀ l ୪୯୨ ବର୍ଷର ସଂଘର୍ଷ ପରେ ଅଯୋଧ୍ୟାରେ ୨୫୦୦ ବର୍ଷର ଆୟୁ ନେଇ ନିର୍ମାଣ ହେଉଛି ଶ୍ରୀରାମ ମନ୍ଦିର । ଚାରିଆଡ଼େ ଅଯୋଧ୍ୟାକୁ ନବବଧୂ ଭଳି ସଜାଇବାକୁ ୩ଟି ସିପ୍ଟରେ ଦିନରାତି ୨୪ ଘଣ୍ଟା କାମ ଜାରି ରଖିଛନ୍ତି ପ୍ରାୟ ୨୫ଶହ କାରିଗର।

➡️୨-ଡିସେମ୍ବର ୨୮ ଏବଂ ୨୯ ରେ ଦିଲ୍ଲୀରେ ମୁଖ୍ୟ ଶାସନ ସଚିବଙ୍କ ତୃତୀୟ ଜାତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l

➡️୩-ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମହାପ୍ରଭୁ ଲିଙ୍ଗରାଜଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଲେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ବରିଷ୍ଠ ସେବାୟତଗଣ l

➡️୪-ଆଜି ଅପରାହ୍ନ ୧୨:୩୦ ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l

➡️୫-ବାତିଲ ହେଲା ତ୍ରିଶୂଳିଆ ନୂତନ ସେତୁ ଟେଣ୍ଡର, ଏଣିକି କଟକ ସହର ଭିତରକୁ ଗଡ଼ିବ ମେଟ୍ରୋ ଟ୍ରେନ l ମେଟ୍ରୋ ପ୍ରକଳ୍ପ ଜୁଡିସିଆଲ ଏକ‌ାଡେମି, ଶିଶୁ ଭବନ, ହାଇକୋର୍ଟ, ପୁରୀଘାଟ ଦେଇ ନେତାଜୀ ବସ୍‌ ଟର୍ମିନାଲକୁ ଯୋଡ଼ିବ।

➡️୬-ସାଉଦି ଆରବର କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ବିନ୍ ଅବଦୁଲାଜିଜ ଅଲ ସାଉଦଙ୍କ ସହ କଥା ହେଲେ ମୋଦୀ l ପଶ୍ଚିମ ଏସିଆ ସ୍ଥିତି ଉପରେ ହେଲା ଗୁରୁତ୍ୱପୂର୍ଣ୍ଣ ଆଲୋଚନା l

➡️୭-ଡିସେମ୍ବର ୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଅନ୍ତର୍ଜାତୀୟ ବିମାନବନ୍ଦରର କରିବେ ଶୁଭାରମ୍ଭ ।

➡️୮-ଚିନ୍ତା ବଢାଉଛି କୋରୋନାର ନୂଆ ପ୍ରଜାତି ଜେଏନ ଡଟ୍ ୱାନ । ଜନଗହଳି ସ୍ଥାନରେ ସାମାଜିକ ଦୁରତା ରଖିବା ସହ ମାସ୍କ ପିନ୍ଧବାକୁ ସମସ୍ତଙ୍କୁ ହେଲା ପରାମର୍ଶ l

➡️୯-ମୋବାଇଲ କମ୍ପାନୀ ଭିଭୋକୁ ନେଇ ଭାରତ-ଚୀନ ବିବାଦ । ଭିଭୋର ୩ ଅଫିସରଙ୍କୁ ଇଡି ଗିରଫ କରିବା ପରେ ସେପଟେ ପ୍ରତିକ୍ରିୟା ରଖିଲା ଚୀନ l ଗିରଫ ହୋଇଥିବା କର୍ମଚାରୀଙ୍କୁ ରାଷ୍ଟ୍ରଦୂତ ତରଫରୁ ସମସ୍ତ ସହାୟତା ଯୋଗାଇଦେବ ବୋଲି କହିଲା ଚୀନ ।

➡️୧୦-ନୂଆବର୍ଷରେ ନୂଆ ମିଶନ୍ ଲଞ୍ଚ୍ କରିବ ISRO: ଚନ୍ଦ୍ର-ସୂର୍ଯ୍ୟ ପରେ ବ୍ଲାକ ହୋଲକୁ ପଠାଇବ ସ୍ପେସକ୍ରାଫ୍ଟ l ଏହାଦ୍ୱାରା ବ୍ଲାକହୋଲ୍ ଏବଂ ନ୍ୟୁଟ୍ରନ ଷ୍ଟାର ଉପରେ ଅଧ୍ୟୟନ କରାଯିବ ।

➡️୧୧-କ୍ରମାଗତ ତୃତୀୟ ଦିନ ପାଇଁ ଜାତୀୟ ରାଜଧାନୀରେ ଘନ କୁହୁଡ଼ି ଲାଗି ରହିଥିବାରୁ ଦିଲ୍ଲୀ ବିମାନବନ୍ଦରରେ ୩୦ଟି ବିମାନ ହେଲା ବିଳମ୍ବିତ l

➡️୧୨-ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମକୁ ସରକାରଙ୍କ ଚେତାବନୀ, ଡିପ୍‌ଫେକ୍ ଉପରେ ରୋକ ଲଗାଇବାକୁ ଦେଲେ ନିର୍ଦ୍ଦେଶ l

➡️୧୩-ଇଣ୍ଡସଇଣ୍ଡ ବ୍ୟାଙ୍କ ପକ୍ଷରୁ ରୁପେ ନେଟୱାର୍କରେ ଭାରତର ପ୍ରଥମ କର୍ପୋରେଟ୍ କ୍ରେଡିଟ୍ କାର୍ଡ “ଇଣ୍ଡସଇଣ୍ଡ ବ୍ୟାଙ୍କ ଇ-ସ୍ୱର୍ଣ୍ଣ”ର ହେଲା ଶୁଭାରମ୍ଭ l

➡️୧୪-ମୁମ୍ବାଇର ୩ଟି ବ୍ୟାଙ୍କରେ ୧୧ଟି ବୋମା ବିସ୍ଫୋରଣ କରିବାକୁ ଇମେଲ ଯୋଗେ ଆସିଲା ଧମକ l ଖିଲାଫତ୍ ଇଣ୍ଡିଆ ନାଁରେ ଆସିଥିବା ଏହି ଇମେଲରେ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଇସ୍ତଫା ଦାବି କରାଯାଇଛି ।

➡️୧୫-ଜାନୁୟାରୀ ୧୫ରୁ ମୁମ୍ବାଇରୁ ଅଯୋଧ୍ୟା ଯାଏ ସିଧାସଳଖ ବିମାନଉଡ଼ାଣ ଭରିବ l

➡️୧୬-ଭାରତୀୟ ଯାତ୍ରୀଙ୍କୁ ନେଇ ଏକ ରୋମାନିଆ ବିମାନ ୪ ଦିନ ତଳେ ସନ୍ଦିଗ୍ଧ ମାନବ ଚାଲାଣ ଅଭିଯୋଗରେ ଫ୍ରାନ୍ସରେ ଅଟକି ରହିବା ପରେ ଗତକାଲି ମୁମ୍ବାଇରେ କଲା ସଫଳ ଅବତରଣ l

➡️୧୭-ପାକିସ୍ତାନ ନିର୍ବାଚନ ଇତିହାସରେ ପ୍ରଥମ ଥର ପାଇଁ ଜଣେ ସଂଖ୍ୟାଲଘୁ ହିନ୍ଦୁ ମହିଳା ନିର୍ବାଚନ ମୈଦାନରେ ଓହ୍ଲାଇ ନାମାଙ୍କନପତ୍ର କଲେ ଦାଖଲ l

➡️୧୮-ଇସ୍ରାଏଲର ଏୟାର୍‌ଷ୍ଟ୍ରାଇକ୍‌ରେ ସିରିଆର ଦାମାସ୍କସ ଅଞ୍ଚଳରେ ଜଣେ ଉଚ୍ଚପଦସ୍ଥ ଇରାନୀ ଜେନେରାଲଙ୍କ ହେଲେ ନିହତ l ପ୍ରତିଶୋଧ ନେବାକୁ ଇରାନ ଦେଲା ଧମକ l

➡️୧୯-ଭାରତ-ଦକ୍ଷିଣ ଆଫ୍ରିକା ବକ୍ସିଂ ଡେ’ଟେଷ୍ଟ୍ ମ୍ୟାଚର ପ୍ରଥମ ଦିନରେ କେଏଲ୍‌ ରାହୁଲଙ୍କ ଅର୍ଦ୍ଧଶତକୀୟ ପାଳି ସହାୟତାରେ ବିପର୍ଯ୍ୟୟରେ ବୁଡ଼ିଥିବା ଭାରତୀୟ ଦଳର ସ୍କୋର ରହିଛି ୨୦୮/୮ l ରବାଡାଙ୍କୁ ମିଳିଲା ୫ ୱିକେଟ୍‌ l

➡️୨୦-ଜାତୀୟ ସ୍ତରୀୟ ରଗବୀ ଓ ଭଲିବଲ୍ ପ୍ରତିଯୋଗିତା ଉଦଯାପିତ: ଓଡ଼ିଶା ଉପ-ବିଜେତା, ଅଂଶଗ୍ରହଣ କଲେ ମୋଟ୍ ୩୧ ୟୁନିଟ୍ l

➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।