ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଙ୍କ ଦେହାନ୍ତ
ବେଲଗୁଣ୍ଠା,27/11,ଗାଙ୍ଗପୁର ଥାନା ଅନ୍ତର୍ଗତ ମୁନିଗାଡ଼ି ଗ୍ରାମର ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ସ୍ବର୍ଗତ ହରହର ଗୌଡ଼ ଙ୍କ 81 ବର୍ଷ ବୟସରେ ଆଜି ରାତ୍ର 12.5ମିନଟରେ ଦେହାନ୍ତ ହୋଇଯାଇଛି!ହରିହର ଙ୍କ ପତ୍ନୀ ରେବତୀ ଗୌଡ଼ ଦୁଇ ମାସ ପୂର୍ବରୁ ଦେହାନ୍ତ ହେବା ପରେ ମାନସିକ ଚିନ୍ତାରେ ଭାଙ୍ଗି ପଡି ସେ ମଧ୍ୟ ଶଯ୍ୟାଶାୟୀ ହୋଇପଡ଼ିଥିଲେ!କ୍ରମଶଃ ସ୍ୱାସ୍ଥ୍ୟ ରେ ଅବନତି ଘଟି ଆଜି ମଧ୍ୟ ରାତ୍ରରେ ଦେହାନ୍ତ ହୋଇଥିଲା!ସେ 1966 ମସିହାରୁ ଶିକ୍ଷକ ଭାବେ ଫୁଲବାଣୀ ଜିଲ୍ଲା ର ଫିରିଙ୍ଗିଆ ରେ ଚାକିରୀ ଜୀବନ ଆରମ୍ଭ କରି ଗଞ୍ଜାମ ଜିଲ୍ଲାର, ଆମ୍ବପୁଆ, ଝରପାରି, କେଶରୀପଲ୍ଲୀ, ଶୁଣ୍ଢୀପଲ୍ଲୀ, ଶେଷରେ ଚାଟୁଳାରେ 2002 ରେ ଅବସର ନେଇଥିଲେ!ତାଙ୍କର ମୃତ୍ୟୁ ଶଯ୍ୟା ନିକଟରେ ସାନ ଭାଇ ଅବସର ପ୍ରାପ୍ତ ପୋଷ୍ଟ ମାଷ୍ଟର ବଂଶୀଧର ଗୌଡ଼, ପୁଅ ଉମା, ବୋହୁ ମମତା, ଭାଇବୋହୁ କସ୍ତୁରୀ ଜୋଇଁ ବିନୋଦ, ପ୍ରକାଶ, ରବୀନ୍ଦ୍ର, ବଳରାମ ଓ ଚାରି ଝିଅ ସୌଭାଗ୍ୟ, ନନ୍ଦିନୀ, ପିନାକୀନୀ, ଇନ୍ଦିରା, ଓ ନାତି ବଳଦେବ, କାଁହୁ, ଦିବ୍ୟାସିଂହ, ମୃତ୍ୟୁଞ୍ଜୟ, ନାତୁଣୀବୋହୁ ରାଜଶ୍ରୀ, ଙ୍କ ସମେତ ପରିବାର ର ଅନ୍ୟ ସଦସ୍ୟ ବନ୍ଧୁ ବାନ୍ଧବ ମର ଶରୀରରେ ପୁଷ୍ପମାଲ୍ୟ ପ୍ରଦାନ କରି ଗଭୀର ଦୁଃଖ ପ୍ରକାଶ କରିଥିଲେ!ତାଙ୍କ ଶବ ସତ୍କାର ରେ ବହୁତ ମାନ୍ୟ ମାନ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ଗ୍ରାମ୍ୟ ସଭାପତି ନିମେଇ ଚରଣ ନାୟକ, ପୂବର୍ତନ ସରପଞ୍ଚ କାଁହୁ ଚରଣ ଦଳବେହେରା, ବର୍ତମାନ ର ସରପଞ୍ଚ ପ୍ରତିନିଧି ସନ୍ତୋଷ କୁମାର ସ୍ୱାଇଁ, ଶିକ୍ଷକ ପ୍ରଦୀପ ସାହୁ, ରୋହିତ ନାୟକ, ପୂର୍ବତନ ସମିତିସଭ୍ୟ ପଦ୍ମ ଚରଣ ଗୌଡ଼, ଶଙ୍କର୍ଷଣ ସାହୁ, ପଞ୍ଚାନନ ସାବତ, ଜୟରାମ ବିଷୋୟୀ ଙ୍କ ସମେତ ଅନେକ ଗ୍ରାମବାସୀ ଉପସ୍ଥିତ୍ ରହି ମର ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଦୁଃଖ ପ୍ରକାଶ କରି ଶୋକ ସନ୍ତପ୍ତ ପରିବାରଙ୍କୁ ଧର୍ଯ୍ୟ ଓ ସାହସ ଦେଇଥିଲେ!ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ
